Hang Till Death
ଏକକାଳୀନ ସର୍ବାଧିକ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଲା ସାଉଦି ଆରବ । ହତ୍ୟା ଓ ଆତଙ୍କବାଦ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୮୧ ଜଣଙ୍କୁ ସାଉଦି ଆରବ ସରକାର ମୃତ୍ୟୁଦଣ୍ଡ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍କାଏଦା ଓ ଆଇଏସ୍ଆଇଏସ୍ ଆତଙ୍କୀ ଅଛନ୍ତି ।
Advertisment
ଦେଶର ଆଧୁନିକ ଇତିହାସରେ ଏହା ସର୍ବାଧିକ ଦୋଷୀଙ୍କୁ ଏକକାଳୀନ ମୃତ୍ୟୁଦଣ୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ ୧୯୮୦ ମସିହାରେ ମକ୍କା ମସ୍ଜିଦ୍ କବ୍ଜା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୬୩ ଜଣଙ୍କ ମୁଣ୍ଡକାଟ ହୋଇଥିଲା । ଏହାପରେ ୨୦୧୬ରେ ୪୭ ଜଣଙ୍କୁ ଓ ୨୦୧୯ରେ ୩୭ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା ସାଉଦି ଆରବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)