Advertisment

ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Turkey Earthquake

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା। ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ। ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ। ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍‌କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର।

Advertisment

ତୁର୍କୀ ସମୟ ଭୋର୍ ୪ଟା ୧୭। ଶୋଇଥିଲା ସାରା ତୁର୍କୀ। କେହି କିଛି ବୁଝିବା ପୂର୍ବରୁ ହଠାତ୍ ଥରି ଉଠିଥିଲା ମାଟି। ଆଉ ନିମିଷକ ମଧ୍ୟରେ ସରିଯାଇଥିଲା ସବୁକିଛି। ଶୋଇବା ଅବସ୍ଥାରେ ହିଁ ଶେଷ ହୋଇଯାଇଥିଲା ଶହ ଶହ ଜୀବନ। ଅନେକ ଘରୁ ବାହାରିବାକୁ ଚେଷ୍ଟା କରିଥିଲେ ବି ସମୟ ମିଳିନଥିଲା। ଖବର ମିଳିଥିଲା ତୁର୍କୀରେ ଅନୁଭୂତ ହୋଇଛି ୭.୮ ତୀବ୍ରତାର ବଡ ଭୂକମ୍ପ।

ଅଧିକ ପଢ଼ନ୍ତୁ: ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ଦକ୍ଷିଣ ତୁର୍କୀର ୩୩ କିଲୋମିଟର ଦୂର ଗାଜିୟାନତେପ୍ ଥିଲା ଭୂମିକଂପର କେନ୍ଦ୍ରସ୍ଥଳ । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ତୁର୍କୀ ଉପରେ ପୁଣି ପଡିଥିଲା ପ୍ରକୃତିର କୋପ । କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ବଡ଼ ଧରଣର ଭୂକମ୍ପ ଝଟକା ଲାଗିଥିଲା । ଏଥର ଭୂକମ୍ପର ତୀବ୍ରତା ଥିଲା ୭.୬ । ଭୂକମ୍ପରେ ଶତାଧିକ କୋଠା ମାଟିରେ ମିଶିଯାଇଥିବା ବେଳେ ପର୍ବତ ଶିଖରରେ ନିର୍ମିତ ଐତିହାସିକ ଗାଜିଆନତେପ୍ ଦୁର୍ଗ ବି ଧରାଶାୟୀ ହୋଇଛି । ଏବେବି ଭଙ୍ଗା କୋଠା ତଳେ ଆହୁରି ଅନେକ ଫଶି ରହିଥିବା ଆଶଙ୍କା କରାଯାଉଛି । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Advertisment

ତୁର୍କୀର ଏଭଳି ବିପତ୍ତି ସମୟରେ ତୁରନ୍ତ ସହଯୋଗର ହାତ ବଢାଇଛି ଭାରତ । ତୁର୍କୀକୁ ସମସ୍ତ ପ୍ରକାରର ସହାୟତା ଦିଆଯିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଧାର କାର୍ଯ୍ୟ ପାଇଁ ୧୦୦ ଜଣିଆ ଦୁଇଟି ଏନଡିଆରଏଫ୍ ଟିମ୍ ସହ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଡଗ୍ ସ୍କ୍ୱାର୍ଡ ପଠାଯିବ । ଏଥିସହ ଔଷଧ ଏବଂ ରିଲିଫ୍ ସାମଗ୍ରୀ ଧରି ସ୍ୱତନ୍ତ୍ର ମେଡିକାଲ ଟିମ୍ ମଧ୍ୟ ଖୁବଶୀଘ୍ର ତୁର୍କୀ ଯିବ ।

ତୁର୍କୀରେ ଏହା ପୂର୍ବରୁ ୧୯୩୯ ଜୁନ୍ ୨୭ରେ ବଡ ଧରଣର ଭୂକଂପ ହୋଇଥିଲା । ୭.୮ ତୀବ୍ରତାର ଏହି ଭୂକଂପରେ ସେତେବେଳେ ୩୩ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଥିଲା।

Turkey Earthquake
Advertisment
Advertisment