/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701861103.jpg)
Ukrainian Sniper
ୟୁକ୍ରେନର ଜଣେ ସ୍ନାଇପରଙ୍କ ବିଶ୍ୱ ରେକର୍ଡ। ୩.୮ କିଲୋମିଟର ଦୂରରୁ ରୁଷର ଜଣେ ସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଏହି ସ୍ନାଇପର। ଏହି ସ୍ନାଇପର ଜଣକ ହେଉଛନ୍ତି କୋଭାଲସ୍କି। ତାଙ୍କ ବୟସ ହେଉଛି ୫୮ ବର୍ଷ। ଏତେ ଦୂରରୁ ଟାର୍ଗେଟ କରି ଜଣକୁ ଗୁଳି କରିବାରେ ବିଶ୍ୱ ରେକର୍ଡ କରିଛନ୍ତି କୋଭାଲସ୍କି । ସେ ମାରିଥିବା ଗୁଳିଟି ୯ ସେକେଣ୍ଡରେ ୧୨ ହଜାର ୪୬୮ ଫୁଟ ଦୂରତା ଅତିକ୍ରମ କରି ରୁଷର ସେନା ଅଧିକାରୀଙ୍କୁ ଭେଦ କରିଥିଲା। ଋଷ ସେନା ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ବରଫ ଘେରା ବଙ୍କରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ କୋଭାଲସ୍କି।
ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କୋଭାଲସ୍କି କହିଛନ୍ତି, ଋଷ ଜାଣୁ ୟୁକ୍ରେନବାସୀ କ’ଣ କରିପାରନ୍ତି । ଘରେ ବସି ସେମାନେ ଆମକୁ ଡରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କୋଭାଲସ୍କି । ଟ୍ରିଗାର ଦବାଇବା ପୂର୍ବରୁ ସେ ଟାର୍ଗେଟର ଦୂରତାକୁ ଏକ ସ୍ୱତନ୍ତ୍ର ସଫ୍ଟୱେର, ବାୟୁର ଗତି, ଆର୍ଦ୍ରତା, ଏପରିକି ପୃଥିବୀର ଗତିକୁ ମଧ୍ୟ ନିର୍ଭୁଲ ଭାବେ ଗଣନା କରିଥିଲେ। ବାୟୁର ଗତି ପ୍ରତି ମୁହୂର୍ତ୍ତରେ ବଦଳୁଥିବାରୁ ତୁରନ୍ତ ଟ୍ରିଗାର ଦବାଇବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। କୋଭାଲସ୍କି ଗୁଳି ଫୁଟାଇବାର ଭିଜୁଆଲ ଏବେ ଭାଇରାଲ ହୋଇଛି। ତାଙ୍କ ନାଁରେ ଏବେ ସର୍ବାଧିକ ଦୂରରୁ ଟାର୍ଗେଟ ହିଟ୍ କରିବାର ରେକର୍ଡ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)