/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659150656.jpg)
The flood in UAE was caused by heavy rain on Thursday.
ପ୍ରବଳ ବର୍ଷା ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍ସର ଶାରଜାହା, ରସ୍ ଆଲ୍ ଖୈମା ଓ ଫୁଜୈରାରେ ବଡ଼ ଧରଣର ବନ୍ୟା ଆସିଛି। ଫଳରେ ତିନି ମହାନଗରୀ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବେଶୀମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଫୁଜୈରା ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏ ବର୍ଷା ଲାଗି ରହିବା ପରେ ଫ୍ଲାସ ଫ୍ଲଡ୍ ଆସି ଅନେକ ରାସ୍ତା ଘାଟ ଧୋଇଯାଇଛି।
ବିମାନବନ୍ଦର ରାସ୍ତା, ଫୁଜୈରା ବନ୍ଦରକୁ ସଂଯୋଗ କରୁଥିବା ରାସତା ଧୋଇଯାଇଛି। ଜନବସତି ଭିତରେ ୩ରୁ ୪ ଫୁଟ୍ ଉଚ୍ଚର ପାଣି ଜମି ରହିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବନ୍ଦରନଗରୀରେ ଥିବା ବଡ଼ ବଡ଼ ହୋଟେଲ, ଆପାର୍ଟମେଣ୍ଟର ବେସମେଣ୍ଟ, ରାସ୍ତା ଉପରେ ପାଣି ଜମି ରହିଛି। ଗୋଟିଏ ଗୋଟିଏ ସ୍ଥାନରେ ଗାଡ଼ିଗୁଡ଼ିକ କାଗଜ ଡଙ୍ଗା ଭାସିବା ଭଳି ଭାସି ଯାଉଥିବା ଦେଖିବାକୁ ମିଳିଥିଲା। କାରଖାନାଗୁଡ଼ିକରେ ପାଣି ପଶିଯିବାରୁ ବହୁ ଲୋକ ଫସି ରହିଥିଲେ।
ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେବଳ ଫୁଜୈରାରେ ଲୋକଙ୍କୁ ଉଦ୍ଧାର କରି ଅନ୍ୟତ୍ର ନେବା ଲାଗି ସରକାରଙ୍କ ପକ୍ଷରୁ ୫୦ଟି ସ୍ୱତନ୍ତ୍ର ବସକୁ ନିୟୋଜିତ କରାଯାଇଛି। ତେବେ ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଶକ୍ତି ଓ ଭିତ୍ତିଭୂମି ନିର୍ମାଣମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)