Advertisment

Donald Trump: ଶାନ୍ତି ପାଇଁ ଭାରତ ଉପରେ ଟାରିଫ, କୋର୍ଟରେ ଏମିତି ଯୁକ୍ତି ଦର୍ଶାଇଲା ଟ୍ରମ୍ପ ପ୍ରଶାସନ

ରୁଷ-ୟୁକ୍ରେନରେ ଶାନ୍ତି ସହିତ ଆମେରିକାକୁ ଅର୍ଥନୈତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଟାରିଫ ଲଗାଯାଇଛି। ଏହି ନିଷ୍ପତ୍ତି ଆମେରିକାର ଟ୍ରେଡ୍ ଡେଫିସିଟ୍‌ରେ କିଛି ନା କିଛି ସୁଧାର ଆଣିଛି। ଯଦି ଏହି ଟାରିଫ ହଟାଇ ଦିଆଯାଏ, ତେବେ ଦେଶକୁ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୈତିକ କ୍ଷତି ହୋଇପାରେ। ଟ୍ରମ୍ପ ପ୍ରଶାସନରଏହା ହେଉଛି ଯୁକ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Trump

Trump

ଏବେ କାଠଗଡାରେ ଟ୍ରମ୍ପ ପ୍ରଶାସନ । ଆମେରିକା ଟ୍ରେଡ୍ ଡେଫିସିଟ୍‌ ଦର୍ଶାଇ ଭାରତ ଉପରେ ପ୍ରଥମେ ୨୫% ଟାରିଫ ଲଗାଇଥିଲା। ଏହାପରେ ରୁଷିଆରୁ କଞ୍ଚାମାଲ ତେଲ କିଣିବା ପ୍ରସଙ୍ଗ ଉଠାଇ ଭାରତର ରପ୍ତାନି ଉପରେ ଅତିରିକ୍ତ ୨୫% ଟାରିଫ ଲଗାଇ ଦିଆଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଗତ ମାସରେ ଭାରତ ଉପରେ ୫୦% ରେସିପ୍ରୋକାଲ ଟାରିଫ ଲଗାଇଥିଲେ, ଯାହାକୁ ଆମେରିକାର ୟୁଏସ୍ କୋର୍ଟ ଅଫ୍ ଆପିଲ୍ସ ଫର୍ ଦି ଫେଡେରାଲ ସର୍କିଟ୍ ଅବୈଧ ଘୋଷଣା କରିଥିଲା। ଏବେ ଟ୍ରମ୍ପ ପ୍ରଶାସନ କୋର୍ଟରେ କହିଛି ଯେ ୟୁକ୍ରେନରେ ଶାନ୍ତି ପାଇଁ ଭାରତ ଉପରେ ଟାରିଫ ଲଗାଇବା ଜରୁରୀ। ଏହା ସହିତ ଆମେରିକାକୁ ଟ୍ରେଡ୍ ଡେଫିସିଟ୍‌ର ମୁକାବିଲା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ କହିଛି, “ବିଶ୍ୱରେ ଶାନ୍ତି ପାଇଁ ଭାରତ ଉପରେ ଟାକ୍ସ ଲଗାଇବା ଜରୁରୀ। ଯଦି ଏହା ନ କରାଯାଏ, ତେବେ ପରିସ୍ଥିତି ଖରାପ ହୋଇପାରେ। ଏହି ନିଷ୍ପତ୍ତି ଅର୍ଥନୈତିକ ବିପର୍ଯ୍ୟୟ ବିରୁଦ୍ଧରେ ଏକ ଢାଲ ପରି ଛିଡ଼ା ହୋଇଛି।”

ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି, “ରୁଷ-ୟୁକ୍ରେନରେ ଶାନ୍ତି ସହିତ ଆମେରିକାକୁ ଅର୍ଥନୈତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଟାରିଫ ଲଗାଯାଇଛି। ଏହି ନିଷ୍ପତ୍ତି ଆମେରିକାର ଟ୍ରେଡ୍ ଡେଫିସିଟ୍‌ରେ କିଛି ନା କିଛି ସୁଧାର ଆଣିଛି। ଯଦି ଏହି ଟାରିଫ ହଟାଇ ଦିଆଯାଏ, ତେବେ ଦେଶକୁ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୈତିକ କ୍ଷତି ହୋଇପାରେ।” ଉଲ୍ଲେଖଯୋଗ୍ୟ ଯେ ଆମେରିକା ଟ୍ରେଡ୍ ଡେଫିସିଟ୍‌କୁ ଦର୍ଶାଇ ଭାରତ ଉପରେ ପ୍ରଥମେ ୨୫% ଟାରିଫ ଲଗାଇଥିଲା। ଏହାପରେ ରୁଷିଆରୁ କଞ୍ଚାମାଲ ତେଲ କିଣିବା ପ୍ରସଙ୍ଗରେ ଭାରତର ରପ୍ତାନି ଉପରେ ଅତିରିକ୍ତ ୨୫% ଟାକ୍ସ ଲଗାଇ ଦିଆଯାଇଥିଲା।

Advertisment

ଯଦିଓ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଭାରତର ଜିଡିପି ଉପରେ ବଡ଼ ପ୍ରଭାବ ପଡ଼ିନାହିଁ। ଦେଶ ବର୍ଷର ପ୍ରଥମ ତ୍ରୈମାସରେ ୭.୮% ବୃଦ୍ଧି ହାରରେ ଉନ୍ନତି ଆଡ଼କୁ ଅଗ୍ରସର ହେଉଛି। ଏହା ସହିତ ସରକାର ଜିଏସଟି ସ୍ଲାବରେ ପରିବର୍ତ୍ତନ କରି ଦେଶର ଅର୍ଥନୀତିକୁ ବୁଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଜିଦଖୋରିଆ ଟ୍ରମ୍ପଙ୍କ ପାଇଁ ବରବାଦ ହେବ ଆମେରିକା !

India Donald Trump US Court
Advertisment
Advertisment