Advertisment

ଏଲିଜାବେଥଙ୍କ ମୃତ୍ୟୁ ତାରିଖ ପୂର୍ବରୁ ଜାଣିଥିଲେ ଓରୁନମିଲା, ଭାଇରାଲ ହେଲା ଟୁଇଟ୍

ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ। ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଇତି ମଧ୍ୟରେ ରାଣୀଙ୍କୁ ନେଇ ଜାଣିବାକୁ ମିଳୁଛି ଅନେକ ରୋଚକ କଥା। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ କେବେ ହେବ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରାଯାଇଥିଲା। ଓରୁନମିଲା ନାମକ ଜଣେ ଆତ୍ମଘୋଷିତ ବାବା ନିଜ ଟୁଇଟର ଆକାଉଣ୍ଟରେ ଏହି ଭବିଷ୍ୟବାଣୀ କରିଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Queen Elizabeth's Death Date

Queen Elizabeth II

ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ। ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ସମ୍ପନ୍ନ ହେବ ରାଣୀଙ୍କ ଶେଷକୃତ୍ୟ। ରବିବାରଠାରୁ ଆରମ୍ଭ ହୋଇଯାଇଛି ରାଣୀଙ୍କ ଶେଷଯାତ୍ରା ।

Advertisment

ଇତି ମଧ୍ୟରେ ରାଣୀଙ୍କୁ ନେଇ ଜାଣିବାକୁ ମିଳୁଛି ଅନେକ ରୋଚକ କଥା। ବିଶେଷକରି ରାଣୀଙ୍କ ମୃତ୍ୟୁ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ କେବେ ହେବ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରାଯାଇଥିଲା। ଓରୁନମିଲା ନାମକ ଜଣେ ଆତ୍ମଘୋଷିତ ବାବା ନିଜ ଟୁଇଟର ଆକାଉଣ୍ଟରେ ଏହି ଭବିଷ୍ୟବାଣୀ କରିଥିଲେ। ନିଜ ଟୁଇଟର ହାଣ୍ଡେଲ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କର ମୃତ୍ୟୁ ସେପ୍ଟେମ୍ବର ୮ ତାରିଖରେ ହେବ ବୋଲି ସେ ଉଲ୍ଲେଖ କରିଥିଲେ ।  ଏଥିରେ ମସିହା ଉଲ୍ଲେଖ ନ ଥିଲା। ତେବେ ରାଣୀଙ୍କ ମୃତ୍ୟୁ ପରେ ଓରୁନମିଲାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଛି।

ଏହି ଟୁଇଟ୍‌ଟି ୨୦୨୧ ଅଗଷ୍ଟ ୨୪ରେ ପୋଷ୍ଟ ହୋଇଥିଲା। ମାଇକ୍ରୋବ୍ଲଗିଂ ସାଇଟ୍‌ ୟୁଜର ଓରୁନମିଲା ବ୍ଲଗରେ ଲେଖିଥିଲେ, ‘ଇଂଲଣ୍ଡର ରାଣୀ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିପାରନ୍ତି। ମୋତେ ଏହା ଦେଖା ଯାଉଛି।’ ଟୁଇଟ୍‌ରେ ଫ୍ରେଞ୍ଚ ଭାଷାରେ ଲେଖା ଯାଇଛି। ତେବେ ଏଥିରେ ନା ମସିହା ଉଲ୍ଲେଖ ଥିଲା ନା ଥିଲା ସମୟ କିମ୍ବା କାରଣ। ଯାହା ବି ହେଉ,  ସେ ଦେଇଥିବା ତାରିଖ ଠିକ ଥିବା ପ୍ରମାଣିତ ହୋଇଛି। ଟୁଇଟରରେ ଏହାକୁ ୧୫ ହଜାରରୁ ଅଧିକ ଲାଇକ ମିଳିଲାଣି।  ରାଣୀଙ୍କ ମୃତ୍ୟୁ ପରେ ଏହି ଟୁଇଟ୍‌ଟି ଭାଇରାଲ ହେବାରେ ଲାଗିଛି।

Advertisment

ଅବଶ୍ୟ ଅନେକ ଏହାକୁ ବେଶ  ସମାଲୋଚନା ବି କରିଛନ୍ତି। କେତେକ ଏହାକୁ ସ୍କାମ ବୋଲି କହିଛନ୍ତି। ଅନ୍ୟଜଣେ ୟୁଜର କମେଣ୍ଟ ଦେଇ କହିଛନ୍ତି ‘ଏମିତି ପ୍ରାଇଭେଟ ଆକାଉଣ୍ଟ ରଖ। ଏମିତି ଅନେକ ଭବିଷ୍ୟବାଣୀ ପୋଷ୍ଟ କର। ଠିକ୍ ସମୟରେ ଭୁଲ୍‌ ତଥ୍ୟକୁ ଡିଲିଟ କରି ଅନ୍ୟ ସବୁକୁ ପବ୍ଲିକ କରିଦିଅ।’

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ଆକାଉଣ୍ଟରେ ୨ ବର୍ଷରେ ୨ଟି ଟୁଇଟ ହୋଇଛି। ଏହି ଆକାଉଣ୍ଟଟି ସମ୍ପୂର୍ଣ୍ଣ ପ୍ରାଇଭେଟ ଏବଂ ଏହାର ଫଲୋଅର ନାହାନ୍ତି। ଏହି ଟୁଇଟ୍‌ଟି ପବ୍ଲିକ ହେବା ପୂର୍ବରୁ ୩୬୪ଟି ଟୁଇଟ ଆକାଉଣ୍ଟରୁ ଡିଲିଟ କରାଯାଇଛି।

UK Queen Elizabeth II Queen Elizabeth II Viral Tweet
Advertisment
Advertisment