Advertisment

ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

ଅଦ୍ୟତନ ହୋଇଛି
Turkey Earthquake

Turkey

Advertisment

ପୁଣି ତୁର୍କୀରେ ଭୟଙ୍କର ଭୂ-କମ୍ପ । ଗୋଟିଏ ଦିନରେ ବାରମ୍ବାର ହେଉଛି ଭୂ-କମ୍ପ । ଦକ୍ଷିଣ ତୁର୍କୀର କହରାମାନମାରସ ପ୍ରୋଭିନ୍ସ ଏଲ୍‌ବିସ୍ତାନ ଜିଲ୍ଲାରେ ପୁଣି ଥରେ ଭୂ-କମ୍ପ ଅନୁଭୂତ ହୋଇଛି । ଆଜିର ଭୂ-କମ୍ପ ଯୋଗୁଁ ତୁର୍କୀରେ ଏବେ ସୁଦ୍ଧା ଗଲାଣି ୧୩୦୦ରୁ ଅଧିକ ଜୀବନ । ଆଜି ପ୍ରଥମେ ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ସନ୍ଧ୍ୟା ସୁଦ୍ଧା ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ଏହାସହ ୨୦୦୦ରୁ ଅଧିକ ବିଲ୍ଠିଂରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । 

Advertisment

ରିକ୍ଟର ସ୍କେଲରେ ଏହାର ପ୍ରଥମ ଭୂ-କମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିଲା । ଏବେ ପୁଣିଥରେ ହୋଇଥିବା ଭୂ-କମ୍ପର ତୀବ୍ରତା ୭.୬ ରହିଛି । ସେଠାକାର ସ୍ଥାନୀୟ ସମୟ ଭୋର ୪ଟା ୧୭ରେ ଭୂକମ୍ପର ପ୍ରଥମେ ଝଟ୍‌କା ଅନୁଭୂତ ହୋଇଥିଲା । ଏହାର ଗଭୀରତା ପ୍ରାୟ ୧୭.୯ କି.ମି. ଥିଲା । ଏବେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ପୁଣି ଭୂ-କମ୍ପ ଅନୁଭୂତ ହୋଇଛି ।

USGS(United States Geological Survey) ସୂଚନା ଅନୁସାରେ, ଭୂକମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହେବାର ୧୫ ମିନିଟ୍‌ ପରେ ପୁଣି ଏକ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ ରହିଥିଲା । ଗାଜିଆଣ୍ଟେପ୍‌ରେ ମଧ୍ୟ ଭୂକମ୍ପ ହୋଇଥିଲା । ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ । ଗାଜିଆଣ୍ଟେପ୍‌ ବ୍ୟତୀତ ଲେବାନନ୍, ସିରିଆ ଏବଂ ସାଇପ୍ରସ୍‌ରେ ମଧ୍ୟ ଭୂକମ୍ପ ହୋଇଥିଲା। 

Advertisment

ଅନ୍ୟପଟେ ତୁର୍କୀର ଏଭଳି ସ୍ଥିତିରେ ଭାରତ ଦୁଃଖ ପ୍ରକାଶ କରିଛି । ଭାରତ ସରକାର ତୁର୍କୀକୁ ଯଥା ସମ୍ଭବ ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସମସ୍ତ ମେଡିକାଲ ତଥା ଔଷଧ ଯୋଗାଇଦେବାକୁ ମଧ୍ୟ ଭାରତ ପ୍ରସ୍ତୁତ ଥିବା କହିଛି ।

ସୋସିଆଲ୍‌ ମିଡିଆ ରେ ଶେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ଭୂକମ୍ପରେ ଦେଶର ଦକ୍ଷିଣ-ପୂର୍ବର ବିଭିନ୍ନ ସହରରେ ବିଲ୍ଡିଂ ଗୁଡ଼ିକ ଧ୍ୱସଂ ହୋଇଯାଇଛି। ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପ ଜୋନ୍‌ ହେଉଛି ତୁର୍କୀ । କାରଣ ଏହା ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା।

Advertisment

୧୯୯୯ ମସିହାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଥିଲା। ସେହିପରି ୨୦୨୦ରେ ଦୁଇ ଦୁଇ ଥର ଭୂକମ୍ପର ଝଟ୍‌କା ଅନୁଭୂତ କରିଥିଲେ ଲୋକେ। ଜାନୁଆରୀରେ ହୋଇଥିବା ଭୂକମ୍ପରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇ ଥିବାବେଳେ ଅକ୍ଟୋବରରେ ୧୧୪ ଜଣଙ୍କ ଜୀବନ ଚାଲି ଯାଇଥିଲା। 

Earthquake Turkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ