• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଚର୍ଚ୍ଚାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖୁବ୍‌ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।

ପୂର୍ବରୁ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଡୋନାଲ୍ଡ ଟ୍ରମ୍ପ ଟଙ୍କା ଦେଇଥିଲେ । ଯାହାକୁ ନେଇ ଅଭିଯୋଗ ହେବା ସହ ବିଚାର ମଧ୍ୟ ଜାରି ରହିଛି । ଆଜି ଏହି ମାମଲାରେ ଶୁଣାଣି କରାଯାଇ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ଗିରଫ ହେବାର ସମ୍ଭାବନା ବଢ଼ିଛି ।

ଅଧିକ ପଢ଼ନ୍ତୁ: ବ୍ୟାନ୍‌ ହଟିବା ପରେ ୨ ବର୍ଷ ପରେ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ

ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କୁ ଏନ୍‌ଫୋର୍ସମେଣ୍ଟ ବିଭାଗ ନିଜ ହେପାଜତକୁ ନେଇପାରେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଯିଏକି ପ୍ରଥମଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କାରଣ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

ତେବେ ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେବଳ ରାଜନୈତିକ କାରଣରୁ ଏପରି ହୋଇଛି । ସେପଟେ ଏହି ଘଟଣାରେ ଟ୍ରମ୍ପଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ଏହାକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଓକିଲମାନେ ବିଚାରବିମର୍ଶ କରୁଛନ୍ତି । ଯଦି ଡୋନାଲ୍ଡ ଟ୍ରମ୍ପ ଗିରଫ ହୁଅନ୍ତି ତେବେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ହେବ ।