Advertisment

ହସିନା ଭାରତରେ ରହିବାକୁ ନେଇ ବଡ଼ ବୟାନ ଦେଲେ ୟୁନୁସ; ଜାଣନ୍ତୁ କ’ଣ କହିଲେ...

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ମହମ୍ମଦ ୟୁନୁସ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bangladesh Violence

Bangladesh Violence

ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ବିରୋଧ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବେଳେ ଏବେ ଆଶାର କିରଣ ଦେଖାଦେଇଛି । ଷଡଯନ୍ତ୍ରକାରୀଙ୍କ ଉପରେ କଟକଣା ଲଗାଇବାକୁ ନୂଆ କରି ମଧ୍ୟବର୍ତ୍ତୀକାଳୀନ ସରକାର ଭାବରେ ଶପଥ ଗ୍ରହଣ କରିଥିବା ପ୍ରଫେସର ମହମ୍ମଦ ୟୁନୁସ କହିବା ପରେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ବାଂଲାଦେଶୀମାନେ । ସବୁଠୁ ବଡ଼ କଥା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ମହମ୍ମଦ ୟୁନୁସ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।  

Advertisment

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ହୋଇଥିବା ପ୍ରଫେସର ମହମ୍ମଦ ୟୁନୁସ କହିଛନ୍ତି, ଶେଖ ହସିନାଙ୍କ ଭାରତରେ ରହିବା ଅନୁଚିତ। ବାଂଲାଦେଶ ଛାଡିବା ପରେ ୭୬ ବର୍ଷିୟ ଶେଖ ହସିନା ଓ ତାଙ୍କ ସାନ ଭଉଣୀ ଶେଖ ରିହାନା ଦିଲ୍ଲୀ ନିକଟ ଗାଜିଆବାଦରେ ଅବସ୍ଥିତ ଭାରତୀୟ ବାୟୁସେନାର ହିନ୍ଦନ ଏୟାର ବେସ୍‌ରେ ପହଞ୍ଚିଥିଲେ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଶେଖ ହସିନା ବର୍ତ୍ତମାନ ଭାରତର ଏକ ସୁରକ୍ଷିତ ସ୍ଥାନରେ ରହୁଛନ୍ତି । ବ୍ରିଟେନ ଯାଇ ସେଠାରେ ଆଶ୍ରୟ ନେବାରେ ବାଧା ଉପୁଜିଥିବାରୁ ଶେଖ ହସିନା ଭାରତରେ ରହିପାରନ୍ତି । ସୂଚନା ଅନୁଯାୟୀ, ବ୍ରିଟେନ ସିଧାସଳଖ ଆଶ୍ରୟ ଦେବାକୁ ମନା କରିଦେଇଛି ଓ ନିୟମ ଅନୁଯାୟୀ ଏଥି ପାଇଁ ଆବେଦନ କରିବାକୁ କହିଛି । 

ହିଂସାଗ୍ରସ୍ତ ବାଂଲାଦେଶରେ ଗତକାଲି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଗତକାଲି ଶପଥ ନେଇଛନ୍ତି। ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଗତକାଲି ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ବାଂଲାଦେଶ ଜାତୀୟ ସଂଗୀତ ସହ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। 

Advertisment

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଛନ୍ତି ।

Bangladesh Sheikh Hasina
Advertisment
Advertisment