/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722749096.jpg)
Attack on Israel
ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍ । ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ଓ ରକେଟ୍ ମାଡ଼ କଲା ଲେବାନନ । ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ଲେବାନନରୁ ହିଜବୁଲ୍ଲାହ ପକ୍ଷରୁ ଇସ୍ରାଏଲର ଉତ୍ତରରେ ଥିବା ବେତ ହିଲେଲ୍ ଇଲାକାରେ ବିଳମ୍ବିତ ରାତିରେ ତୁହାକୁ ତୁହା ରକେଡ୍ ମାଡ଼ କରିଛି।
Advertisment
ରକେଟ୍ ମାଡ଼ ପରେ ଇସ୍ରାଏଲର ଆଇରନ୍ ଡୋମ୍ ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଥିଲା । ମିସାଇଲକୁ ପ୍ରତିହତ କରିଥିଲା ଏୟାର ଡିଫେନ୍ସ ସିଷ୍ଟମ୍। ରକେଟ୍ ମାଡ଼ରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଏହି ଘଟଣା ପରେ ନିଜ ଦେଶର ନାଗରିକଙ୍କୁ ଲେବାନନ୍ ଛାଡ଼ିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଆଡଭାଇଜରୀ ଜାରି କରିଛନ୍ତି । ଇସ୍ରାଏଲ ବେରୁତରେ ହିଜବୁଲ୍ଲାହ କମାଣ୍ଡର ଫୌଦ ଶୁକ୍ରଙ୍କୁ ହତ୍ୟା କରିବା ପରେ ଟେନସନ୍ ବଢ଼ିଛି। ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ଦୁଇ ଦେଶ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)