Advertisment

ମଧ୍ୟପ୍ରାଚ୍ୟର ଆକାଶରେ ଯୁଦ୍ଧର କଳାବାଦଲ; ଗାଜାରୁ ଇସ୍ରାଏଲ ଉପରେ ହେଲା ରକେଟ ମାଡ଼

ଇସ୍ରାଏଲ, ଲେବାନନ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୁଣି ରକେଟ ମାଡ଼। ଗତ ଦୁଇ ମାସ ଭିତରେ ପ୍ରଥମ ଥର ପାଇଁ ଦୁଇଟି ରକେଟ ଗାଜାରୁ ଇସ୍ରାଏଲ ଭିତରକୁ ହମଲା ହୋଇଛି।

author-image
Sujit kumar Swain
Rocket Attacks

Rocket Attacks

ଗାଜାରୁ ଇସ୍ରାଏଲ ଉପରେ ହେଲା ରକେଟ ମାଡ଼। ଗତକାଲିର ଇରାନର ସୁପ୍ରିମ ଲିଡରଙ୍କ ଭାଷଣ ପରେ ଆଜିର ଆକ୍ରମଣକୁ ଗୁରୁତର ସହ ନେଇଛି ଇସ୍ରାଏଲ। ଗୋଟିଏ ରକେଟ ଆକାଶରେ ହିଁ ଧ୍ବଂସ ହୋଇଥିବା ବେଳେ ଗୋଟିଏ ଟାର୍ଗେଟରେ ବାଜିଛି । ଯାହାକୁ ନେଇ ସ୍ଥିତି ଆହୁରି ସଙ୍ଗିନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ନୂଆ କରି ହିଜବୁଲ୍ଲାର କମାଣ୍ଡର ହୋଇଥିବା ସଫେଇଦ୍ଦିନଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଆଉ ଥରେ ଆକ୍ରମଣ ପାଇଁ ସଜବାଜ ହେଉଛି। ସେପଟେ ଆଇଡିଏଫ ପକ୍ଷରୁ ଲେବାନନରେ ଗ୍ରାଉଣ୍ଡ ଅପରେସନ ଜାରି ରହିଛି ।

Advertisment

ମଧ୍ୟପ୍ରାଚ୍ୟର ଆକାଶରେ ଯୁଦ୍ଧର କଳାବାଦଲ। ଇସ୍ରାଏଲ, ଲେବାନନ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୁଣି ରକେଟ ମାଡ଼। ଗତ ଦୁଇ ମାସ ଭିତରେ ପ୍ରଥମ ଥର ପାଇଁ ଦୁଇଟି ରକେଟ ଗାଜାରୁ ଇସ୍ରାଏଲ ଭିତରକୁ ହମଲା ହୋଇଛି। ଗୋଟିଏ ରକେଟକୁ ଆଇରନ ଡୋମ୍ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଥିବା ବେଳେ ଆଉ ଗୋଟିଏ ଟାର୍ଗେଟରେ ମାଡ଼ ହୋଇଛି। ଏହି ସମୟରେ ଦକ୍ଷିଣ ଇସ୍ରାଏଲରେ ସାଇରନ ବାଜିଥିଲା । ଲୋକେ ବଙ୍କର ଭିତରକୁ ଚାଲିଯାଇ ନିଜକୁ ସୁରକ୍ଷିତ ରଖିଥିଲେ। 

ଗତକାଲି ଇରାନର ସୁପ୍ରିମ ଲିଡରଙ୍କ ସମ୍ବୋଧନ ପରେ ଏଭଳି ହମଲାକୁ ଗୁରୁତର ସହ ନେଇଛି ଇସ୍ରାଏଲ। ଗାଜାରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ଗତକାଲି ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଖାମନେଇ ଗତବର୍ଷ ହୋଇଥିବା ଅକ୍ଟୋବର ୭ର ଆକ୍ରମଣ ଠିକ୍ ବୋଲି କହିଥିଲେ। ହମାସ ଯେଉଁଭଳି ଭାବେ ଆକ୍ରମଣ କରିଥିଲା ଇସ୍ରାଏଲକୁ ସେମିତି ଝଟକା ଆବଶ୍ୟକ ଥିଲା ବୋଲି କହିଥିଲେ ଆୟାତୁଲ୍ଲା ଖାମନେଇ। ତେଣୁ ଗାଜାରୁ ଏହି ରକେଟ ମାଡ଼ ପଛରେ ଇରାନର ସମର୍ଥନ ରହିଛି ବୋଲି ଇସ୍ରାଏଲ ଅନୁମାନ କରୁଛି। 

Advertisment

ସେପଟେ ଲେବାନନରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜୋର ହୋଇଛି। ହିଜବୁଲ୍ଲା ବ୍ୟବହାର କରୁଥିବା ଏକ ସାଢେ ୩ କିଲୋମିଟରର ଟନେଲକୁ ଉଡାଇବାକୁ ଯୋଜନା କରୁଛି। ହିଜବୁଲ୍ଲା ଆତଙ୍କୀ ଏହି ଟନେଲ ମାଧ୍ୟମରେ ଇରାନରୁ ଅସ୍ତ୍ରଶସ୍ତ୍ର ଆଣୁଥିଲେ। ଇରାନ ଏହି ରାସ୍ତା ଦେଇ ହିଜବୁଲାକୁ ସହଯୋଗ କରୁଥଲା। ଇସ୍ରାଏଲର ଏହି ଗ୍ରାଉଣ୍ଡ ଅପରେସନ ପାଇଁ ବେରୁଟ ଏବଂ ଦକ୍ଷିଣ ଲେବାନନରେ ବ୍ୟାପକ କ୍ଷତି ହୋଇଛି। ଲେବାନନରେ ଏଭଳି ସଂଘର୍ଷ ଭିତରେ ଜାତିସଂଘ ତରଫରୁ ସାଧାରଣ ଲୋକଙ୍କ ପାଇଁ ସହାୟତା ପଠାଯାଇଛି। ୩୦ ମେଟ୍ରିକ ଟନର ସ୍ବାସ୍ଥ୍ୟ ସାମଗ୍ରୀ ବେରୁଟରେ ପହଞ୍ଚିଛି। 

ଭାରତର ସରକାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧସ୍ଥିତି ଉପରେ ନଜର ରଖିଛନ୍ତି। ଏବେ ସେଠାକୁ ବିମାନ ସେନା ଚାଲୁଥିବା ବେଳେ ଭାରତୀୟଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଲେବାନନରେ ୩ ହଜାର ଭାରତୀୟ ଥିବା ବେଳେ ଅଧିକାଂଶ ବେରୁଟରେ ଅଛନ୍ତି। ଇରାନରେ ମଧ୍ୟ ୧୦ ହଜାର ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ହଜାର ଛାତ୍ରଛାତ୍ରୀ ବୋଲି ଜଣାପଡିଛି। ଇସ୍ରାଏଲରେ ମଧ୍ୟ ୩୦ ହଜାର ଭାରତୀୟ ଅଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । 

Israel Lebanon
Advertisment
Advertisment