Advertisment

Plane Crash: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଅହମ୍ମଦବାଦ ପ୍ଲେନ୍‌ କ୍ରାସ୍‌ ପରେ ଚର୍ଚ୍ଚାରେ ସିଟ୍‌ ନମ୍ବର 11A । ଏହା ସେହି ସିଟ୍‌ ଯେଉଁଠି ବସିଥିଲେ ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶ । ୨୭ ବର୍ଷ ତଳେ ବି ବିଶ୍ୱାସଙ୍କ ଭଳି 11Aରେ ବସିଥିବା ଆଉ ଜଣେ ବ୍ୟକ୍ତି ଏମିତି ଏକ ଦୁର୍ଘଟଣାର ବଞ୍ଚିଥିଲେ । ଜାଣନ୍ତୁ କ'ଣ ଏହି ସିଟ୍‌ ନମ୍ବର ପଛର କାହାଣୀ...

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ଅହମ୍ମଦବାଦ ପ୍ଲେନ୍‌ କ୍ରାସ୍‌ରେ ମୃତ୍ୟୁକୁ ମାତ୍‌ ଦେଇଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶଙ୍କୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । କିଏ ଏହାକୁ ଚମତ୍କାର କହୁଛନ୍ତି ତ ଆଉ କିଏ ଭାଗ୍ୟଶାଳୀ । ଏବେ ରମେଶଙ୍କ ସିଟ୍‌ ନମ୍ବର 11Aକୁ ନେଇ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ୨୭ ବର୍ଷ ତଳେ ଥାଇଲାଣ୍ଡରେ ଏମିତି ଏକ ଭୟାବହ ବିମାନ ଦୁର୍ଘଟଣା ହୋଇଥିଲା, ଏଥିରୁ ବଞ୍ଚିଯାଇଥିବା ଜଣେ ବ୍ୟକ୍ତିଙ୍କର ସିଟ୍‌ ନମ୍ବର ମଧ୍ୟ 11A ଥିଲା । ସେହି ବ୍ୟକ୍ତି ଥିଲେ ଥାଇଲାଣ୍ଡର ଜଣାଶୁଣା ସିଙ୍ଗର ତଥା ଅଭିନେତା ରୁଆଙ୍ଗସକ ଲାୟଚୁସ୍କ । ଏବେ ଅହମ୍ମଦାବାଦ ବିମାନ ଟ୍ରାଜେଡି ଖବର ଜାଣିବା ପରେ 11A ସିଟ୍‌ ନମ୍ବରକୁ ନେଇ ନିଜେ ରୁଆଙ୍ଗସକ ସୋସିଆଲ ମିଡିଆରେ ପୋଷ୍ଟ କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବିଜୟ ରୂପାନୀଙ୍କ ଜୀବନ ନେଇଗଲା ତାଙ୍କ ୧୨୦୬ ଲକି ନମ୍ୱର !

ଥାଇଲାଣ୍ଡ ସିଙ୍ଗର ରୁଆଙ୍ଗସକ ଲାୟଚୁସ୍କ ପ୍ଲେନ୍ କ୍ରାସ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସେୟାର କରିଛନ୍ତି । ୨୭ ବର୍ଷ ପୂର୍ବେ ୧୯୯୮ରେ ଏକ ପ୍ଲେନ୍ ଦୁର୍ଘଟଣାରୁ ସେ କିପରି ବଞ୍ଚିଯାଇଥିଲେ ତାହା ବଖାଣିଛନ୍ତି, ଏହି ଦୁର୍ଘଟଣାରେ ତାଙ୍କ ସହ ଯାତ୍ରା କରୁଥିବା ୧୦୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା- ସେଦିନ ସେ ବି ସିଟ୍‌ ନମ୍ବର 11Aରେ ବସିଥିଲେ । ଏହା ସେହି ସିଟ୍‌ ନମ୍ବର ଯାହା ଅହମ୍ମଦାବାଦ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସରୁ ଜୀବିତ ଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶଙ୍କ ଥିଲା ।

୪୭ ବର୍ଷୀୟ ରୁଆଙ୍ଗସକ ଏକ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି, ଭାରତରେ ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ଏକମାତ୍ର ବ୍ୟକ୍ତି ସମାନ ସିଟ୍‌ ନଂ 11Aରେ ବସିଥିଲେ ଯେଉଁଥିରେ ମୁଁ ବସିଥିଲି । ମିଡିଆ ରିପୋର୍ଟ ଅନୁସାରେ, ଉକ୍ତ ଦୁର୍ଘଟଣାର ୧୦ ବର୍ଷ ପର୍ଯ୍ୟନ୍ତ ରୁଆଙ୍ଗସକ କୌଣସି ବିମାନ ଯାତ୍ରା କରିନଥିଲେ । ସେହି କ୍ରାସ୍‌ରୁ ବଞ୍ଚିବା ତାଙ୍କ ପାଇଁ ପୁର୍ନଜନ୍ମ ଥିଲା ବୋଲି କହିଥିଲେ ।

Advertisment

ଉଲ୍ଲେଖଯୋଗ୍ୟ, ପ୍ରାୟ ତିନି ଦଶନ୍ଧି ତଳେ ୧୯୯୮ ଡିସେମ୍ବର ୧୧ ଦିନ ଥାଇ ଏୟାରୱେଜ୍ ବିମାନ TG261 ଦକ୍ଷିଣ ଥାଇଲାଣ୍ଡରେ ଲାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ଏଥିରେ ୧୪୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦୧ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ସୌଭାଗ୍ୟବଶତଃ ସେତେବେଳେ 11A ସିଟ୍‌ରେ ବସିଥିବା ୨୦ ବର୍ଷୀୟ ରୁଆଙ୍ଗସକ ଲାୟଚୁସ୍କ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଏବେ ଅହମ୍ମଦାବାଦର ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ୧୨ ଜୁନ ସମୟ ଦିନ ୧ଟା ୩୮ ମିନିଟ୍ । ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ 171 ବିମାନ । ଟେକ୍-ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଯାଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ଏହି ଏୟାର ଇଣ୍ଡିଆ କ୍ରାସ ଘଟଣାରେ ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ବିଜେ ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ବିଜେ ମେଡିକାଲ କଲେଜ ବିଲଡିଂ ଉପରେ ବିମାନଟି ଖସି ପଡ଼ିଥିବାରୁ ସେଠାରେ ଥିବା ଏତେ ସଂଖ୍ୟାରେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି ।

Advertisment

ତେବେ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିବା ରମେଶ ବିଶ୍ବାସଙ୍କ ଅବିଶ୍ବସନୀୟ କାହାଣୀ ଯିଏ ଶୁଣୁଛି ସିଏ ଚକିତ ହୋଇଯାଉଛି । ବାସ୍ତବରେ କେମିତି ବଞ୍ଚିଗଲେ ବିଶ୍ବାସ କୁମାର ? ଡାକ୍ତରଖାନାରେ ବିଶ୍ବାସ ବଖାଣିଛନ୍ତି ସେହି ଆଖିଦେଖା ଲୋମଟାଙ୍କୁରା ଅନୁଭୂତିକୁ । 11-A ସିଟରେ ବସିଥିବା ବିଶ୍ବାସ କୁମାର ରମେଶଙ୍କ ପାଖରେ ହିଁ ଥିଲା EXIT ସିଟ୍। ଟେକ୍ ଅଫ୍ ର ୫ରୁ ୧୦ ସେକେଣ୍ଡ୍ ଭିତରେ ଝଟକା ଅନୁଭୂତ ହୋଇଥିଲା । ଗ୍ରୀନ ଓ ହ୍ବାଇଟ୍ ଲାଇଟ୍ ସବୁ ଜଳି ଉଠିଥିଲା। ସୌଭାଗ୍ୟବଶତଃ ତାଙ୍କ ସିଟ୍ ବେଲଟ୍ ବି ଖୋଲି ଯାଇଥିଲା । ଆଉ ଡୋର୍ ଭାଙ୍ଗିଯିବା ମାତ୍ରେ ବାହାରିବାକୁ ଚେଷ୍ଟା କରି ନୂଆ ଜୀବନ ପାଇଥିଲେ ବିଶ୍ବାସ ।

ଅଧିକ ପଢ଼ନ୍ତୁ: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Air India Ahmedabad Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: