Advertisment

ଶୂନ୍‌ଶାନ୍ ରାତିରେ ଟଏଲେଟ୍ ଯିବାକୁ କାର୍‌ରୁ ଓହ୍ଲାଇଲା ସ୍ତ୍ରୀ, ବାଉଳାରେ ସ୍ୱାମୀ କଲା ଏମିତି କାମ...

ଚାରିଆଡ଼େ ଅନ୍ଧାର ହୋଇଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Thailand Man Forgets Wife After Toilet Break During Road Trip

Thailand Man Forgets Wife After Toilet Break During Road Trip

ସ୍ତ୍ରୀକୁ ନେଇ ବୁଲିବାକୁ ଆସିଥିଲେ, ହେଲେ ଟଏଲେଟ୍‌ ଯିବା ବେଳେ ଅଧା ବାଟରେ ଛାଡ଼ିଦେଇ ପଳାଇଲେ ସ୍ୱାମୀ। ଆଉ ଅନ୍ଧାର ରାସ୍ତାରେ ସ୍ତ୍ରୀ ଏକୁଟିଆ ୨୦ କିମି ଚାଲିଚାଲି ଆସିଥିଲେ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ- ଏହା କଣ ଦାୟିତ୍ୱହୀନତା ? ନା ସ୍ୱାମୀଙ୍କ ଭୁଲା ଦୋଷର ଦଣ୍ଡ ସ୍ତ୍ରୀଙ୍କୁ ଭୋଗିବାକୁ ପଡିଛି। ଏହି ଘଟଣା ଘଟିଛି ଥାଇଲାଣ୍ଡର ମହାସରଖମ୍‌ ଅଞ୍ଚଳରେ।

Advertisment

ବୁନଟମ୍ ଚାଇମୁନ୍ ତାଙ୍କ ପତ୍ନୀ ଅମ୍ନୁୟ ଚାଇମୁନଙ୍କ ସହ ରବିବାର ଦିନ ବୁଲିବାକୁ ଯାଇଥିଲେ। ଦୁହେଁ ଏକାଠି ବହୁତ ଖୁସିରେ ରୋଡ୍ ଟ୍ରିପ୍‌ରେ ଯାତ୍ରା କରିବା ସମୟରେ ଅଧା ବାଟରେ ଅମ୍ନୁୟ ଟଏଲେଟ୍ ଯାଇଥିଲେ। ସେତେବେଳକୁ ସମୟ ଥିଲା ରାତି ୩ଟା। କାର୍‌କୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖିଥିଲେ ବୁନଟମ୍‌।କାର୍‌ରୁ ପତ୍ନୀ ଅମ୍ନୁୟ ବାହାରିଥିଲେ। ତେବେ ପାଖରେ ଟଏଲେଟ୍‌ ନଥିବା ଥିବାରୁ ପାଖରେ ଥିବା ଜଙ୍ଗଲକୁ ପରିସ୍ରା କରିବା ପାଇଁ ଚାଲିଯାଇଥିଲେ ଅମ୍ନୁୟ। କିନ୍ତୁ ପତ୍ନୀ ବାହାରକୁ ଯିବା ସମୟରେ ଲକ୍ଷ୍ୟ କରିପାରିନଥିଲେ  ବୁନଟମ୍। ସେ ତାଙ୍କୁ ଛାଡ଼ିଦେଇ ଚାଲିଯାଇଥିଲେ।

ଅମ୍ନୁୟ ଆସିଲା ବେଳକୁ ସେହି ସ୍ଥାନରେ ନା ଥିଲା କାର୍‌ ନା ଥିଲେ ସ୍ୱାମୀ। ତେବେ ତାଙ୍କ ପାଖରେ ମୋବାଇଲ ଫୋନ୍‌ ନଥଲା। ଚାରିଆଡେ ଅନ୍ଧାର ହୋଇଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ। ଉପାୟଶୂନ୍ୟ ହୋଇ ସେ ଚାଲିବାକୁ ଆରମ୍ଭ କରିଥିଲେ। ପ୍ରାୟ ୨୦ କିମି ଚାଲିବା ପରେ ଭୋର୍ ୫ଟାରେ କବିନ୍ ବୁରିରେ ପହଞ୍ଚିଥିଲେ। ସୌଭାଗ୍ୟବଶତଃ ସ୍ଥାନୀୟ ପୋଲିସଙ୍କୁ ଯୋଗାଯୋଗ କରିବା ସହ ସ୍ୱାମୀଙ୍କୁ କଲ୍‌ କରିବାକୁ ଅନୁରୋଧ କରିଥିଲେ। ସ୍ୱାମୀଙ୍କ ଫୋନ୍‌ ନମ୍ବର ମନେନଥିବାରୁ ସେ ତାଙ୍କ ନିଜ ନମ୍ବରକୁ କଲ୍ କରିଥିଲେ। ହେଲେ ୨୦ ଥର କଲ୍‌ କରିବା ପରେ ବି କେହି ତାଙ୍କ କଲ୍‌ ରିସିଭ୍ କରିନଥିଲେ। 

Advertisment

ସକାଳ ୮ଟା ସମୟରେ ପୋଲିସ ବୁଟନମ୍‌ଙ୍କ ସହ ଯୋଗାଯୋଗ କରିଥିଲା। ହେଲେ ସେତବେଳେ ଯାଏ ବି ପତ୍ନୀ ଅମ୍ନୁୟ କାର୍‌ରେ ନଥିବା ସେ ଜାଣିନଥିଲେ। ସେତେବେଳକୁ ଘଟଣାସ୍ଥଳରୁ ସେ ପାଖାପାଖି ୧୬୦ କିମି ଅତିକ୍ରମ କରି ଚାଲିଯାଇଥିଲେ। ସବୁ ଜାଣିବା ପରେ ବୁନଟମ୍‌ ତତକ୍ଷଣାତ ଗାଡି ବୁଲାଇବା ସହ  ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଏହାସହ ତାଙ୍କ ପତ୍ନୀ ଓ ପୋଲିସଙ୍କୁ କ୍ଷମା ମାଗିଥିଲେ। ବୁନଟମ୍‌ ୨୭ ବର୍ଷ ପୂର୍ବେ ଅମ୍ନୁୟଙ୍କୁ ମ୍ୟାରେଜ୍ କରିଥିଲେ, ତାଙ୍କର ୨୬ ବର୍ଷର ଏକ ପୁତ୍ର ସନ୍ତାନ ରହିଛି। 

Advertisment
Advertisment