• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୋରଦାର ଭାଇରାଲ ହେଉଛି ବାଇଡେନ୍‌ଙ୍କ ଭିଡିଓ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭାଇରାଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ତେବେ କାହିଁକି ଏହି ଭିଡିଓ ଏତେ ଚର୍ଚ୍ଚାରେ । କ’ଣ ରହିଛି ସେହି ଭିଡିଓରେ..

ଆସନ୍ତୁ ଜାଣିବା..

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଅଚାନକ ବାଉଳା ଚାଉଳା ହେଉଛନ୍ତି ଜୋ ବାଇଡେନ୍‌ । ସେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ଭାଷଣ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭାଷଣର ଭିଡିଓ ଯେତିକି ମାତ୍ରାରେ ଭାଇରାଲ ହୋଇନାହିଁ କିମ୍ବା ଲୋକ ଗ୍ରହଣ କରି ନାହାନ୍ତି, ତାଠାରୁ ଅଧିକ ଭାଇରାଲ ହୋଇଛି ଏହି ଭିଡିଓ ।

ଯେଉଁଥିରେ ସେ କ’ଣ କହୁଛନ୍ତି କ’ଣ କରୁଛନ୍ତି କିମ୍ବା କ’ଣ କହିବାକୁ ଚାହୁଛନ୍ତି ବା କାହାକୁ କହୁଛନ୍ତି, କିଛି ବୁଝା ପଡ଼ୁ ନାହିଁ । ମଞ୍ଚରେ ଭାଷଣ ଦେଇସାରିବା ପରେ ବାଇଡେନ୍‌ ମଞ୍ଚରୁ ଓହ୍ଲାଇବା ପାଇଁ ମାଇକ୍‌ ଛାଡ଼ି ଆସିଲେ । ହେଲେ ଅଚାନକ ମଞ୍ଚର ଗୋଟିଏ କଡ଼ରେ ଅଟକି ଗଲେ । ଆଉ ମନେ ମନେ କ’ଣ ଗୁଡ଼ିଏ କହିଦେଲେ । ତାପରେ କିଛି ସମୟ ସେଠାରେ ଛିଡ଼ା ହେଲେ । ପୁଣି ପଛକୁ ଚାହିଁ କାହାକୁ କ’ଣ କହିଲେ । ଆଉ ଥାଙ୍କ୍ୟୁ ବି କହିଲେ । ହେଲେ ଏସବୁ କାହାକୁ କହୁଥିଲେ, ସେନେଇ ସେଠାରେ ଉପସ୍ଥିତ ଥିବା ଲୋକେ କିଛି ଜାଣିପାରିଲେ ନାହିଁ । ସମସ୍ତେ କେବଳ ଗୋଟିଏ କଥା କହିଲେ, ବାଉଳା ହେଲେ ବାଇଡେନ୍‌ । ଆଉ କେହି କେହି କହିଲେ ଅନ୍ୟମନସ୍କ ବାଇଡେନ ।

ଏହି କାର୍ଯ୍ୟକ୍ରମ ନ୍ୟୁୟର୍କରେ ହେଉଥିଲା । ଗ୍ଲୋବାଲ ପଣ୍ଡର ସପ୍ତମ ବାର୍ଷିକୋତ୍ସବରେ ବାଇଡେନ୍‌ ଭାଷଣ ଦେଉଥିଲେ । ତେବେ ବାଇଡେନ୍‌ଙ୍କ ଏହି ଭାଇରାଲ ଭିଡିଓକୁ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଟ୍ୱିଟରରେ ଏହି ଭିଡିଓରେ ଅନେକ କମେଣ୍ଟ ଦେଖିବାକୁ ମିଳିଛି । ଅଧିକାଂଶ କମେଣ୍ଟରେ ବାଇଡେନ୍‌ଙ୍କୁ ଥଟ୍ଟା ମଜା କରାଯାଇଛି ।

 

ତେବେ ସବୁଠାରୁ ବଡ଼ କଥା ହେଲା, ବାଇଡେନ୍‌ ପ୍ରଥମ ଥର ପାଇଁ ଏଭଳି ବାଉଳା ହୋଇନାହାନ୍ତି । ପୂର୍ବରୁ ମଧ୍ୟ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବ୍ୟବହାର ଦେଖାଇସାରିଛନ୍ତି ବାଇଡେନ୍ । ଯେଉଁଥି ପାଇଁ ତାଙ୍କୁ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା । ଏପ୍ରିଲ ମାସରେ ଏକ ଭିଡିଓରେ ଦେଖାଯାଇଥିଲା ଯେ,ବାଇଡେନ୍‌ ଭାଷଣ ଦେବା ପରେ ହାଣ୍ଡସେକ୍‌ କରିବା ପାଇଁ ନିଜ ହାତ ବଢ଼ାଇଥିଲେ । କିନ୍ତୁ ସେତେବେଳେ କେହି ବି ତାଙ୍କ ପାଖରେ ନଥିଲେ । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅନେକ ମଜାକ୍‌ ଉଡ଼ାଇଥିଲେ ।