/odishatv-khabar/media/post_attachments/uploadimage/library/16_9/16_9_0/UK_Riots_1721379947.jpg)
UK Riots
ଗତକାଲି ବ୍ରିଟେନର ଲିଡ୍ସ ସହରରେ ହିଂସାକାଣ୍ତ ଘଟିଥିଲା । ଲିଡ୍ସର ପଡ଼ୋଶୀ ହାରେହିଲ୍ସ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୋଟେ ବସ୍ ପୋଡ଼ି ଯାଇଥିଲା । ଏହା ସହ ଏକ ପୋଲିସ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ଲୋକେ । ଫଳରେ ଉକ୍ତ ଅଚଳର ସୁରକ୍ଷା ବୃଦ୍ଧି କରାଯାଇଛି । ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏପରି ହିଂସାକାଣ୍ତ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସା ଦ୍ୱାରା କେହି ଆହତ ହୋଇନଥିବା ସୂଚନା ମିଳିଛି । ପ୍ରଥମିକ ତଦନ୍ତ ଅନୁଯାୟୀ, ହିଂସାକାଣ୍ତ ଧର୍ମ, ଜାତି ଓ ସମ୍ପ୍ରଦାୟକୁ ନେଇ ବ୍ୟାପିଥିବା ଜଣାପଡ଼ିଛି । ମାଇନରିଟି ଲୋକଙ୍କ ଦ୍ୱାରା ଏହି ହିଂସାକାଣ୍ତ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
BREAKING: ROMANIAN COMMUNITY VS THE POLICE MAJOR RIOTS IN HAREHILLS, LEEDS
Social services removed 5 children from parents after a 7 month old baby was taken to hospital with a head injury.
They attacked the Police and are setting things on fire.#Harehills, #Leeds#UK#Riotspic.twitter.com/pYp12oMdWL
— Sulaiman Ahmed (@ShaykhSulaiman) July 18, 2024
ଅନ୍ୟପଟେ ବ୍ରିଟେନର ଗୃହ ସଚିବ ୟଭେଟ୍ କପର୍ କହିଛନ୍ତି ଯେ, ଏପରି ହିଂସାର ଦୃଶ୍ୟ ତାଙ୍କୁ ଭୟଭୀତ କରିଦେଇଛି । ଏହା ସହ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଏନେଇ ଅନେକ ଭିଡିଓ ସେୟାର କରାଯାଇଛି । ଗୋଟେ ଭିଡିଓରେ ପୋଲିସ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ଦେଖାଯାଇଛି ।
🚨🇬🇧 Today in Britain:
- Stabbing in broad daylight - Wigan
- Police cars & buses destroyed - Leeds
- Riots in #LondonIzlamic Republic Of The UK Coming Soon.
Happy Jumma! pic.twitter.com/gbuULRa5fL
— Prashant Umrao (@ippatel) July 19, 2024
ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି ବସ୍ରେ ନିଆଁ ଲଗାଇଥିବା ବେଳେ ଅନ୍ୟମାନେ ଏଥିରେ ଆବର୍ଜନା ଫିଙ୍ଗୁଥିବାର ଦେଖାଯାଇଥିଲା । ସାଙ୍ଗେ ସାଙ୍ଗେ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା । ବୟସ୍କ ଓ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା । ସେହିପରି ହାରେହିଲ୍ସରେ ଦଙ୍ଗା ସୃଷ୍ଟି ହୋଇଥିଲା ।
ତେବେ ୟର୍କଶାୟାରର ମେୟର ଟ୍ରାସି ବ୍ରାବିନ କହିଛନ୍ତି, ଏପରି ଅଭାବନୀୟ ପରିସ୍ଥିତିରେ ଜରୁରୀକାଳିନ ସେବା ଯୋଗାଇଥିବା ସମସ୍ତଙ୍କ ଧନ୍ୟବାଦ । ଘଟଣାକୁ ନେଇ ମେୟର କହିଛନ୍ତି, ଏଥିରେ କେହି ଗୁରୁତର ଆହତ ହୋଇନାହାଁନ୍ତି । କିନ୍ତୁ ଯେଉଁମାନେ ସମ୍ପ୍ରଦାୟ ନାଁରେ ଉତ୍ତେଜନା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।
Riots in Leeds,UK.
A Romanian family lost their kids to the government due to neglect. pic.twitter.com/xD5bt3KTKn— Crazy videos. (@Crazy_videos_1) July 19, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)