Advertisment

Bangladesh: ବାଂଲାଦେଶରେ ମହିଳାମାନଙ୍କୁ ଏହି ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ, ଆରମ୍ଭ ହେଲା ବିବାଦ

ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ମହିଳା ଅଧିକାରୀ ଓ କର୍ମଚାରୀମାନଙ୍କୁ ଶାଢ଼ୀ, ସଲୱାର-କାମିଜ ସହିତ ସ୍କାର୍ଫ ବା ଅନ୍ୟ ଶାଳୀନ ଓ ପେସାଗତ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲା। ଯଦିଓ ପରେ ଏହି ନିୟମକୁ ପ୍ରତ୍ୟାହାର କରି ନେଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Bangladesh

Bangladesh

ବାଂଲାଦେଶରେ ଡ୍ରେସ୍ କୋଡକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ତାର ମହିଳା କର୍ମଚାରୀଙ୍କ ପାଇଁ ଏକ ନୂଆ ଡ୍ରେସ୍ କୋଡ୍ ଜାରି କରିଥିଲା। ଏହି ଆଦେଶକୁ ଲୋକେ ତାଲିବାନ ନିୟମ ସହିତ ତୁଳନା କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ବେଶ ସମାଲୋଚନାର ଶିକାର ହୋଇଥିଲା। ତୀବ୍ର ବିରୋଧ ଦେଖି ବ୍ୟାଙ୍କକୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡ଼ିଥିଲା।

Advertisment

ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏକ ସର୍କୁଲାର ଜାରି କରି କହିଥିଲା ଯେ, ଅଫିସରେ କ’ଣ ପିନ୍ଧିବା ଉଚିତ୍ ଓ କ’ଣ ନୁହେଁ।

ମହିଳାଙ୍କ ପାଇଁ ନିୟମ:

ମହିଳା କର୍ମଚାରୀମାନଙ୍କୁ ଶାଢ଼ୀ, ସାଲୱାର-କାମିଜ କିମ୍ବା ଅନ୍ୟ କୌଣସି “ଶାଳୀନ ଓ ପେସାଗତ” ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ସାଧାରଣ ହେଡସ୍କାର୍ଫ କିମ୍ବା ହିଜାବ ପିନ୍ଧିବାର ଅନୁମତି ଦିଆଯାଇଥିଲା। କିନ୍ତୁ ସ୍ଲିଭଲେସ ବା ହାତ କଟା ପୋଷାକ, ଛୋଟ ଡ୍ରେସ୍ ଓ ଲେଗିଂସ ପିନ୍ଧିବା ଉପରେ କଡ଼ା ବାରଣ ଥିଲା।

Advertisment

ପୁରୁଷଙ୍କ ପାଇଁ ନିୟମ:

ପୁରୁଷ କର୍ମଚାରୀମାନଙ୍କୁ ଫର୍ମାଲ ସାର୍ଟ-ପ୍ୟାଣ୍ଟ ଓ ଜୋତା ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିନ୍ସ ଓ ଫ୍ୟାନ୍ସି ପାଇଜାମା ପିନ୍ଧିବା ଉପରେ ରୋକ ଲଗାଯାଇଥିଲା।

ବ୍ୟାଙ୍କ କହିଥିଲା ଯେ ଏହି ନିୟମଗୁଡ଼ିକ ଦେଶର ସାମାଜିକ ମାନଦଣ୍ଡ ଅନୁସାରେ ତିଆରି ହୋଇଛି ଏବଂ ଏହାର ଅନୁପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା:

ଏହି ନିର୍ଦ୍ଦେଶ ଆସିବା ମାତ୍ରେ ସୋସିଆଲ ମିଡିଆ, ବିଶେଷତଃ ଫେସବୁକ ଓ ଏକ୍ସ (ଟ୍ୱିଟର)ରେ ଝଡ଼ ଉଠିଥିଲା। ଲୋକେ ବ୍ୟାଙ୍କ ପରିଚାଳନାକୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ଯେ “ଶାଳୀନ ଓ ପେସାଗତ” ପୋଷାକର ସଂଜ୍ଞା କ’ଣ। ଅନେକ ଏହାକୁ ମହିଳାଙ୍କ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ବୋଲି କହିଥିଲେ।

ଏହା ଏକ ଇସଲାମିକ ଏଜେଣ୍ଡା ବୋଲି ଲୋକେ କହିଥିଲେ। ଲୋକେ ଏହି ଡ୍ରେସ୍ କୋଡକୁ ଆଫଗାନିସ୍ତାନରେ ତାଲିବାନର ନିୟମ ସହ ତୁଳନା କରିଥିଲେ। ଯେଉଁଠାରେ ମହିଳାମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଢାଙ୍କି ବାହାରକୁ ବାହାରିବାକୁ ପଡ଼େ। ଏହାକୁ “ନୂଆ ତାଲିବାନୀ ଯୁଗରେ ଏକ ଏକଛତ୍ରବାଦୀଙ୍କ ଶାସନ” ବୋଲି ମଧ୍ୟ କହିଥିଲେ ସୋସିଆଲ୍ ମିଡିଆ ୟୁଜର୍ସ।

ତେବେ ଚାରିଆଡ଼ୁ ହେଉଥିବା ସମାଲୋଚନା ଓ ଚାପ ପରେ, ବାଂଲାଦେଶ ବ୍ୟାଙ୍କକୁ ମାତ୍ର ତିନି ଦିନ ମଧ୍ୟରେ ନିଜ ନିଷ୍ବତ୍ତି ବଦଳାଇବାକୁ ପଡ଼ିଥିଲା। ଗୁରୁବାର ଦିନ ବ୍ୟାଙ୍କ ଏହି ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଥିଲା। ବ୍ୟାଙ୍କର ମୁଖପାତ୍ର କହିଥିଲେ, “ଏହି ସର୍କୁଲାର କେବଳ ଏକ ପରାମର୍ଶ ଥିଲା। ହିଜାବ କିମ୍ବା ବୁର୍ଖା ପିନ୍ଧିବା ପାଇଁ କୌଣସି ବାଧ୍ୟବାଧକତା ନଥିଲା।”

ବାଂଲାଦେଶ ମହିଳା ପରିଷଦର ଅଧ୍ୟକ୍ଷା ଫୌଜିଆ ମୁସଲିମ କହିଥିଲେ ଯେ ବାଂଲାଦେଶରେ ଏଭଳି ନିର୍ଦ୍ଦେଶ ପ୍ରଥମ ଥର ପାଇଁ ଦେଖାଯାଇଛି। ଏହା ଏକ ନିର୍ଦ୍ଦିଷ୍ଟ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାର ଏକ ପ୍ରୟାସ।

ଏହି ବିବାଦ ମଧ୍ୟରେ, ବୁଧବାର ବାଂଲାଦେଶ ସରକାର ନେଇଥିବା ଏକ ନିଷ୍ବତ୍ତି ଜନସାଧାରଣଙ୍କ ମନରେ ଥିବା ଆକ୍ରୋଶକୁ ଆହୁରି ବଢାଇ ଦେଇଛି। ପାରିତ ହୋଇଥିବା ନୂତନ ଆଇନରେ କୁହାଯାଇଛି ଯେ ଯଦି କୌଣସି ସରକାରୀ କର୍ମଚାରୀ କୌଣସି ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି କିମ୍ବା କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରନ୍ତି, ତେବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରିବ କିମ୍ବା ନିମ୍ନ ପଦବୀକୁ ଅବନତି କରାଯାଇପାରିବ। ଏହା ସହ ନୂତନ ଆଇନରେ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିବାର କୌଣସି ବ୍ୟବସ୍ଥା ନାହିଁ। ଯାହା ଫଳରେ ସରକାରଙ୍କ ବିରୋଧରେ ଅସନ୍ତୋଷ ତୀବ୍ର ହେଉଛି।

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୁରରେ ଘାଇଲା ହୋଇଥିଲା, ବିଛଣାରେ ପଡ଼ି ପଡ଼ି ମଲା

Bangladesh Taliban Rules
Advertisment
Advertisment