Advertisment

ନିରବି ଯାଇଛି ରାମାୟଣର ମୁକସାକ୍ଷୀ ଅଶୋକ ବାଟିକା

ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର।

author-image
Chandan Shishu
Ashoka Vatika

Ashoka Vatika

ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କା, ରାମାୟଣର ମୁକସାକ୍ଷୀ। ପର୍ଯ୍ୟଟନର ଏହି ଦେଶରେ ବର୍ଷ ତମାମ ଭିଡ ଲାଗିଥାଏ। ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ପର୍ଯ୍ୟଟକ। ହେଲେ ଅସ୍ଥିର ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ଏବେ ସବୁ ଖାଁ ଖାଁ। ଲଙ୍କାର ରାଜା ରାବଣ, ମାତା ସୀତାଙ୍କୁ ଅପହରଣ କରି ଅଶୋକ ବାଟିକା ରଖିଥିବା ରାମାୟଣରେ ବର୍ଣ୍ଣିତ। ଇତିହାସର ମୁକସାକ୍ଷୀ ଶ୍ରୀଲଙ୍କାର ଏହି ନୁଓ୍ବାରା ଇଲେ ଅଂଚଳ ଏଠି ତିଆରି ହୋଇଛି ମାଆ ସୀତାଙ୍କ ମନ୍ଦିର।

Advertisment

ଶ୍ରୀଲଙ୍କାର ସୀତା ଆମ୍ମା ଟେମ୍ପଲ। ଅଶୋକ ବାଟିକା ଏବଂ ସୀତା ମନ୍ଦିର ଦେଖିବାକୁ ବର୍ଷ ତମାମ ଏଠି ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ପର୍ଯ୍ୟଟକ। ହେଲେ ଏବେ ସବୁ ଖାଁ ଖାଁ।  ନା ମନ୍ଦିରରେ ଶ୍ରଦ୍ଧାଳୁ ଅଛନ୍ତି ନା ଅଶୋକ ବାଟିକା ଦେଖିବାକୁ ପର୍ଯ୍ୟଟକ ଆସୁଛନ୍ତି।

ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର। ପର୍ଯ୍ୟଟକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ମନ୍ଦିର ପୂଜାରୀ, ପୂଜା ସାମଗ୍ରୀ ଦୋକାନୀ, ହୋଟେଲ, ରେଷ୍ଟୁରାଂଟ ଏବଂ ଟୁରିଷ୍ଟ ଗାଇ଼ଡଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି।

Advertisment

ଦେଶରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ, କର୍ଫ୍ୟୁ ସ୍ଥିତି ଏବଂ ପେଟ୍ରୋଲ-ଡିଜେଲର ଅଭାବ ପର୍ଯ୍ୟଟନ ଶିଳ୍ପକୁ ଅଧିକ ପ୍ରଭାବିତ କରିଛି। ବର୍ତ୍ତମାନ ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶରେ ପର୍ଯ୍ୟଟନ କ୍ଷେତ୍ରରୁ ଅଧିକ ରାଜସ୍ୱ ଆସୁଥିବା ବେଳେ ଏବେ ସବୁ ଠପ୍ ହୋଇଯାଇଛି।

Ramayan Srilanka Jaydeb Vatika
Advertisment
Advertisment