Advertisment

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।

author-image
Chandan Shishu
Srilanka Crisis

Srilanka Crisis

ଶ୍ରୀଲଙ୍କାରେ ଜାରି ରହିଛି ଉତ୍ତେଜନା। ପୁଣି ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଅଭିମୁଖେ ଚାଲିଲେ ଆନ୍ଦୋଳନକାରୀ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶରୁ ପଳାୟନ କରିବା ପରେ ଲୋକମାନେ ଆହୁରି ଉତ୍ତେଜିତ ହୋଇପଡିଛନ୍ତି। ହଜାର ହଜାର ଲୋକ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରୁଛନ୍ତି। ସେମାନେ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।

Advertisment

ସେପଟେ ପରିସ୍ଥିତିକୁ ଦେଖି ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଶୀଲଙ୍କାରେ ଅସ୍ଥିରତା ଜାରି ରହିଥିବାବେଳେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି। 

ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି। ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ବୀକୃତି ପରେ ଏକ ସ୍ବତନ୍ତ୍ର ବିମାନରେ ମାଳଦ୍ୱୀପ ଯାଇଛନ୍ତି। 

Advertisment

ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ପଳାଇଥିଲେ ବି  ପଦରୁ ଇସ୍ତଫା ଦେଇନଥିବା ବାଚସ୍ପତି କହିଛନ୍ତି। ପୂର୍ବରୁ ଜୁଲାଇ ୧୩ରେ ଇସ୍ତଫା ଦେବାକୁ ରାଷ୍ଟ୍ରପତି ଗୋଟାବାୟା କହିଥିଲେ। ସେପଟେ ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ନୂଆ ରାଷ୍ଟ୍ରପତି ମିଳିପାରେ। ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍ ହେବ। 

Emergency Alert Srilanka Crisis
Advertisment
Advertisment