/odishatv-khabar/media/post_attachments/uploadimage/library/16_9/16_9_0/Srilanka_1649768739.jpg)
Srilanka
ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ । ଋଣ ବୋଝରେ ପୋତି ହୋଇଗଲାଣି ଦେଶ । ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ । ଆର୍ଥିକ ସଙ୍କଟ ସମୟରେ ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦେଶର ବୈଦେଶିକ ମୁଦ୍ରା ପାଣ୍ଠିରୁ ବାହ୍ୟ ଋଣ ପ୍ରାୟ ୫୧ ବିଲିୟନ ଡଲାର ଅଧିକ । ଦେଶ ଏତେ ଟଙ୍କା ସୁଝିବା ଭଳି ସ୍ଥିତିରେ ନାହିଁ । ତେଣୁ ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି ।
ଏଭଳି ସ୍ଥିତିରେ ଦେଶକୁ ସମ୍ବୋଧନ କରି ଲୋକଙ୍କୁ ଶାନ୍ତ ହେବାକୁ ଓ ଧୈର୍ଯ୍ୟ ଧରିବାକୁ ଅପିଲ୍ କରିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସା । ସେ କହିଛନ୍ତି, ଆପଣଙ୍କ ପ୍ରତିଟି ସେକେଣ୍ଡ ଆନ୍ଦୋଳନରେ, ଆମେ ଡଲାର୍ ହରାଉଛୁ । ଏଥିସହ ସେ କହିଛନ୍ତି ଯେ, ଦୀର୍ଘ ବର୍ଷର ଏଲ୍ଟିଟିଇ ସମସ୍ୟାକୁ ଯେଉଁଭଳି ସମାଧାନ କରାଗଲା, ଆର୍ଥିକ ସମସ୍ୟା ଉପରେ ମଧ୍ୟ ସେହିପରି ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ରାଜପକ୍ସା ।
ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଏବଂ ପୂର୍ବତନ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଆଇପିଏଲ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ଦେଶ ପାଇଁ ଆଗକୁ ଆସିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଏଭଳି ପରିସ୍ଥିତିରେ ସମସ୍ତେ ଦେଶ ପାଇଁ ଏକାଠି ଠିଆ ହୁଅନ୍ତୁ । ଆନ୍ଦୋଳନକାରୀଙ୍କ ସମର୍ଥନରେ ରହିବାକୁ ସେ ସମସ୍ତ ଆଇପିଏଏଲ କ୍ରିକେଟରଙ୍କୁ ନିବେଦନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)