• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲରୁ ବାହାରିଲା ବିକିନି କିଲର୍ ଚାର୍ଲସ ଶୋଭରାଜ ।  ୨୦୦୩ରୁ କାଠମାଣ୍ଡୁ ଜେଲରେ ସଜା ଭୋଗୁଥିବା ଶୋଭରାଜ ଆଜି ନେପାଳ ଜେଲ୍‌ରୁ ଖଲାସ ହୋଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଶୋଭରାଜକୁ ବାହାରକୁ ଅଣାଯାଇଥିଲା । ପରିବାର ପକ୍ଷରୁ ଚାର୍ଲସଙ୍କୁ ସ୍ୱାଗତ କରାଯାଇଛି । ଚାର୍ଲସଙ୍କୁ ମୁକ୍ତ କରିବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

୭୮ ବର୍ଷିୟ ଚାଲ୍ସ ଶୋଭରାଜ ଉତ୍ତର ଆମେରିକାର ୨ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରି ୨୦୦୩ ମସିହାରୁ ଜେଲରେ ଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନେପାଳର ସର୍ବୋଚ୍ଚ କୋର୍ଟ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚାର୍ଲସ ଶୋଭରାଜ୍ ବିକିନି କିଲର୍ ଭାବେ ବେଶ୍ ଜଣାଶୁଣା । ୧୯୪୪ ମସିହାରେ ଭିଏତନାମରେ ଜନ୍ମିତ ଶୋଭରାଜର ବାପା ଜଣେ ଭାରତୀୟ ଏବଂ ମା ଭିଏତନାମର ।

ଅଧିକ ପଢ଼ନ୍ତୁ: ବିକିନି କିଲର୍ ଚାର୍ଲସ ଶୋଭରାଜ ! କୁଖ୍ୟାତ ଅପରାଧୀ ପଛରେ ପାଗଳ ଥିଲେ ଯୁବତୀ

ଯୁବାବସ୍ଥାରେ ସେ ଫ୍ରାନ୍ସକୁ ଯାଇ ସେଠାରେ ବହୁ ଅପରାଧ ଭିଆଉଥିଲା । ଭାରତ-ଥାଇଲାଣ୍ଡ ଓ ନେପାଳରେ ପ୍ରାୟତଃ ଟୁରିଷ୍ଟଙ୍କୁ ଟାର୍ଗେଟ କରିବା ସହ ଲୁଟ୍ କରି ହତ୍ୟା କରୁଥିଲା । ୧୯୭୬ ମସିହାରେ ଏକାଧିକ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ନୂଆଦିଲ୍ଲୀରେ ଗିରଫ ହୋଇଥିଲା ଚାର୍ଲସ ଶୋଭରାଜ । ଏହାପରେ ୧୨ ବର୍ଷ ଧରି ଜେଲ୍ ରହିଥିଲା, ୧୯୮୬ ମସିହାରେ କୌଶଳକ୍ରମେ ଜେଲରୁ ଖସି ପଳାଇଥିଲା ଫ୍ରାନ୍ସକୁ ।

ପରେ ୧୯୯୭ରେ ନେପାଳରୁ ଗିରଫ କରାଯାଇଥିଲା । ଏବଂ ମାମଲାର ଶୁଣାଣି ପରେ ୨୦୦୩ରୁ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଚାର୍ଲସଙ୍କ ନାଁରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି ।

ଏହା ପରେ ନେପାଳରୁ ଶୋଭରାଜକୁ ଫ୍ରାନ୍ସ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । କାଗଜପତ୍ର କାମ ସରିବା ପରେ ତାକୁ ଫ୍ରାନ୍ସ ପଠାଇ ଦିଆଯିବ ବୋଲି ନେପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।