• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ ଟପ୍ ଲିଡର । ହମାସ ଚିଫ୍ ଇସମାଇଲ୍ ହାନିୟେ ପରେ ରାବି ମୁସ୍ତାହା ନିପାତ । ଆତଙ୍କୀ ସଂଗଠନ ହମାସର କ୍ରୁର ଚେହେରା ରାବି ମୁସ୍ତାହା । ଗାଜାରେ ହମାସ ସରକାର ମୁଖ୍ୟ । ହମାସ ଚିଫ୍ ୟାହୟା ସିନୱାରର ପ୍ରମୁଖ ସହଯୋଗୀ, ସଂଗଠନର ସବୁଠୁ ବରିଷ୍ଠ ପରିଚାଳକ, ଡିସିସନ୍ ମେକର ।

ତିନି ମାସ ତଳେ ଗାଜା ପଟିରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ରାବି ନିହତ ହୋଇଥିବା ଏବେ ସ୍ପଷ୍ଟ କରିଛି IDF । ନର୍ଥ ଗାଜାରେ ଥିବା ଏକ ଅଣ୍ଡର ଗ୍ରାଉଣ୍ଡ କମ୍ପାଉଣ୍ଡ ଭିତରେ ଲୁଚି ରହିଥିଲା ରାବି । ସେହି ସ୍ଥାନକୁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭାବେ ବ୍ୟବହାର କରୁଥିଲା ହମାସ । IDF ଏହାର ଖବର ପାଇ କରିଥିଲା ଆଟାକ୍ ।

ଯେଉଁଥିରେ ରାବି ମୁସ୍ତାହା ସମେତ ହମାସର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ଏବଂ ଜଣେ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ରାବି ମାଷ୍ଟର ମାଇଣ୍ଡ ଥିଲା ବୋଲି IDF କହିଛି । ସେପଟେ ଗମ୍ଭୀର ହେଉଛି ଯୁଦ୍ଧ ସ୍ଥିତି । ଇରାନର ମିଜାଇଲ୍ ମାଡ଼ ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ, ଲେବାନନ ରାଜଧାନୀ ବେରୁଟର ୭ଟି ସ୍ଥାନରେ କରିଛି ଜୋରଦାର୍ ହମଲା ।

ତୁହାକୁ ତୁହା ଏୟାର ଷ୍ଟ୍ରାଇକ ସହ କରାଯାଇଛି ରକେଟ୍ ମାଡ଼ । ଆଗକୁ ଇରାନ ଉପରେ ବଡ ଧରଣର ଆକ୍ରମଣ ପାଇଁ ଚାଲିଛି ଯୋଜନା । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ବସିଛି G7 ରାଷ୍ଟ୍ର ସମୂହର ଜରୁରୀ ବୈଠକ । ଯେଉଁଥିରେ ଇରାନ ଉପରେ କଠୋର କଟକଣା ଲଗାଇବା ନେଇ ଆଲୋଚନା ହୋଇଛି ।

ଏଥିସହ ଇସ୍ରାଏଲକୁ ମଧ୍ୟ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଇରାନ ଉପରେ ପରମାଣୁ ଆକ୍ରମଣ କଲେ ସମର୍ଥନ ଦେବୁନାହିଁ ବୋଲି କହିଛନ୍ତି ବାଇଡେନ୍ । ମଧ୍ୟପ୍ରାଚ୍ୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ଭାରତ ବି ପ୍ରଭାବିତ ହେବ ।

ତୈଳ, ସୁନା, ଷ୍ଟକ୍ ମାର୍କେଟ ସହ ଅର୍ଥନୀତି ଉପରେ ବଡ ପ୍ରଭାବ ପଡିବ । ଯାହାର ସୂଚନା ବି ମିଳିସାରିଲାଣି । ଦୁଇ ଦିନ ହେଲା ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଭାରତ ପ୍ରାୟ ୮୦ ପ୍ରତିଶତ ତେଲ ଆମଦାନୀ କରୁଛି । ଯୁଦ୍ଧ ପରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୭୫ ଡଲାରରେ ପହଞ୍ଚିଛି ।

ଯଦି ଏଭଳି ସ୍ଥିତି ଲାଗିରହେ ତେବେ, ଖୁବଶୀଘ୍ର ତାହା ୮୦ ଡଲାରରେ ପହଁଚିବ ଏବଂ ତୈଳ ଦର ବଢ଼ିବା ଆଶଙ୍କା ରହିଛି । ସେହିପରି ଷ୍ଟକ୍ ମାର୍କେଟ ଉପରେ ବି ପଡିଲାଣି ଯୁଦ୍ଧର ଇମ୍ପାକ୍ଟ । ବିଏସଇ ସେନସେକ୍ସ ଆଜି ୧୬ଶହ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫଟିରେ ୫ଶହ ପଏଣ୍ଟ ହ୍ରାସ ଘଟିଛି । ଯୁଦ୍ଧ ଲାଗି ରହିଲେ, ବିଶ୍ୱର ବିଭିନ୍ନ ଦେଶରେ ଥିବା ଭାରତୀୟ ନିବେଶକ ଓ ଭାରତରେ ବିଦେଶୀ ନିବେଶକ ଅର୍ଥ ଫେରାଇ ନେଇ ପାରନ୍ତି ।

ସେହିପରି ରେକର୍ଡ ସ୍ତରରେ ପହଁଚିପାରେ ସୁନା ଦର । ଯୁଦ୍ଧ ଯୋଗୁଁ ଲୋହିତ ସାଗର ଦେଇ ପ୍ରଭାବିତ ହୋଇପାରେ ଭାରତର ବିଭିନ୍ନ ସାମଗ୍ରୀ, ଯନ୍ତ୍ରାଂଶ ଓ ଉପକରଣ ଆମଦାନୀ । ସାମରିକ, ଶକ୍ତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଭୟ ଇସ୍ରାଏଲ ଓ ଇରାନ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଥିବାରୁ ଲମ୍ବା ସମୟର ଯୁଦ୍ଧ, ଏହା ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି ।

ଏଭଳି ସ୍ଥିତିରେ କୂଟନୈତିକ ସ୍ତରରେ ଆପୋଷ ଆଲୋଚନା ମାଧ୍ୟମରେ ଇସ୍ରାଏଲ-ଇରାନ ବଡ ଯୁଦ୍ଧ ଟାଳିବାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଦେଇଛନ୍ତି ପ୍ରସ୍ତାବ ।

OTV is now on Whatsapp

Join and get latest news update delivered to you via whatsapp

Join Now