• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ ରୋବୋଟ, ଲାଇସେନ୍ସ ଟୁ କିଲ୍ ! ଖୁବ୍‌ଶୀଘ୍ର ବଜାରକୁ ଆସିବ ରଜନୀକାନ୍ତଙ୍କ ରୋବଟ୍ ‘ଚିଟ୍ଟି’ ! କଥା ଟା ଟିକେ ଅବୁଝା ରହିଲା ବୋଧେ । ଆପଣ ସମସ୍ତେ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ରୋବୋଟ ଏବଂ ଏହାର ସିକ୍ୱେଲ୍‌ ରୋବୋଟ୍‌-୨ ଦେଖିଥିବେ । ସେଥିରେ ରଜନୀକାନ୍ତ ଏକ ପାୱାରଫୁଲ୍‌ ଏବଂ ଇଣ୍ଟେଲିଜେଣ୍ଟ ରୋବୋଟ୍‌ ପ୍ରସ୍ତୁତ କରିଛନ୍ତି । ଯାହାର ଅନୁଭବ କରିବାର ଶକ୍ତି ରହିଛି । ଏମିତି କି ଭଲ ଖରାପ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଚିଟ୍ଟିର ରାଗ-ହିଂସା-ପ୍ରେମ ଭଳି ଫିଲିଂସ ମଧ୍ୟ ରହିଥିଲା ।

ସବୁଠାରୁ ବଡ଼ କଥା ହେଲା ଚିଟ୍ଟି ଖୁବ୍‌ ଟାଲେଣ୍ଟେଡ୍‌ ଥିଲା । ହେଲେ ଶେଷରେ ତାକୁ ଖଣ୍ଡ ବିଖଣ୍ଡିତ କରି ଅଳିଆ ଗଦାରେ ଫିଙ୍ଗିବାକୁ ପଡ଼ିଲା । କାରଣ ତା’ ଶକ୍ତିର ଦୁରୁପଯୋଗ ହେଲା । ସେଥିରେ ଥିବା କାହାଣୀ ଓ ଚରିତ୍ର ଆପଣଙ୍କର ନିଶ୍ଚୟ ମନେଥିବ । ତେବେ ଠିକ୍‌ ସେମିତି କିଛି କାହାଣୀ ଏବେ ଦେଖିବାକୁ ମିଳିଛି ସାନ୍‌-ଫ୍ରାନ୍ସିସକୋରେ ।

ଚିଟ୍ଟି ଭଳି ରୋବୋଟ ସାନ୍‌-ଫ୍ରାନ୍ସିସକୋର ଗଳି କନ୍ଦିରେ ବୁଲିବା ନେଇ ଆଶା କରାଯାଉଛି । ଏନେଇ ଅଧା ଅଧି ମଞ୍ଜୁରୀ ମଧ୍ୟ ମିଳି ସାରିଲାଣି । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ମଞ୍ଜୁରୀ ବାକି ରହିଛି । ଅର୍ଥାତ୍‌ ଦ୍ୱିତୀୟ ପର୍ଯ୍ୟାୟରେ ମେୟର ଏବଂ ଅନେକ ବଡ଼ ବଡ଼ ନେତା ତଥା ଅଧିକାରୀଙ୍କ ମଞ୍ଜୁରୀ ମିଳିବା ବାକି ରହିଛି । ତେବେ ଫିଲ୍ମରେ ଚିଟ୍ଟିକୁ ଯେଭଳି ଅଫିସିଆଲ ମଞ୍ଜୁରୀ ପାଇଁ ଅନେକ ବାଦ ବିବାଦ ଦେଖାଯାଥିଲା । ସାନ୍‌-ଫ୍ରାନ୍ସିସ୍‌କୋରେ ମଧ୍ୟ ସମାନ ପରିସ୍ଥିତି । ପ୍ରସ୍ତୁତ କରାଯାଇଥିବା ରୋବୋଟ୍‌ର ଦୁରୁପଯୋଗ କରାଯିବା ନେଇ ଆଶଙ୍କା କରାଯାଉଛି । ଏହାଦ୍ୱାରା ଲୋକଙ୍କ କ୍ଷତି ହେବାର ସମ୍ଭାବନା ମଧ୍ୟ ରହିଥିବା କୁହାଯାଉଛି ।

ତେବେ ବଡ଼ କଥା ହେଲା ଫିଲ୍ମରେ ଚିଟ୍ଟିକୁ ଯେଉଁଭଳି ଭାବେ ଶକ୍ତିଶାଳି କରାଯାଇଛି, ଏଠାରେ ରୋବୋଟ୍‌ର ସେହିଭଳି ଶକ୍ତି ନାହିଁ । କିନ୍ତୁ ଏହାର ବିଚାର କରିବାର ଶକ୍ତି ରହିଥିବା କୁହାଯାଉଛି । ଏହି ରୋବୋଟ୍‌କୁ ସେହିଭଳି ଭାବେ ପ୍ରୋଗ୍ରାମ୍‌ କରାଯାଇଛି, ଯାହାଦ୍ୱାରା କି ସେ ଅପରାଧୀଙ୍କ ମୁକାବିଲା କରିପାରିବ ଏବଂ ସେମାନଙ୍କୁ ଗୁଳି କରିପାରିବ । ତେବେ ଏକ ମେସିନ୍‌କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।

ଏହି ରୋବୋଟ ପ୍ରସ୍ତୁତକାରୀ ଟିମ୍‌ର କହିବା କଥା, ଯେଉଁ ସ୍ଥାନକୁ ପୋଲିସ ଅଧିକାରୀ କିମ୍ବା ଆର୍ମି ଅଧିକାରୀ ପହଞ୍ଚିପାରିବେନି । ଅର୍ଥାତ୍‌ ଯେଉଁ ସ୍ଥାନରେ ମଣିଷ ଜୀବନ ପ୍ରତି ବିପଦ ରହିଛି ବା ପୋଲିସ ଅଧିକାରୀଙ୍କ ଜୀବନ ଚାଲିଯିବା ପ୍ରାୟ ନିଶ୍ଚିତ । ସେହିଭଳି ସ୍ଥାନରେ ଏହି ରୋବୋଟକୁ ବ୍ୟବହାର କରାଯିବ । ସେମାନେ ଶତ୍ରୁଙ୍କ ପାଖକୁ ଯାଇ ତାଙ୍କର ମୁକାବିଲା କରିପାରିବେ । ଏହାଦ୍ୱାରା ସାଧାରଣ ଜୀବନହାନୀ ହେବ ନାହିଁ ।

ତେବେ ଏହି ଶୈଳିକୁ ମଧ୍ୟ ବିରୋଧ କରାଯାଉଛି । କାରଣ ଯେହେତୁ ରୋବୋଟ ପ୍ରୋଗ୍ରାମିଂ ଦ୍ୱାରା ଚାଲିଥାଏ । ସେଥିରେ ଏରର ମଧ୍ୟ ହୋଇପାରେ । ପ୍ରୋଗ୍ରାମ ଏରର ହେବା ନେଇ ଏମିତି ଅନେକ ଉଦାହରଣ ରହିଛି । ଯଦି ଶତ୍ରୁଙ୍କ ପାଖକୁ ରୋବଟ୍‌କୁ ପଠାଯିବ ଏବଂ ତାକୁ ନିଜ ନିଷ୍ପତ୍ତିରେ ଗୁଳି କରିବାର ଅଧିକାର ଦିଆଯିବ, ତେବେ ତାହା କେଉଁ ମୁହୁର୍ତ୍ତରେ ବି ଏରର ହୋଇପାରେ । ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ହାଇଲେବୁଲ ମିଟିଂରେ ଆଲୋଚନା କରାଯାଇଛି ।