/odishatv-khabar/media/post_attachments/uploadimage/library/16_9/16_9_0/trump_1756982688.jpg)
trump
ସାରା ଦୁନିଆ ସହିତ ଟାରିଫ ଝଗଡ଼ାରେ ମାତିଛନ୍ତି ଟ୍ରମ୍ପ । ଆଉ ଦିନକୁ ଦିନ ଟାରିଫ ଯୁଦ୍ଧ ବଢ଼ିବାରେ ଲାଗିଛି । ଅନେକ ଦେଶ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଆହୁରି କିଛି ଦେଶ ଏହି ପ୍ରଭାବକୁ ହ୍ରାସ କରିବା ପାଇଁ ବାଟ ଖୋଜୁଛନ୍ତି ।
କିନ୍ତୁ ଦୁନିଆ ସହିତ ଝଗଡ଼ା ଟ୍ରମ୍ପଙ୍କୁ ମହଙ୍ଗା ପଡୁଛି ! ଡଲାର-ୟୁଏସ୍ ଟ୍ରେଜେରୀ ସହିତ ୩୦ ବର୍ଷରେ ପ୍ରଥମ ଥର ପାଇଁ ଏମିତି ଖେଳ ହୋଇଛି ଯାହାର କଳ୍ପନା କରିନଥିଲେ ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ପୁନର୍ବାର ମହାନ କରିବାକୁ ଅଡ଼ି ବସିଛନ୍ତି। କିନ୍ତୁ ତାଙ୍କ ରଣନୀତି ଯୋଗୁଁ ଆମେରିକା ପୁରା ଦୁନିଆରୁ ଅଲଗା ହେଉଛି। ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ଡଲାର ଏବଂ ୟୁଏସ୍ ଟ୍ରେଜେରୀ ଉପରେ ନିର୍ଭରତା କମାଉଛନ୍ତି।
୧୯୯୬ ପରେ ପ୍ରଥମ ଥର ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କରେ ସୁନାର ଅଂଶ ଯୁଏସ୍ ଟ୍ରେଜେରୀ ଠାରୁ ଅଧିକ ହୋଇଛି। ସେହିପରି ଡଲାରର ଅଂଶରେ ମଧ୍ୟ ହ୍ରାସ ଘଟିଛି। ବିଶ୍ୱ ଅନ୍ତର୍ଜାତୀୟ ରିଜର୍ଭରେ ଡଲାରର ସେୟାର ୨୦୨୫ର ପ୍ରଥମ ତ୍ରୈମାସିକରେ ୨% ହ୍ରାସ ଘଟି ୪୨% ହୋଇଛି, ଯାହା ୩୦ ବର୍ଷରେ ସର୍ବନିମ୍ନ। ଏହି ସମୟରେ ସୁନାର ସେୟାରରେ ୩% ବୃଦ୍ଧି ପାଇ ୨୪% ହୋଇଛି। ଲଗାତାର ତୃତୀୟ ବର୍ଷ ପାଇଁ ସୁନାର ଅଂଶ ବୃଦ୍ଧି ପାଇଛି। ଏହି ସମୟରେ ୟୁରୋର ଅଂଶରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ୧୫% ରେ ସ୍ଥିର ରହିଛି।
ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ରିଜର୍ଭରେ ଏବେ ଡଲାର ପରେ ସୁନା ହେଉଛି ସବୁଠାରୁ ବଡ଼ ସମ୍ପତ୍ତି। ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱର ବିଭିନ୍ନ ଦେଶମାନେ ନିଜ ରିଜର୍ଭରେ ଡଲାରର ଅଂଶ କମାଇ ସୁନାର ଅଂଶ ବୃଦ୍ଧି କରୁଛନ୍ତି। ଆମେରିକୀୟ ପ୍ରତିବନ୍ଧକର ଭୟ ଏବଂ ଆମେରିକାର ବୃଦ୍ଧି ପାଉଥିବା ଋଣ ଯୋଗୁଁ ମଧ୍ୟ ଲୋକମାନେ ଡଲାର ଠାରୁ ଦୂରେଇ ଯାଉଛନ୍ତି। ତଥାପି ବିଶ୍ୱ ରିଜର୍ଭରେ ଡଲାରର ପ୍ରାଧାନ୍ୟ ଏବେ ମଧ୍ୟ ବଜାୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)