/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696329969.jpg)
Novel Prize
ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଚଳିତବର୍ଷ ଫିଜିକ୍ସ ପାଇଁ ନୋବେଲ ପୁରସ୍କାର ପାଇବେ ୩ ଜଣ ବୈଜ୍ଞାନିକ । ସେମାନେ ହେଲେ ପିଅରେ ଏଗୋଷ୍ଟିନି, ଫେରେଙ୍କ୍ କ୍ରଜ୍ ଏବଂ ଏନି ଏଲ୍ ହୁଇଲିୟର । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
The Royal Swedish Academy of Sciences has decided to award the 2023 #NobelPrize in Physics to Pierre Agostini, Ferenc Krausz and Anne L’Huillier “for experimental methods that generate attosecond pulses of light for the study of electron dynamics in matter.” pic.twitter.com/6sPjl1FFzv— The Nobel Prize (@NobelPrize) October 3, 2023
ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ । ଏକ ପରମାଣୁରେ ଇଲେକ୍ଟ୍ରୋନ ଏତେ ଦ୍ରୁତ ଗତିରେ ବୁଲୁଥାଏ ଯେ, ତାକୁ ମାପିବା ପାଇଁ ପ୍ରତି ଆଟୋସେକେଣ୍ଡରେ ଥରେ ଲେଖାଏଁ ଜଳୁଥିବା ଆଲୋକରଶ୍ମି ଆବଶ୍ୟକ ହୁଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)