• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଲେନ୍ ଆସପେକ୍ଟ, ଜନ୍ କ୍ଲଜର ଏବଂ ଆଣ୍ଟନ ଜେଲିଙ୍ଗରଙ୍କୁ ଏକା ସାଙ୍ଗରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।

 

ଗତକାଲି ୨୦୨୨ ବର୍ଷ ପାଇଁ ମେଡିସିନରେ ନୋବେଲ ପାଇଁ ସ୍ୱାନ୍ତେ ପାବୋ (Svante Pääbo)ଙ୍କ ନାଁ ଘୋଷଣା କରାଯାଇଥିଲା । ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ମିଳିବ । ବିଲୁପ୍ତ ହୋମିନିନ୍ ଆଦିମାନବ ଗୁଣସୂତ୍ରର ଆବିଷ୍କାର ଓ ମାନବ ବିବର୍ତ୍ତନ ସଂପର୍କିତ ଉଲ୍ଲେଖନୀୟ ଗବେଷଣା ପାଇଁ ପାବୋଙ୍କୁ ମିଳିବ ପୁରସ୍କାର । ସ୍ୱିଡେନର ନୋବେଲ ଆସେମ୍ଲି ତରଫରୁ ଗତକାଲି ଏହି ଘୋଷଣା କରାଯାଇଛି ।

ନୋବେଲ ପୁରସ୍କାର ସମିତି ଅନୁସାରେ, ପାବୋ ନିଜ ଗବେଷଣା ମାଧ୍ୟମରେ କିଛି ଏଭଳି ଆବିଷ୍କାର କରିଛନ୍ତି ଯାହା, ବର୍ତ୍ତମାନ ସମୟରେ ଅସମ୍ଭବ ମନେ ହେଉଥିଲା । ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋ ଜଣେ ଜେନେଟିଷ୍ଟ । ସେ ନିଅଣ୍ଡରଥାଲ୍ ଜିନୋମ୍ ଉପରେ ଦୀର୍ଘ ଦିନ ଧରି ଗବେଷଣା କରିଛନ୍ତି । ସେ ପେଲିଓ ଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି । ସେହିପରି ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ରୂପେ ମଧ୍ୟ କାମ କରୁଥିଲେ । ଏବେ ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ ।

ପ୍ରାୟ ୭୦ ହଜାର ବର୍ଷ ପୂର୍ବେ ହୋମିନିନମାନେ ଆଫ୍ରିକାରୁ ବିଶ୍ୱର ଅନ୍ୟସ୍ଥାନକୁ ଯାଇଥିଲେ । ଏମାନଙ୍କ ଆଦିମାନବ ହୋମୋ ସାପିଏନ୍ସକୁ ଜିନ ଟ୍ରାନ୍ସଫର ହୋଇଥିଲା। ପ୍ରାକ୍ ମାନବ ହୋମିନିନରୁ ହୋମୋ ସାପିଏନ୍ସ ଓ ଆଧୁନିକ ମାନବ ଶରୀରକୁ ଯାଇଥିବା ଏହି ଜିନ୍‌ ଏବେ ବି କାଏମ ରହିଛି । ଏହି ଜିନ ଟ୍ରାନ୍ସଫର ଯୋଗୁଁ ହୋମିନିନମାନଙ୍କ ରୋଗପ୍ରତିରୋଧକ ଶକ୍ତି ଆଧିୁନିକ ମାନବ ଶରୀରକୁ ଆସିଥିବା ପୋବା ଆବିଷ୍କାର କରିଥିଲେ ବୋଲି ନୋବେଲ କମିଟି କହିଛି । ୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଅଛନ୍ତି ।