/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646225913.jpg)
Ukraine Russia War
ଋଷିଆକୁ କଡ଼ା ଟକ୍କର । ବନ୍ଦୀ ସୈନ୍ୟଙ୍କୁ ମୁକ୍ତ କଲା ୟୁକ୍ରେନ । ସହଜ ନୁହେଁ ୟୁକ୍ରେନ ଦଖଲ । ଋଷିଆ ସୈନ୍ୟଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ବଞ୍ଚିବାକୁ ଯଦି ଚାହୁଁଛ ତେବେ ୟୁକ୍ରେନ ଛାଡ଼ି ତୁରନ୍ତ ନିଜ ରାଷ୍ଟ୍ରକୁ ପଳାଇଯାଅ । ଏଇଠି ରହିଲେ କେତେବେଳେ ପ୍ରାଣ ଚାଲିଯିବ ତାହା କେହିବି ଜାଣିନାହାନ୍ତି । ଋଷିଆ ବିରୋଧରେ ଯୁଦ୍ଧକୁ ଆହୁରି କଠୋର କରିବା ପାଇଁ ୟୁକ୍ରେନ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲେନସ୍କି ।
କେବଳ ଏତିକି ନୁହେଁ ବରଂ ୟୁକ୍ରେନରେ ବନ୍ଦୀ ଥିବା ବିଭିନ୍ନ କଏଦୀଙ୍କୁ ମୁକ୍ତ କରିଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦୀ କଏଦୀ ଏବେ ହାତରେ ବନ୍ଧୁକ ଧରି ଋଷିଆ ସୈନ୍ୟଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଏହାସହ ଯିଏ ବି ଯୁଦ୍ଧ କରିବା ଲାଗି ଇଚ୍ଛା କରିବ ତାଙ୍କୁ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ।
ଯେମିତି ଋଷ ସୈନ୍ୟ ଆଗକୁ ନବଢିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଋଷିଆ-ୟୁକ୍ରେନ ମଧ୍ୟରେ ୭ ଦିନରୁ ଅଧିକ ସମୟ ଧରି ଲାଗିଛି ଯୁଦ୍ଧ । ପୁଟିନ କାହାର କଥା ଶୁଣୁନାହାନ୍ତି କି ଜେଲେନସ୍କି ପଛକୁ ହଟୁନାହାନ୍ତି । ଫଳରେ ଯୁଦ୍ଧ ଥମିବାରେ ନା ନେଉନି ।
ଋଷିଆକୁ ସହଜରେ ଛାଡ଼ିବ ନାହିଁ ୟୁକ୍ରେନ । ଋଷ ସୈନ୍ୟଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । କୌଣସି ପରସ୍ଥିତିରେ ଆମେ ହାର ମାନିବା ନାହିଁ, ଲଢେଇ କରିବ ଆଉ ଜିତିବା ବୋଲି ସ୍ଲୋଗାନ ଦେଉଛନ୍ତି ସୈନ୍ୟ । ଆଉ ଏହି ସ୍ଲୋଗାନ୍ ହିଁ ଯୁଦ୍ଧ ପାଇଁ ବଳ ଯୋଗାଉଥିବା କୁହାଯାଉଛି । ଋଷିଆ ସୈନ୍ୟ କିଭ୍କୁ ଅକ୍ତିଆର କରିବା ପାଇଁ ଯେତେ ଚେଷ୍ଟା କଲେ ବି ତାହା ଫଳପ୍ରଦ ହେଉନାହିଁ ।
ୟୁକ୍ରେନ ଯବାନଙ୍କ ମୁହଁତୋଡ଼ ଜବାବରେ ଧରାଶାୟୀ ହେଉଛନ୍ତି ଋଷିଆ ସୈନ୍ୟ । ସେପଟେ ଋଷିଆ ଉପରେ ଲାଗିଥିବା ଅନ୍ତର୍ଜାତୀୟ କଟକଣାକୁ ନେଇ ଚିନ୍ତାରେ ପୁଟିନ୍ । ଆଉ ବେଶିଦିନ ଏମିତି ଯୁଦ୍ଧ ଲାଗି ରହିଲେ ସ୍ଥିତି ଆହୁରି ଜଟିଳ ହୋଇପାରେ । ତେଣୁ ଯଥାଶୀଘ୍ର ୟୁକ୍ରେନକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ପୁଟିନ୍ ସେନା । କିନ୍ତୁ ଋଷର ଗୋଟିଏ ପରେ ଗୋଟିଏ ଯୋଜନାକୁ ପଣ୍ଡ କରିଦେଉଛନ୍ତି ୟୁକ୍ରେନ ସୈନ୍ୟ । ଆଉ ଏତିକିବେଳେ ୟୁକ୍ରେନରେ ଥିବା ବନ୍ଦୀ ସୈନ୍ୟଙ୍କୁ ମୁକ୍ତ କରିବାକୁ ଜେଲେନସ୍କି ନିର୍ଦ୍ଦେଶ ଦେଇଥିବାରୁ ଚିନ୍ତାରେ ପୁଟିନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)