Advertisment

ଏଣିକି ଟ୍ୱିଟରରେ ଆର୍ଟିକଲ୍ ପଢ଼ିଲେ ଦେବାକୁ ପଡ଼ିବ ଟଙ୍କା

ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍‌ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍‌ ଓ ପବ୍ଲିକ୍‌ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍‌ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍‌ ଅପ୍‌ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।

ଅଦ୍ୟତନ ହୋଇଛି
Twitter

Twitter

Advertisment

ଟ୍ୱିଟରରେ ଏଣିକି ଆଉ ଫ୍ରୀରେ ପଢିପାରିବେ ନାହିଁ ଆର୍ଟିକଲ୍ । ପଢିବାକୁ ହେଲେ ଦେବାକୁ ପଡିବ ଫି’ । ଏହି କଥା ଶୁଣିବା ପରେ ଏବେ ଚିନ୍ତାରେ ୟୁଜର୍ସ । କାରଣ ପୂର୍ବରୁ ବ୍ୟବହାରକାରୀମାନେ ନିଜ ମନପସନ୍ଦର ଆର୍ଟିକିଲ ଟ୍ୱିଟରରେ ପଢୁଥିଲେ । ହେଲେ ଏବେ ଆଉ ସେ ସୁବିଧା ମିଳିବ ନାହିଁ । ନୂଆ ନିୟମ ଅନୁସାରେ, ଫିଚର ଅପଡେଟ୍‌ ହେବା ପରେ ଯେଉଁମାନଙ୍କ ପାଖରେ ସବସ୍କ୍ରିପସନ୍‌ ନାହିଁ ସେମାନେ ଆଉ ଆର୍ଟିକିଲ ପଢିପାରିବେ ନାହିଁ । ଏଣିକି ପ୍ରତି ଆର୍ଟିକଲ୍ ଅନୁସାରେ ଟଙ୍କା ଦେବେ ୟୁଜର୍ସ ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ପୁଣି ନୂଆ ନିୟମ ଆଣିଲେ ଏଲନ୍‌ ମସ୍କ । ଫିଚର ଅପଡେଟ୍‌ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍‌ ଓ ପବ୍ଲିକ୍‌ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍‌ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍‌ ଅପ୍‌ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ । ତେବେ ସମସ୍ତେ ଟ୍ୱିଟରରୁ ଟଙ୍କା କମାଇପାରିବେ ନାହିଁ । ବରଂ ଯେଉଁମାନଙ୍କର ୫୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି କେବଳ ସେହିମାନେ ହିଁ ଟଙ୍କା କମାଇପାରିବେ । ଖାଲି ଏତିକି ନୁହେଁ ବରଂ ଆକାଉଣ୍ଟ ଭେରିଫାଏଡ୍ ହୋଇଥିବା ସହିତ ଲଗାତାର ୩୦ ଦିନ ଟ୍ୱିଟରରେ ଆକ୍ଟିଭ୍‌ ଥିବାର ବି ଆବଶ୍ୟକତା ରହିଛି ।

Advertisment

ତେବେ ଏପ୍ରିଲ୍‌ ୧୪ରେ ଟ୍ୱିଟ୍‌ କରି ଏଲନ କହିଥିଲେ, ନିଜ ଫଲୋଅର୍ସଙ୍କୁ ଟେକ୍ସଠୁ ଆରମ୍ଭ କରି ଲମ୍ବା ଭିଡିଓ କିମ୍ବା କୌଣସି ମେଟେରିଆଲ୍‌ ସବସ୍କ୍ରିପସନ୍‌ ଅଫର୍‌ କରିବା ଲାଗି ଆବେଦନ କରନ୍ତୁ । ସେଟିଙ୍ଗରେ କେବଳ ମନିଟାଇଜେସନ୍‌ ଉପରେ ଟ୍ୟାପ୍‌ କରନ୍ତୁ । ମନିଟାଇଜେସନରୁ କରାଯାଉଥିବା ଆୟର କୌଣସି ଭାଗ ଆଗାମୀ ୧୨ ମାସ ପର୍ଯ୍ୟନ୍ତ ଟ୍ୱିଟର ନେବନି । ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ଆଣ୍ଟ୍ରଏଡ୍‌ ଏବଂ ଆଇଓଏସ୍‌ ମୋବାଇଲ ୟୁଜର୍ସଙ୍କ ଲାଗି ବ୍ଲୁ ସବସ୍କ୍ରିପ୍ସନ୍‌ ସର୍ଭିସର୍‌ ଦାମ ୯୦୦ ଟଙ୍କା ପ୍ରତି ମାସ ରହିବ ବୋଲି ଜଣାଯାଇଛି ।

Elon Musk Twitter New Features
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ