• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡାଉନ୍‌ ହେଲା ଟ୍ୱିଟର ସର୍ଭର । ସଠିକ୍‌ ଭାବେ ଖୋଲୁଛି ପେଜ୍‌ ନା ଲୋଡ ହେଉଛି ଫଟୋ । ଏମିତି କିଛି ଅସୁବିଧା ଏବେ ଟ୍ୱିଟରରେ ଦେଖାଦେଇଛି । ଅନେକ ସ୍ଥାନରେ ଟ୍ୱିଟର ଲଗ୍‌ ଇନ୍‌ ହେଉନଥିବା ବେଳେ କିଛି ଲୋକଙ୍କ କମ୍ପ୍ୟୁଟରରେ ଟ୍ୱିଟର ପେଜ୍‌ ଏରର ଦେଖାଉଛି । ଏମିତିକି ମୋବାଇଲରେ ନେଟ୍‌ୱାର୍କ ଫୁଲ୍‌ ଥିଲେ ବି ଟ୍ୱିଟର ପେଜ୍‌ ଖୋଲୁନି । ଅନ୍ୟ ସମସ୍ତ ସୋସିଆଲ ମିଡିଆ ବା ମାଇକ୍ରୋ ବ୍ଲଗିଂ ସାଇଟ୍‌ ସହଜରେ ଖୋଲୁଥିଲେ ବି ଟ୍ୱିଟର ଖୋଲୁନାହିଁ ।

ଏହି ଅସୁବିଧା କେବଳ ଭାରତର କିଛି ଅଂଶରେ ନୁହେଁ ପୁରା ବିଶ୍ୱର ବିଭିନ୍ନ ଅଂଶରେ ଦେଖାଯାଇଛି । ଅନେକ ବଡ଼ ବଡ଼ କମ୍ପାନୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଟ୍ୱିଟର ଡାଉନ୍‌ ହେବା ଫଳରେ ସେମାନଙ୍କ ବିଜ୍‌ନେସ୍‌ରେ ଘାଟା ହୋଇଛି । ଏମିତିକି ଏହାକୁ ସେମାନେ ଏକ କମ୍ୟୁନିକେସନ୍‌ର ମାଧ୍ୟମ କରିସାରିଥିବା ବେଳେ ସର୍ଭର ଡାଉନ୍‌ ଯୋଗୁଁ ବିଜ୍‌ନେସ୍‌ ଏକ ପ୍ରକାର ଅଚଳ ହୋଇଛି । ଭାରତର ବଡ଼ ବଡ଼ ମିଡିଆ ହାଉସ୍‌ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଟ୍ୱଟରର ନୂଆ ମାଲିକ ଏଲନ୍‌ ମସ୍କ ଦାୟିତ୍ୱ ନେବା ପରେ ଏବେ ଟ୍ୱିଟରରେ ବିଭିନ୍ନ ପରିବର୍ତ୍ତନ ହେବାକୁ ଯାଉଛି । ଦିନ ରାତି ଟ୍ୱିଟର କର୍ମଚାରୀମାନେ କାମ କରୁଛନ୍ତି । ନୂଆ ନୂଆ ଫିଚର ଆଡ୍‌ କରିବା ପରେ ଅହରହ ପରିଶ୍ରମ କରୁଛନ୍ତି । ଏମିତିକି ଇଞ୍ଜିନିୟରମାନଙ୍କୁ ଦିନକୁ ୧୨ ଘଣ୍ଟା ଡ୍ୟୁଟି କରିବାକୁ କୁହାଯିବା ସହ ଛୁଟି ମିଳିବନି ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଏହି ସମୟରେ ଅଧିକ କାମ ପାଇଁ ଅଧିକ ପଇସା କିମ୍ବା ପ୍ରମୋସନ୍ କଥା ବି କେହି ଆଲୋଚନା କରିପାରିବେ ନାହିଁ ବୋଲି ହ୍ୱିପ୍‌ ଜାରିହୋଇଛି । ଡେଡ୍‌ଲାଇନ୍‌ ମଧ୍ୟରେ କାମ ସାରିବା ପାଇଁ ମ୍ୟାନେଜର ଲେବୁଲର କର୍ମଚାରୀମାନେ ଅଫିସ୍‌ରୁ ଘରକୁ ଯାଉନାହାନ୍ତି । ନିଦ ଲାଗିଲେ ସେହି ଅଫିସ ଚ୍ୟାମ୍ବରରେ ହିଁ ଶୋଇପଡ଼ୁଛନ୍ତି । ଯାହା ଫଟୋ ମଧ୍ୟ ଭାଇରାଲ ହୋଇଛି ।

ତେବେ ମିଳିଥିବା ଖବର ଅନୁଯାୟୀ ଖୁବ୍‌ଶୀଘ୍ର ଟ୍ୱିଟର ୟୁଜରମାନଙ୍କୁ ଏଡିଟ୍‌ ଅପ୍‌ସନ୍‌ ଦିଆଯିବ । ପୂର୍ବରୁ ଏନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇସାରିଛି । ଏଲନ୍‌ ମସ୍କ ମାଲିକାନା ନେବା ପୂର୍ବରୁ ଏନେଇ ଟ୍ୱିଟ୍‌ ମଧ୍ୟ କରିଥିଲେ । ତେବେ ଏତେ ସବୁ ପରିବର୍ତ୍ତନ କରିବା ପାଇଁ କାମ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ଟ୍ୱିଟର ଡାଉନ୍‌ ହୋଇଥିବା କୁହାଯାଉଛି । ତେବେ ଟ୍ୱିଟର-ବ୍ଲୁରେ ରେଜିଷ୍ଟର କରିସାରିଥିବା ୟୁଜରମାନଙ୍କୁ ଏଡିଟ୍‌ ଅପ୍‌ସନ୍‌ ମିଳିସାରିଛି । ସେମାନେ ଏଥିପାଇଁ ପେମେଣ୍ଟ କରୁଛନ୍ତି । ସେମାନଙ୍କୁ ବହୁପୂର୍ବରୁ ଏଡିଟ୍‌ ଅପ୍‌ସନ୍‌ ମିଳିଛି ।

ତେବେ ଆସୁ ଆସୁ କର୍ମଚାରୀଙ୍କ ଉପରେ ଏଲନ୍‌ ମସ୍କଙ୍କ ଅତ୍ୟାଚାର ଆରମ୍ଭ ହୋଇସାରିଛି ବୋଲି କୁହାଯାଉଛି । ତ୍ରାହି ତ୍ରାହି ଡାକିଲେଣି କର୍ମଚାରୀ । ଘରକୁ ଯାଇପାରୁ ନାହାନ୍ତି, ଟିକେ ସମୟ ମିଳିଲେ ଅଫିସ୍‌ରେ ହିଁ ନେଉଛନ୍ତି ପାୱାର ନ୍ୟାପ୍‌ । ସୋସିଆଲ ମିଡିଆ ଟ୍ୱିଟରର ମାଲିକାନା ନେବା ପରଠୁ ଏଲନ୍‌ ମସ୍କ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛନ୍ତି । ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ସହ ଆଗକୁ ଆହୁରି ବାହାର କରିବେ ବୋଲି ଯୋଜନା କରିଛନ୍ତି । ତେବେ ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।

ଟ୍ୱିଟରର ମାଲିକାନା ନିଜ ହାତକୁ ନେବାପରେ ବର୍ତ୍ତମାନ କ୍ରମାଗତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଇଛନ୍ତି ଏଲନ୍ ମସ୍କ । ଅନେକ ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା କରାଯାଉଛି । ତେବେ ୟୁଜରଙ୍କ ତୁଳନାରେ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନେ ଅଧିକ ବିବ୍ରତ ହୋଇପଡ଼ିଛନ୍ତି । ଲାଗୁଛି ଯେପରି ଏଲନ୍‌ ମସ୍କ ଟ୍ୱିଟର୍‌ କିଣିବା ପରେ କର୍ମଚାରୀଙ୍କ ଦୁଃଖର ଦିନ ଆସିଯାଇଛି ।

ଏଲନ୍‌ ମସ୍କ ପ୍ରଥମେ ଟ୍ୱିଟର କଂପାନୀ ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇଥିଲେ ପରେ ନିଜେ ଦାୟିତ୍ୱ ନେଇଥିଲେ । ଏଥିସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଛନ୍ତି । ଫଳରେ କଂପାନୀ ଉପରେ ନିଜର ନିରଙ୍କୁଶ ନିୟନ୍ତ୍ରଣ ସାବ୍ୟସ୍ତ କରିଛନ୍ତି ମସ୍କ ।