Advertisment

ଦ୍ୱିତୀୟ ଥର ପାଇଁ ଶାର୍ପଲେସ ପାଇବେ ମର୍ଯ୍ୟାଦାଜନକ ନୋବେଲ ଆୱାର୍ଡ

ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ।

author-image
Chandan Shishu
Nobel Prize in Chemistry

Nobel Prize in Chemistry

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର(Nobel Prize) ଘୋଷଣା। ୩ ରସାୟନ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ। ଆମେରିକାର ଦୁଇ ଜଣ ଓ ଡେନମାର୍କର ଜଣେ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ପାଇଁ ଆମେରିକାର କାରୋଲିନ୍‌ ବେରତୋଜି, ବେରି ଶାର୍ପଲେସ୍‌ ଏବଂ ଡେନମାର୍କର ମୋର୍ଟେନ ମେଲାଡାଲ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ପାଇବେ। ରସାୟନ ବିଜ୍ଞାନ କ୍ଷେତ୍ର ଉଲ୍ଲେଖନୀୟ ଗବେଷଣା ଲାଗି ଏହି ୩ ଜଣଙ୍କୁ ମନୋନିତ କରାଯାଇଥିବା ବିଚାରକଙ୍କ ପକ୍ଷରୁ କୁହାଯାଇଛି। 

Advertisment

୮୧ ବର୍ଷୀୟ ଶାର୍ପଲେସ୍‌ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ପାଇବେ। ୨୦୦୧ ରସାୟନ  ବିଜ୍ଞାନ ପାଇଁ ଶାର୍ପଲେସ୍‌ ନୋବେଲ ପୁରସ୍କାର ପାଇଥିଲେ। ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ଓ ରସାୟନ ବିଜ୍ଞାନରେ ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Advertisment

ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ  ନିର୍ଦ୍ଧାରିତ  ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।  ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Nobel Prize
Advertisment
Advertisment