Advertisment

Trump: ନଭେମ୍ବରରେ ଭାରତ ଆସିବେନି ଟ୍ରମ୍ପ ! ନୋବେଲ ପାଇଁ ଟ୍ରମ୍ପ ଓ ମୋଦିଙ୍କ ସଂପର୍କରେ ଫାଟ....ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଦାବି

ଜୁନ ୧୭ରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ଏହିଠାରୁ ବିଗିଡିଥିଲା ସଂପର୍କ । କଥାବାର୍ତ୍ତା ବେଳେ ପାକିସ୍ତାନ ଭଳି ଭାରତ ବି ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିଶ କଲୁ ବୋଲି ଟ୍ରମ୍ପ କହିଥିଲେ କିନ୍ତୁ ମୋଦି ଏହା କରିବାକୁ ସିଧାସଳଖ ମନା କରିଦେଇଥିଲେ । ଟ୍ରମ୍ପ ନୋବେଲ ପୁରସ୍କାର ପାଇବା ପାଇଁ ଏକ ଅଭିଯାନ ଚଳାଇଛନ୍ତି । କିନ୍ତୁ ମୋଦି ମନା କରିବା ପରେ ଏହି ଅଭିଯାନ ଫିକା ପଡ଼ିଛି ।

author-image
Manasranjan Mohanty
nobel

nobel

ଭାରତ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ନଭେମ୍ବରରେ ଭାରତରେ ହେବାକୁ ଥିବା କ୍ୱାଡ ଶିଖର ବୈଠକରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବେ ନାହିଁ । ନୋବେଲ ପୁରସ୍କାର ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପଙ୍କ ଭିତରେ ହୋଇଥିବା ଝଗଡ଼ା ଓ ଟାରିଫ ବିବାଦ ମଧ୍ୟରେ ଟ୍ରମ୍ପ ଭାରତ ଆସିବେ ନାହିଁ ବୋଲି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ।

Advertisment

ନ୍ୟୁୟର୍କ ଟାଇମ୍ସ ଶନିବାର ପ୍ରକାଶିତ ଏକ ରିପୋର୍ଟରେ ଦାବି କରିଛି ଯେ ଗତ କିଛି ମାସରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ସମ୍ପର୍କ ବିଗିଡିଛି। ଟ୍ରମ୍ପଙ୍କର ନଭେମ୍ବରରେ ଭାରତ ଆସିବାର କୌଣସି ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସର ଦାବି ଉପରେ ଆମେରିକା କିମ୍ବା ଭାରତ ପକ୍ଷରୁ କୌଣସି ଅଫିସିଆଲ ପ୍ରତିକ୍ରିୟା ଦିଆଯାଇନାହିଁ ।

ଭାରତ ଏହି ବର୍ଷ ଶେଷରେ କ୍ୱାଡ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି। ଟ୍ରମ୍ପ ପ୍ରଶାସନ ଏହି ବର୍ଷ ଜାନୁଆରୀରେ କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆୟୋଜନ କରିଥିଲା। ଯାହା ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ହ୍ୱାଇଟ ହାଉସରେ ଶପଥ ଗ୍ରହଣ କରିବାର ଠିକ ପରଦିନ ହୋଇଥିଲା।

Advertisment

ଜୁନ ୧୭ରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ଏହିଠାରୁ ବିଗିଡିଥିଲା ସଂପର୍କ । କଥାବାର୍ତ୍ତା ବେଳେ ପାକିସ୍ତାନ ଭଳି ଭାରତ ବି ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିଶ କଲୁ ବୋଲି ଟ୍ରମ୍ପ କହିଥିଲେ କିନ୍ତୁ ମୋଦି ଏହା କରିବାକୁ ସିଧାସଳଖ ମନା କରିଦେଇଥିଲେ । ଟ୍ରମ୍ପ ନୋବେଲ ପୁରସ୍କାର ପାଇବା ପାଇଁ ଏକ ଅଭିଯାନ ଚଳାଇଛନ୍ତି । କିନ୍ତୁ ମୋଦି ମନା କରିବା ପରେ ଏହି ଅଭିଯାନ ଫିକା ପଡ଼ିଛି ।

ଏହାପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଯାହାର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ଆଶଙ୍କା ରହିଛି । ଏହାକୁ ନେଇ ଭାରତ ଓ ଆମେରିକାର ସଂପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି । ଅନ୍ୟପଟେ ଆମେରିକା ସହ ସଂପର୍କ ବିଗୁଡ଼ିଥିବା ବେଳେ ଚୀନ ସହ ଭାରତର ସଂପର୍କ ସୁଧୁରିବାରେ ଲାଗିଛି । ଯାହାକୁ ଦେଖି ଟ୍ରମ୍ପ ରକ୍ତ ଚାଉଳ ଚୋବାଉଛନ୍ତି ।

ଟ୍ରମ୍ପ ଯଦି ଭାରତ ନଆସିବେ ତେବେ ଚଳିତବର୍ଷ ହେବାକୁ ଥିବା କ୍ୱାଡ ସମ୍ମିଳନୀ ବନ୍ଦ ହୋଇଯାଇପାରେ। ଏହା ସହ ଏହାର ଆଗାମୀ ଭବିଷ୍ୟତ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହେବ । କ୍ୱାଡରେ ଭାରତ ଆମେରିକା ସହ ଜାପାନ ଓ ଅଷ୍ଟ୍ରେଲିଆ ଭଳି ଦେଶ ସାମିଲ ଅଛନ୍ତି । କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ ଓ ଜାପାନ ବି ତାରିଫ ପାଇଁ ଆମେରିକା ଉପରେ ଅସନ୍ତୁଷ୍ଟ ଅଛନ୍ତି ।

Donald Trump Quad Summit Trump To Visit India
Advertisment
Related Articles
Advertisment