• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକା ଆକାଶରେ ଅନ୍ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ ବା ୟୁଏଫ୍ଓ । ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ । ତେବେ ପେଂଟାଗନର ରିପୋର୍ଟ ଅନୁସାରେ,ଏହି ୟୁଏଫ୍ଓ ସହିତ ଅନ୍ୟ ଗ୍ରହର ଜୀବଙ୍କ କୌଣସି ସଂପର୍କ ଥିବା ସ୍ପଷ୍ଟ ହୋଇନାହିଁ । ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।

ଏ ପ୍ରଶ୍ନ ଆଉ ଆଶଙ୍କା ପୁଣିଥରେ ଏଥିପାଇଁ କରାଯାଉଛି ଯେ, ଆମେରିକା ଆକାଶରେ ବାରମ୍ବାର ଅନ୍‌ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ-UFO ବା ଅଜଣା ଉଡ଼ନ୍ତା ବସ୍ତୁ ଦେଖିବାକୁ ମିଳୁଛି । ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌ର ରିପୋର୍ଟ ଅନୁସାରେ, ୨୦୦୦ ମସିହା ପରେ ଆଶ୍ଚର୍ଯ୍ୟଜନକ ଭାବେ ୟୁଏଫଓ ଦେଖାଯିବା ଘଟଣା ବୃଦ୍ଧି ପାଇଛି ।

ଆମେରିକା ନୌସେନା ପାଖରେ ୨୦୦୪ରୁ ଏଭଳି ୪୦୦ରୁ ଅଧିକ ଅଜ୍ଞାତ ଉଡନ୍ତା ରିପୋର୍ଟ ରହିଛି । ଯେଉଁଥିରେ ୧୪୪ଟି ଚିହ୍ନଟ ୟୁଏଫଓ ଘଟଣା ରହିଛି । ଏହାମଧ୍ୟରୁ ୧୧ଥର ଏଭଳି ସ୍ଥିତି ଉପୁଜିଛି ଯେଉଁଠି ନୌସେନା ପାଇଲଟଙ୍କ ଅତି ନିକଟକୁ ଆସିଯାଇଥିଲା ଯୁଏଫଓ । ଦାବି କରାଯାଇଛି ଯେ, ୟୁଏଫଓ ମଧ୍ୟରେ ବାହାର ଦୁନିଆର କୌଣସି ଜୀବ ସତ୍ତା ଥାଇପାରେ । ତେବେ ଗତ ୨୦ ବର୍ଷ ହେଲା ଦେଖାଯାଇଥିବା ୟୁଏଫ୍ଓ ସହିତ ଅନ୍ୟ ଗ୍ରହର ଜୀବଙ୍କ କୌଣସି ସଂପର୍କ ଥିବା ସ୍ପଷ୍ଟ ହୋଇନାହିଁ ବୋଲି ପେଣ୍ଟାଗନ କହିଛି । ତେବେ ସମ୍ଭାବନାକୁ ମଧ୍ୟ ପେଂଟାଗନ୍ ପକ୍ଷରୁ ଏଡ଼ାଇ ଦିଆଯାଇନାହିଁ ।

ଅଜ୍ଞାତ ଉଡ଼ନ୍ତା ବସ୍ତୁ ପ୍ରସଙ୍ଗରେ ଗତ ୫୦ ବର୍ଷ ମଧ୍ୟରେ ଆମେରିକାରେ ପ୍ରଥମ ସାର୍ବଜନିକ ଶୁଣାଣି ହୋଇଛି । ସରକାରୀ ରିପୋର୍ଟ ଆସିବାର ବର୍ଷକ ପରେ ହୋଇଥିବା ଏହି ଶୁଣାଣି ସମୟରେ ୟୁଏଫଓର କିଛି ଭିଡିଓ ଏବଂ ଫଟୋ ଦେଖାଯାଇଥିଲା । ପେଂଟାଗନର ଶୀର୍ଷସ୍ତରୀୟ ଗୁଇନ୍ଦା ଅଧିକାରୀ ରୋନାଲ୍ଡ ମୋଲଟ୍ରି ଏବଂ ନୌସେନା ଉପନିର୍ଦ୍ଦେଶକ ସ୍କଟ୍ ବ୍ରୋ, ହାଉସ୍ ସବକମିଟି ଆଗରେ ସାକ୍ଷ୍ୟ ଦେଇଥିଲେ । ନୌସେନା ବିମାନର କକପିଟ୍‌ରୁ ନିଆଯାଇଥିବା ଏକ ଭିଡିଓକୁ ମଧ୍ୟ ପ୍ରମାଣ ସ୍ୱରୁପ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଗୋଲ୍ ଆକାରର ଏକ ଅଜ୍ଞାତ ବସ୍ତୁ ଦେଖାଯାଉଛି । ଅନ୍ୟ ଏକ ଭିଡିଓରେ ଦୁଇଟି ଛୋଟ ତ୍ରିଭୁଜ ଆକାରର ବସ୍ତୁ ଦେଖାଯାଉଛି । ନାଇଟ୍ ଭିଜନ୍ ଲେନ୍ସରେ ଏହାକୁ ଦେଖାଯାଇଥିବା କୁହାଯାଉଛି । ତେବେ ୟୁଏଫଓ ମଧ୍ୟରେ କାହାକୁ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଇନି ।

ପୂର୍ବରୁ ମଧ୍ୟ ଅନ୍ୟାନ୍ୟ ଦେଶର ଆକାଶରେ ଅଜ୍ଞାତ ଉଡ଼ନ୍ତା ବସ୍ତୁ ଦେଖାଯିବା ନେଇ ଦାବି କରାଯାଇଛି । ହେଲେ ପୃଥିବୀ ବାହାରେ ଅନ୍ୟ କେଉଁଠି ଜୀବ ସତ୍ତା ଅଛି କି ନାହିଁ, ତାହା ଏବେବି ଅସ୍ପଷ୍ଟ ରହିଛି ।