Khamenei
ଶେଷ ହେବ କି ଖାମେନେଇ ଯୁଗ? ଇସ୍ରାଏଲର ଘନଘନ ଆକ୍ରମଣ ପରେ ବିପଦରେ ଅଛି କି ଖାମେନେଇଙ୍କ ଜୀବନ । ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କ କରି ଆଗୁଆ ବାଛି ନେଲେ ନିଜ ପରବର୍ତ୍ତୀ ଉତ୍ତରାଧିକାରୀ । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଘନଘଟା ଭିତରେ ଉତ୍ତରାଧିକାରୀ ବାଛିଛନ୍ତି ଖାମନେଇ। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ନିଜର ତିନି ଉତ୍ତରାଧିକାରୀ ବାଛିଛନ୍ତି।
ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଖାମେନେଇ ବଙ୍କରରେ ଲୁଚି ତିନି ମୌଲବୀଙ୍କୁ ଉତ୍ତରାଧିକାରୀ ଭାବେ ବାଛିଛନ୍ତି। ସୂଚନା ଅନୁଯାୟୀ, ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ପକ୍ଷରୁ ଖାମନେଇଙ୍କୁ ହତ୍ୟା କରାଯିବ ବୋଲି ଧମକ ଆସିଛି। ଏହାକୁ ନଜରରେ ରଖି ଖାମେନେଇ ଆଗୁଆ ନିଜର ଉତ୍ତରାଧିକାରୀ ବାଛିଛନ୍ତି। ଖାଲି ସେତିକି ନୁହେଁ, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଟପ୍ କମାଣ୍ଡର ପଦଗୁଡିକରେ ମଧ୍ୟ ନୂଆ ନିଯୁକ୍ତି କରିବା ଆରମ୍ଭ କରିଦେଇଛନ୍ତି ଖାମେନେଇ ।
ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?
ତେବେ ଖାମେନେଇ ବାଛିଥିବା ତିନି ଉତ୍ତରାଧିକାରୀଙ୍କ ଭିତରେ ତାଙ୍କର ପୁଅ କିନ୍ତୁ ନାହାନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଖାମେନେଇଙ୍କ ପରେ ତାଙ୍କ ପୁଅ ଇରାନର ସୁପ୍ରିମ ଲିଡର ଭାବେ ପଦ ସମ୍ଭାଳିବେ। ତେବେ ଖାମେନେଇ ବାଛିଥିବା ତାଙ୍କର ତିନି ଉତ୍ତରାଧିକାରୀଙ୍କ ଭିତରେ ତାଙ୍କ ପୁଅର ନାଁ ନଥିବା ଜଣାପଡିଛି। ଖାମେନେଇଙ୍କ ପୁଅ ମୋଜତାବା ରିଭୋଲ୍ୟୁସନାରୀ ଗାର୍ଡସ କର୍ପସର ନିକଟତର ହୋଇଥିବା ବେଳେ ତାଙ୍କୁ ମଧ୍ୟ ଉତ୍ତରାଧିକାରୀ ଭାବେ ବାଛି ନାହାନ୍ତି ଖାମେନେଇ । ତେବେ ୨୦୨୪ରେ ହେଲିକପ୍ଟର ଦୁର୍ଘଟଣାରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରାଇସି ମଧ୍ୟ ତାଙ୍କ ଉତ୍ତରାଧିକାରୀ ହୋଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା ।
ଯୁଦ୍ଧ ମଧ୍ୟରେ ଇସ୍ରାଏଲର ହସ୍ପିଟାଲ ଉପରେ ଇରାନ ଆକ୍ରମଣ କରିବା ପରେ ଇରାନର ସର୍ବୋଚ୍ଚ ନେତାଙ୍କ ଅସ୍ତିତ୍ୱ ରହିବାକୁ ଦେବୁ ନାହିଁ ବୋଲି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଚେତାବନୀ ଦେଇଥିଲେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନ୍ୟାହୁ ଏଭଳି ହସ୍ପିଟାଲ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିବା ସହ, ଇରାନକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ ।
ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚେତାବନୀ ଦେଇଥିଲେ ଯେ, ‘‘ଆମେ ଖାମେନେଇଙ୍କ ଠିକଣା ସମ୍ପର୍କରେ ଜାଣିଛୁ । ସେ କେଉଁଠି ଲୁଚି ରହିଛନ୍ତି ତାହା ଆମେ ଜାଣିଛୁ । ତାଙ୍କୁ ଟାର୍ଗେଟ କରିବା ଆମ ପାଇଁ ସହଜ, କିନ୍ତୁ ଆମେ ଏବେ ତାଙ୍କୁ ମାରିବୁ ନାହିଁ ।’’ ତେବେ ଇସ୍ରାଏଲ ଓ ଆମେରିକାର ଖୋଲା ଧମକ ମିଳିବା ପରେ ବି ଖାମେନେଇ ଏ ସଂକ୍ରାନ୍ତରେ କିଛି ବି କହିନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Khamenei_1750566962.jpg)