Advertisment

Suicide Bombing In Pakistan: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଗୁରୁତର

ପାକିସ୍ତାନରେ ଏକ ସ୍କୁଲ ବସ୍‌ରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଏଥିରେ ୪ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଗୁରୁତର । ବସ୍‌ ସକାଳେ ପିଲାଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ।

Suicide Bombing

Suicide Bombing

Advertisment

ପୁଣିଥରେ ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ । ଆଜି ପାକିସ୍ତାନର ବଲୁଚିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଗୋଟିଏ ସ୍କୁଲ ବସ୍‌କୁ ଟାର୍ଗେଟ କରାଯାଇଛି । ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଗୁରୁତର ହୋଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଲୁଚିସ୍ତାନ ପ୍ରଦେଶର ଖୁଜଦାର୍‌ ଜିଲ୍ଲାରେ ଏହି ଭୟଙ୍କର ଆକ୍ରମଣ ଘଟିଥିବାର ସୂଚନା ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ

ଜଣେ ସ୍ଥାନୀୟ ଅଧିକାରୀ ୟାସିର୍ ଇକବାଲ କହିଛନ୍ତି, ବସ୍‌ଟି ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ପୁରା ବସ୍‌ ଛିନଛତ୍ର ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ସମଗ୍ର ଅଞ୍ଚଳ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଜଣ ନିରୀହ ଶିଶୁଙ୍କ ମୃତ୍ୟ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Advertisment

ତେବେ ଏ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତଥାପି ଏହା ପଛରେ ବଲୁଚିସ୍ତାନ ଲିବେରସନ ଆର୍ମିର ହାତ ଥିବା ପାକିସ୍ତାନ ସୁରକ୍ଷା ଏଜେନ୍ସି ଅନୁମାନ କରୁଛନ୍ତି । କାରଣ ପୂର୍ବରୁ ଅନେକ ଥର ବଲୁଚି ବିଦ୍ରୋହୀ ପାକିସ୍ତାନ ସେନା ଗାଡିକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣରେ ଉଡାଇଛନ୍ତି ।

ପାକିସ୍ତାନର ଆଭ୍ୟନ୍ତରୀଣ ମୋହସିନ୍ ନକଭି ଏହି ଆକ୍ରମଣକୁ କଡା ନିନ୍ଦା କରି ନିଷ୍ପାପ ଶିଶୁଙ୍କ ପ୍ରତି ବର୍ବରତା ବୋଲି କହିଛନ୍ତି ଏବଂ ଯିଏ ବି ଏହି ଘଟଣା ପାଇଁ ଦାୟୀ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି ।  

Advertisment

ଅଧିକ ପଢ଼ନ୍ତୁ: ଅଟ୍ଟାରୀରେ ପୁଣି ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି; ଆଜିଠୁ ଦେଖିପାରିବେ ଜନସାଧାରଣ

Baloch Activist Suicide Bombing Balochistan Liberation Army Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ