Advertisment

Trump Condemns Pahalgam Attack: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଭୟଙ୍କର ଆତଙ୍କୀ ହମ୍‌ଲା ଥିଲା ବୋଲି କହିଛନ୍ତି ଟ୍ରମ୍ପ । ପଢନ୍ତୁ ପୁରା ଖବର

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପାକ୍ ବିରୁଦ୍ଧରେ ପ୍ରତିଶୋଧମୂଳକ କଠୋର ପଦକ୍ଷେପମାନ ଗ୍ରହଣ କରୁଛି ଭାରତ । ସିନ୍ଧୁ ଜଳଚୁକ୍ତି ସ୍ଥଗିତ, ଭିସା ବାତିଲା, ସୀମା ବନ୍ଦ, ପାକ୍ ନାଗରିକଙ୍କୁ ତଡ଼ିବା ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାକୁ ନେଇ ଦୁଇ ଦେଶ ଭିତରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି । ପହଲଗାମ୍ ଆକ୍ରମଣକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏହା ଭୟଙ୍କର ଆତଙ୍କୀ ହମ୍‌ଲା ଥିଲା ବୋଲି ସେ କହିଛନ୍ତି । 

Advertisment

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ଦିନରୁ ତିକ୍ତତା ରହିଛି । ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ହଜାର ହଜାର ବର୍ଷ ଧରି ବିବାଦ ରହିଛି । ହେଲେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଭୟଙ୍କର ଥିଲା । ଏହି ଆତଙ୍କୀ ଆକ୍ରମଣ ପରେ ତିକ୍ତତା ଆହୁରି ବୃଦ୍ଧି ପାଇଛି । ମୁଁ ଉଭୟ ନେତାଙ୍କୁ ଜାଣିଛି । ସେଠାରେ ଜୋରଦାର ଉତ୍ତେଜନା ଲାଗି ରହିଛି । ତେବେ ସବୁଥର ଭଳି ଏଥର ମଧ୍ୟ ଉଭୟ ଦେଶ ଏକାଠି ମିଶି ସମାଧାନର ବାଟ ବାହାର କରିନେବେ ବୋଲି ମୋର ବିଶ୍ୱାସ ।'' 

Advertisment

ଅଧିକ ପଢ଼ନ୍ତୁ: ସୀମା ପାର୍‌ ଆତଙ୍କବାଦ ଉପରେ ଲାଗିବ ରୋକ୍, ଭାରତରେ ସାମିଲ ହେବ POK !

ସେହିପରେ ପହଲଗାମ୍ ଆକ୍ରମଣ ଘଟଣାଇଥିବା ଆତଙ୍କବାଦୀଙ୍କୁ ଖୋଜିବାରେ ଆମେରିକା ଭାରତର ସହାୟତା କରିବ ବୋଲି ବି କହିଛି । ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଲସୀ ଗବାର୍ଡ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତକୁ ସମବେଦନା ଜଣାଇବା ସହ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏଭଳି ଜଘନ୍ୟ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଖୋଜି ମାରିବାରେ ଆମେ ଭାରତ ସହ ଅଛୁ ଏବଂ ଏଥିପାଇଁ ସମର୍ଥନ କରିବୁ ।

Advertisment

ଅନ୍ୟପଟେ ଭାରତ-ପାକିସ୍ତାନ ତିକ୍ତତାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି ଇରାନ୍ । ବୈଦେଶିକ ମନ୍ତ୍ରୀ ସୟଦ୍ ଅବ୍ବାସ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା କରାଇବା ପାଇଁ ଇରାନ୍ ପ୍ରସ୍ତୁତ ଅଛି । ପାକିସ୍ତାନ ପ୍ରତିପକ୍ଷ ଇଶାକ ଦରଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ଇରାନ୍ ବୈଦେଶିକ ମନ୍ତ୍ରୀ । ସେହିପରି ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଫୈଜଲ ବିନ୍ ଫରହାନ୍ ପହଲଗାମ୍ ଆତଙ୍କୀ ଆକ୍ରମଣ ଏବଂ ଭାରତ-ପାକିସ୍ତାନ ସୀମା ବିବାଦ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । 

ଅଧିକ ପଢ଼ନ୍ତୁ: ବଡ଼ ଚ୍ୟାନେଲ୍‌ରେ ମିଛ ଖବର; ଏଭଳି ସମ୍ବେଦନଶୀଳ ସମୟରେ କେତେ ଠିକ୍‌ ? 

Donald Trump Terror Attack In Kashmir India Vs Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ