Nobel Prize
ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା । ଫ୍ରେଞ୍ଚ ଅଥର ଆନ୍ନୀ ଏରନସ୍କଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ ।
ଗତକାଲି ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର(Nobel Prize) ଘୋଷଣା କରାଯାଇଥିଲା। ୩ ରସାୟନ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ । ଆମେରିକାର ଦୁଇ ଜଣ ଓ ଡେନମାର୍କର ଜଣେ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ପାଇଁ ଆମେରିକାର କାରୋଲିନ୍ ବେରତୋଜି, ବେରି ଶାର୍ପଲେସ୍ ଏବଂ ଡେନମାର୍କର ମୋର୍ଟେନ ମେଲାଡାଲ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ । ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ଏହି ୩ ଜଣଙ୍କୁ ମନୋନିତ କରାଯାଇଥିବା ବିଚାରକଙ୍କ ପକ୍ଷରୁ କୁହାଯାଇଛି ।
ଏହା ପୂର୍ବରୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ୩ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି । ଆଲେନ୍ ଆସପେକ୍ଟ, ଜନ୍ କ୍ଲଜର ଏବଂ ଆଣ୍ଟନ ଜେଲିଙ୍ଗରଙ୍କୁ ଏକା ସାଙ୍ଗରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ଏହା ପୂର୍ବରୁ ୨୦୨୨ ବର୍ଷ ପାଇଁ ମେଡିସିନରେ ନୋବେଲ ପାଇଁ ସ୍ୱାନ୍ତେ ପାବୋ (Svante Pääbo)ଙ୍କ ନାଁ ଘୋଷଣା କରାଯାଇଥିଲା। ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ମିଳିବ । ବିଲୁପ୍ତ ହୋମିନିନ୍ ଆଦିମାନବ ଗୁଣସୂତ୍ରର ଆବିଷ୍କାର ଓ ମାନବ ବିବର୍ତ୍ତନ ସଂପର୍କିତ ଉଲ୍ଲେଖନୀୟ ଗବେଷଣା ପାଇଁ ପାବୋଙ୍କୁ ମିଳିବ ପୁରସ୍କାର । ସ୍ୱିଡେନର ନୋବେଲ ଆସେମ୍ଲି ତରଫରୁ ଗତକାଲି ଏହି ଘୋଷଣା କରାଯାଇଛି ।
ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665065074.jpg)