/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721365521.jpg)
Air India Flight
ରୁଷରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଦିଲ୍ଲୀରୁ ସାନ୍ ଫ୍ରାନସିସ୍କୋ ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲା AI-183 ବିମାନ। ସମସ୍ତ ୨୨୫ ଜଣ ଯାତ୍ରୀ ଓ ୧୯ କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି। ସୁରକ୍ଷିତ ଅବତରଣ ନେଇ ସୋସିଆଲ୍ ମିଡିଆ Xରେ ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଲେଖିଛନ୍ତି, ପରବର୍ତ୍ତୀ କାର୍ଯ୍ୟପନ୍ଥା ଯାଏ ଯାତ୍ରୀଙ୍କୁ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି। ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା । ସାନ୍ ଫ୍ରାନ୍ସିସ୍କୋକୁ ଯାତ୍ରୀଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛି ଏୟାରଇଣ୍ଡିଆ।
ସୂଚନା ଅନୁସାରେ ଗତକାଲି ବିମାନ ଦିଲ୍ଲୀରୁ ଉଡ଼ାଣ ଭରିଥିଲା। ହଠାତ୍ କାର୍ଗୋ ହୋଲ୍ଡ ଅଞ୍ଚଳରେ କକପିଟ୍ କ୍ରିଉ ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପରେ ବିମାନଟି ରୁଷରେ ସତର୍କତାମୂଳକ ଅବତରଣ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)