Advertisment

ମା' ପାଇଁ ମେଡିସିନ୍‌ ଖୋଜୁଥିବା ବେଳେ ଋଷର ଗୁଳିମାଡ଼

ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍‌ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
 'blown up' by Russian troops

'blown up' by Russian troops

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବେଳେ ଋଷୀୟ ସେନାର ଆମାନବୀୟ କାଣ୍ଡ ସାମନାକୁ ଆସିଛି। ରୋଗୀଣା ମାଆ ପାଇଁ ଝିଅ ଔଷଧ ଖୋଜୁଥିବା ବେଳେ ଋଷ ସେନାର ହାବୁଡ଼ରେ ପଡ଼ି ଜୀବନ ଯାଇଛି। କେବଳ ସେତିକି ନୁହେଁ ରୋଗିଣା ମାଙ୍କ ସହ ଜଣେ କାର ଡ୍ରାଇଭରଙ୍କ ବି ମୃତ୍ୟୁ ହୋଇଛି।
ଭାଲେରିଆ ମାକସେଟ୍‌ସ୍କା ନାମକ ଜଣେ ୩୧ ବର୍ଷିୟ ୟୁକ୍ରେନ୍‌ ଯୁବତୀ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ।  ମୃତ୍ୟୁ ପୂର୍ବରୁ ସେ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଏଜେନ୍‌ସି ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ରେ କାର୍ଯ୍ୟରତ ଥିଲେ। ରୁଷ୍‌ ଆକ୍ରମଣ କରିବା ପରେ ସେ ଦେଶ ଛାଡ଼ି ନ ଯାଇ ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

Advertisment

ତେବେ ଯୁଦ୍ଧ ସମୟରେ ତାଙ୍କ ମା ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍‌ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା। ତେବେ ଏଭଳି ସ୍ଥିତିରେ କାର୍‌ରେ ତାଙ୍କୁ ମାଙ୍କୁ ନେଇ ମେଡିସିନ କିଣିବା ପାଇଁ ଯାଇଥିଲେ। ଔଶଧ କିଣିବା ପରେ ଦେଶ ଛାଡି ଚାଲିଯିବାକୁ ସ୍ଥିର କରିଥିଲେ। କିନ୍ତୁ ସମୟ କିଛି ଅଲଗା ଲେଖିଥିଲା। ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇଥିଲେ। ଏତିକିବେଳେ ଋଷ ସେନା ଆସୁଥିବାରୁ ବେକ୍ର ଲଗାଇଥିଲେ କିନ୍ତୁ ଋଷ ସେନା ତାଙ୍କ ଉପରେ ତୋପମାଡ଼ ସହ ଗୁଳିମାଡ଼ କରିଥିଲେ। ଋଷ ସେନାର ଅତର୍କିତ ଆକ୍ରମଣରେ ଭାଲେରିଆଙ୍କ ସମେତ ତାଙ୍କ ମାଆ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ଡେଲି ମେଲ୍‌ ରିପୋର୍ଟ କହିଛି। 

ଗତ ଫେବୃଆରୀ ୨୪ରେ ୟୁକ୍ରେନ୍‌ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ। ଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ତମ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକରେ ଲଗାତାର ରକେଟ୍‌ ବର୍ଷା ହେଉଛି । ଋଷୀୟ ସୈନିକ ଏବଂ ୟୁକ୍ରେନୀୟମାନଙ୍କ ମଧ୍ୟରେ ଏକ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଶହ ଶହ ନୀରିହ ଜନତାଙ୍କ ଜୀବନ ଗଲାଣି । ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଲୁଚି ରହିଛନ୍ତି ।

Advertisment
Russia-Ukraine War Ukrainians Bomb
Advertisment
Advertisment