/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702127422.jpg)
Tomato found in space
୮ ମାସ ପରେ ମିଳିଲା ସ୍ପେସ୍ରେ ହଜି ଯାଇଥିବା ଟମାଟୋ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ବାସ୍ତବରେ ସ୍ପେସ୍ରେ ମାର୍ଚ୍ଚ ୨୯ରେ ଏହି ୧ ଇଞ୍ଚ୍ ବିଶିଷ୍ଟ ଏହି ଟମାଟୋ ଅମଳ କରାଯାଇଥିଲା। ଏହି ସମୟରେ ଏକ ଟମାଟୋ ହଜିଯାଇଥିଲା। ଏହି ଟମାଟୋକୁ ମହାକାଶଚାରୀ ଫ୍ରାଙ୍କ୍ ରୁବିଓ ହଜାଇ ଦେଇଥିଲେ। ତେବେ ଏହାର ୮ ମାସ ପରେ ମିଳିଛି ଅବଶିଷ୍ଟାଂଶ ମିଳିଛି। ଆର୍ନ୍ତଜାତୀୟ ସ୍ପେସ୍ ସେଣ୍ଟରରେ ହିଁ ଥିଲା। ନାସାର ମହାକାଶଚାରୀ ଜସ୍ମିନ୍ ମୋଗବେଲି ବୁଧବାର ଏକ ଲାଇଭ୍ ଷ୍ଟ୍ରିମ୍ କରିଥିଲେ। ଏହି ସମୟରେ ସେ କହିଥିଲେ ‘ଆମର ଭଲ ବନ୍ଧୁ ରୁବିଓ ଘରକୁ ଯାଇସାରିଛନ୍ତି। ଦୀର୍ଘ ଦିନ ଧରି ଟମାଟୋ ପାଇଁ ତାଙ୍କୁ ଦାୟୀ କରାଯାଇଛି। କିନ୍ତୁ ଆମେ ତାଙ୍କୁ ଆଜି ସେ ଅପବାଦରୁ ମୁକ୍ତ କରୁଛୁ। ଆମେ ସେ ଟମାଟୋ ପାଇଛୁ।
ଏହି ଲାଇଭଷ୍ଟ୍ରିମ୍ ISSର ୨୫ ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ୮ ମାସ ପରେ ମିଳିଥିବା ଏହି ଟମାଟୋ କେଉଁଠାରେ ଏବଂ କେଉଁ ଅବସ୍ଥାରେ ମିଳିଲା ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।
ସ୍ପେସ୍ରେ ହଜିଥିବା ଟମାଟୋ ବିଷୟରେ ପ୍ରଥମେ ସେପ୍ଟେମ୍ବର ୧୩ରେ ଚର୍ଚ୍ଚାକୁ ଆସିଥିଲା। ଏକ ଇଭେଣ୍ଟରେ ଭାଷଣ ଦେଉଥିବା ସମୟରେ ହିଁ ଏହି ଟମାଟୋ ବିଷୟରେ କହିଥିଲେ ଫ୍ରାଙ୍କ୍ ରୁବିଓ । ସେପ୍ଟେମ୍ବରରେ ରୁବିଓ କହିଥିଲେ ଯେ ମୁଁ ଟମାଟୋ ଖୋଜିବା ପାଇଁ ସ୍ପେସ୍ରେ ଅନେକ ଘଣ୍ଟା ବିତାଇଥିଲି। 'ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ଏହି ଟମାଟୋ ଯେମିତି ହେଲେ ମିଳିବ ବୋଲି କହିଥିଲେ ଫ୍ରାଙ୍କ୍ ରୁବିଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)