• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଉଦି ଆରବ ଦୁନିଆର ସବୁଠାରୁ ଉଚ୍ଚ କୋଠା ନିର୍ମାଣ କରିବାକୁ ଯୋଜନା କରୁଛି। ବ୍ଲୁମବର୍ଗ ଅନୁଯାୟୀ ଏହି ବିଲ୍ଡିଂ ପାଇଁ ପ୍ରାୟ ୫ ଶହ ବିଲିୟନ୍‌ ଡଲାର ଖର୍ଚ୍ଚ ହେବ । ଆଉ ସବୁଠୁ ବଡ଼ କଥା ହେଲା ଯେଉଁ ଅଞ୍ଚଳରେ ଏହି କୋଠାଗୁଡ଼ିକ ନିର୍ମାଣ କରାଯାଉଛି ତାହା ଏକ ଅପନ୍ତରା ଓ ଅନୁନ୍ନତ ସ୍ଥାନ ।

NEOM ପ୍ରୋଜେକ୍ଯ ଅଧିକାରୀଙ୍କ ଅନୁଯାୟୀ ଏହା ହେଉଛି ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଯୋଜନା । ତାଙ୍କ ଯୋଜନା ହେଉଛି ୫୦୦ ମିଟର ଉଚ୍ଚତାରେ ଏମିତି ଏକ ବିଲ୍ଡିଂ ନିର୍ମାଣ ହେବ ଯାହାକି ବହୁ ଦୂରରୁ ଦେଖାଯାଉଥିବ । ଏହି ବିଲ୍ଡିଂରେ ଅନେକ ପ୍ରକାର ସୁବିଧା ରହିବ । ଏଠାରେ ରହିବାକୁ ଘର ବ୍ୟବସ୍ଥା କରାଯିବା ସହ ମାର୍କେଟ କମ୍ପ୍ଲେକ୍ସ, ଅପିସ୍, ରିଟେଲ ଅଫିସ୍ ଆଦି ରହିବ । ଖାଲି ସେତିକି ନୁହେଁ ଏହା ଲାଲ ସାଗର କୂଳେ ମରୁଭୂମିରେ ନିର୍ମାଣ କରାଯିବ ।

ନିଜ ନାଁକୁ ଗୋପନ ରଖି ଏହି ପ୍ରୋଜେକ୍ଟ ସହ ସଂଶ୍ଲିଷ୍ଟ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଯୋଜନା ଗତ ବର୍ଷ ଘୋଷଣା କରାଯାଇଥିବା ଅଣ୍ଡରଗ୍ରାଉଣ୍ଡ ହାଇପର ସ୍ପିଡ୍‌ ରେଲ ପ୍ରୋଜେକ୍ଟ ଠାରୁ ଭିନ୍ନ ।

ଏହି ୫୦୦ ମିଟର ଲମ୍ବା ପ୍ରୋଟୋଟାଇପ୍‌ ନିର୍ମାଣ କରିବା ପାଇଁ ଡିଜାଇନର୍ସମାନଙ୍କୁ ଅନୁମତି ମିଳିସାରିଛି । ଏବେ NEOMର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ଯଦି ଏହି ନିର୍ମାଣ କାର୍ଯ୍ୟ ଫୁଲ୍‌ ସ୍ପିଡ୍‌ରେ କରାଯାଏ, ତେବେ ଏହା ସବୁ ବିଳ୍ଡିଂ ଠାରୁ ବଡ଼ ଏବଂ ଭିନ୍ନ ହେବ । ଏଥିରେ ଅଧିକାଂଶ ଫ୍ୟାକ୍ଟ୍ରି ଏବଂ ସପିଂ ମଲ୍‌ ରହିବ । ଆବାସିକ ଘର ଖୁବ୍‌ କମ୍‌ ସଂଖ୍ୟାରେ ରହିବ ବୋଲି ଯୋଜନା ରହିଛି ।

୨୦୧୭ ରେ NEOM ଘୋଷଣା କରାଯାଇଥିଲା । ମହମ୍ମଦଙ୍କ ଯୋଜନା ହେଉଛି ଯେ, ଦେଶର ଦୁର୍ଗମ ଅଞ୍ଚଳକୁ ବିକାଶ କରିବା ଏବଂ ହାଇ-ଟେକ୍ ସେମି-ଅଟନୋମସ୍‌ ରାଜ୍ୟରେ ପରିଣତ କରିବା । ଯେଉଁଠି ସହରୀ ଜୀବନର ପୁନର୍ବିଚାର କରାଯାଇପାରିବ । ସାଉଦି ଆରବରେ ବିଦେଶୀ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଏହା ହେଉଛି ତାଙ୍କର ଅନ୍ୟତମ ଯୋଜନା । ଯାହା ସାଉଦି ଆରବର ଅର୍ଥବ୍ୟବସ୍ଥାକୁ ତୈଳ ବିକ୍ରୟରୁ ହଟାଇବା ପାଇଁ ସାହାଯ୍ୟ କରିବ ।