• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି । ପାଲେଷ୍ଟାଇନ ସମର୍ଥନରେ କଲମ୍ବିଆ ୟୁନିଭର୍ସିଟି, କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିରେ ତେଜୁଛି ହିଂସା ।

ପାଲେଷ୍ଟାଇନ୍ ସମର୍ଥକ ଓ ଇସ୍ରାଏଲ ସମର୍ଥକ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ବିକ୍ଷୋଭ ଜାରି ରହିଥିବା ବେଳେ ନ୍ୟୁୟର୍କ ସିଟି ପୋଲିସ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ସିଟି କଲେଜ ଅଫ୍ ନ୍ୟୁୟର୍କରେ ପ୍ରାୟ ୩୦୦ ଜଣଙ୍କୁ ହେପାଜତରେ ନେଇଛି । ଅକ୍ଟୋବର ୭ରେ ଗାଜାରୁ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଓ ପାଲେଷ୍ଟାଇନରେ ଇସ୍ରାଏଲର ପ୍ରତି ଆକ୍ରମଣ ପରେ ବିକ୍ଷୋଭ ପ୍ରଦର୍ଶନ ହେଉଛି ।

ଗାଜାରେ ଇସ୍ରାଏଲର ଯୁଦ୍ଧକୁ ବିରୋଧ କରିବା ସହ ଇସ୍ରାଏଲ ସରକାରକୁ ସମର୍ଥନ କରୁଥିବା କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବା ଦାବିରେ ଆମେରିକାର ଏକାଧିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ରାଲି କରିବା ସହ କ୍ୟାମ୍ପସରେ ଆନ୍ଦୋଳନ ଚଳାଇଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କୁ ପ୍ରତିହତ କରିବାକୁ କ୍ୟାମ୍ପସରେ ମୁତୟନ ହୋଇଛନ୍ତି ପୋଲିସ ।

ଗତବର୍ଷ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ, ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏଥିରେ ବହୁ ବଡ଼ବଡ଼ କୋଠା ଧ୍ୱଂସ ହେବା ସହିତ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ଗଲାଣି । ହମାସର ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ପାଇଁ ଇସ୍ରାଏଲୀ ସେନା ଗାଜା ସହରରେ ପଶି ଅପରେସନ ଚଳାଉଛି ।

ଗତବର୍ଷ ଅକ୍ଟୋବରୁ ଏହି ଯୁଦ୍ଧ ହୋଇ ଆସୁଛି । ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ଅନେକ ନୀରିହ ଲୋକଙ୍କ ଜୀବନ ଯାଉଛି । ସେହିପରି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ମାଟିରେ ମିଶୁଛି । ପ୍ରତ୍ୟେକ ଦିନ ମୃତ୍ୟୁକୁ ସାମ୍‌ନାରେ ଦେଖି ଆସୁଛନ୍ତି ସେଠିକାର ଲୋକମାନେ ।

ଅନ୍ୟପଟେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ତେଜିଛି । କିଛିଦିନ ତଳେ ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ମିଜାଇଲ ଆକ୍ରମଣ କରିଥିଲା ଇରାନ୍ । ଶହ ଶହ ସଂଖ୍ୟାରେ ମିଜାଇଲ ଇସ୍ରାଏଲ୍ ଉପରକୁ ମାଡ଼ କରିଥିଲା । ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଥିଲା । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଥିଲା ।