Advertisment

ଆମ ଉପରେ ଦୁଷ୍କର୍ମ ବନ୍ଦ କର: କାନ୍ସ ରେଡ୍‌ କାର୍ପେଟ୍‌ରେ ଯୁବତୀଙ୍କ ବିକ୍ଷୋଭ

ଲାଲ ରଙ୍ଗରେ ଅଧା ପୋଷାକ ପିନ୍ଧିଥିବା ଯୁବତୀ ଜଣକ ରେଡ୍‌ କାର୍ପେଟ୍‌ ଉପରକୁ ଚଢିଆସିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
 A naked woman storms the red carpet

A naked woman storms the red carpet

ୟୁକ୍ରେନ୍‌ରେ ପାଶବିକ ଅତ୍ୟାଚାରର କିଭଳି ସୀମା ଟପିଛି, ତାହାର ଦୃଶ୍ୟ ଦେଖିଲା କାନ୍ସ ଫେଷ୍ଟିଭାଲ। ଯେଉଁ ରେଡ୍‌ କାର୍ପେଟ୍‌ରେ ବିଶ୍ୱର ପ୍ରସିଦ୍ଧ କଳାକାରମାନେ ଚାଲନ୍ତି, ସେଠି ଦେଖିବାକୁ ମିଳିଲା ଜଣେ ଅର୍ଦ୍ଧନଗ୍ନ ଯୁବତୀଙ୍କ କ୍ଷୋଭ ଓ ଆକ୍ରୋଶ। ଆମ ଉପରେ ଦୁଷ୍କର୍ମ ବନ୍ଦ କର। ବିକ୍ଷୋଭ ବେଳେ ତାଙ୍କର ଅଧା ଶରୀରରେ କପଡ଼ା ନଥିଲା ବରଂ ଥିଲା ୟୁକ୍ରେନ୍‌ର ପତାକା। ୟୁକ୍ରେନ୍‌ରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ପାଶବିକ ଅତ୍ୟାଚାରକୁ ବିରୋଧ କରି ସମ୍ପୃକ୍ତ ଯୁବତୀ ଅଭିନବ ଢଙ୍ଗରେ ପ୍ରତିବାଦ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।  

Advertisment

ପ୍ରଥମେ ଲାଲ ରଙ୍ଗରେ ଅଧା ପୋଷାକ ପିନ୍ଧିଥିବା ଯୁବତୀ ଜଣକ ରେଡ୍‌ କାର୍ପେଟ୍‌ ଉପରକୁ ଚଢିଆସିଥିଲେ। ସେଠାରେ ଚିତ୍କାର କରିବା ସହ ଫଟୋଗ୍ରାଫରମାନଙ୍କୁ ପୋଜ୍‌ ଦେଇଥିଲେ। ଘଟଣାସ୍ଥଳରେ ସୁରକ୍ଷା କର୍ମୀମାନେ ପହଞ୍ଚି ଯୁବତୀ ଜଣକଙ୍କୁ କାବୁ କରିନେଇଥିଲେ । ପ୍ରକାଶଥାଉକି କାନ୍ସ ଫେଷ୍ଟିଭାଲରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ ଯେ, ଗତ ମାସରେ  ୟୁକ୍ରେନରେ  ଶତାଧିକ ଦୁଷ୍କର୍ମ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ରୁଷ ସୈନ୍ୟମାନେ ପାଶବିକ ଅତ୍ୟାଚାର ଜାରି ରଖିଥିବା ବେଳେ ଶିଶୁ ଏବଂ ନାବାଳିକାମାନେ ମଧ୍ୟ ବାଦ ପଡ଼ୁନାହାନ୍ତି।

ପୂର୍ବତନ କଳାକାର ଜେଲେନସ୍କି କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇ ଏକ ଭିଡିଓ ଜାରି କରି ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଜେଲେନ୍‌ସ୍କି କହିଛନ୍ତି, ପୂର୍ବରୁ ରୁଷ୍‌ ସୈନିକମାନଙ୍କ ଦ୍ୱାରା ଅଧିକୃତ ଅଞ୍ଚଳଗୁଡ଼ିକରେ ଛୋଟ ପିଲାମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ବହୁସଂଖ୍ୟାରେ ଦୁଷ୍କର୍ମ କରାଯାଇଛି । ୟୁକ୍ରେନ୍‌ରେ ଚାଲିଥିବା ଯୌନହିଂସା ବିରୋଧରେ ଉକ୍ତ ଯୁବତୀଜଣକ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ତୁରନ୍ତ କାନ୍‌ସ୍‌ ସୁରକ୍ଷା କର୍ମୀମାନେ ଧାଇଁ ଆସି ତାଙ୍କୁ ଗୋଟାଏ କୋଟ୍‌ରେ ଢାଙ୍କି ସେଠାରୁ ନେଇ ଯାଇଥିଲେ।

Advertisment
Cannes Film Festival Cannes Film Festival 2022 Cannes Ukraine Protest
Advertisment
Advertisment