• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମହାକାଶରେ ଶୁଭିବ ଲାଇଟ୍-କ୍ୟାମେରା-ଆକ୍ସନ ।

  • ମହାକାଶରେ ପ୍ରଥମ ଥର ଫିଲ୍ମ ସୁଟିଂ ପାଇଁ ରୁଷ୍‌ କରୁଛି ଉଦ୍ୟମ ।

  • ମହାକାଶରେ ନିର୍ମାଣ ହେବ ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ ।

ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନ୍‌କୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ । ତେବେ ଜାଣିଛନ୍ତି କି, ମହାକାଶରେ ପ୍ରଥମ ଥର ପାଇଁ ଫିଲ୍ମ ସୁଟିଂ କରିବାକୁ ପାଦ ବଢ଼ାଇସାରିଛି ରୁଷ୍ ।

ମହାକାଶରେ ଶୁଭିବ ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିବେ ଅଭିନେତା ଓ ଅଭିନେତ୍ରୀ । ମହାକାଶରେ ନିର୍ମାଣ ହେବ ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଏହାର ସୁଟିଂ ଲାଗି ରୁଷୀୟ ଫିଲ୍ମ କ୍ର୍ୟୁ ମେମ୍ବର ମହାକାଶକୁ ଯାତ୍ରା କରିଛନ୍ତି । କାଜାଖାସ୍ତାନ, ବାଇକୋନରରୁ ସୋୟୁଜ MS-19 ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି ସମସ୍ତ କ୍ର୍ୟୁ ମେମ୍ବର ।

ଫିଲ୍ମ The Challengeର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତ୍ରୀ । ଏହି ଚଳଚ୍ଚିତ୍ରର କାହାଣୀ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେଶ୍ ଷ୍ଟେସନରେ ସହାୟତା ଯୋଗାଇଥିବା ଜଣେ ଡାକ୍ତରଙ୍କ ଉପରେ ଆଧାରିତ । ତେଣୁ ସେଠାରେ ହିଁ, ଅର୍ଥାତ୍ ସତସତିକା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌ରେ ହିଁ ଫିଲ୍ମର କିଛି ଅଂଶ ସୁଟ୍ କରିବାକୁ ଯୋଜନା କରିଥିଲେ ରୁଷୀୟ ଫିଲ୍ମ ନିର୍ଦ୍ଦେଶକ କିମ୍ ସିପେନକୋ ।

ସେ ନିଜେ ଅଭିନେତ୍ରୀ ୟୁଲିଆ ପେରେସିଡ୍ ଏବଂ ଭେଟେରାନ ମହାକାଶଚାରୀ ଆନଣ୍ଟେନ୍ ସାପ୍ଲେରୋଭଙ୍କ ସହ ସେଠାକୁ ଯାଇଛନ୍ତି । ସେଠାରେ ଏମାନେ ୧୨ ଦିନ ରହିବେ । ପୂର୍ବରୁ ସ୍ପେଶ୍ ଏକ୍ସ ମାଲିକ ଇଲନ୍ ମସ୍କ ହଲିଉଡ୍ ସୁପର୍ଷ୍ଟାର୍ ଟମ୍ କ୍ରୁଜ୍‌ଙ୍କୁ ନେଇ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଘୋଷଣା କରିଥିବା ବେଳେ, ରୁଷ ଏହି ରେସ୍‌ରେ ଆଗେଇ ଯାଇଛି ।