Advertisment

US Diplomacy in Russia-Ukraine War: ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ବିରାମ; 2ଘଣ୍ଟା ଧରି ପୁଟିନ-ଟ୍ରମ୍ପ ମଧ୍ୟରେ ଆଲୋଚନା

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଖୁବଶୀଘ୍ର ଅନ୍ତ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଘଣ୍ଟା ଧରି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।

ଅଦ୍ୟତନ ହୋଇଛି
Donald Trump's proposal

Donald Trump's proposal

Advertisment

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଖୁବଶୀଘ୍ର ଅନ୍ତ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଘଣ୍ଟା ଧରି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଏ ନେଇ ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଋଷ ଓ ୟୁକ୍ରେନ ଯୁଦ୍ଧ ବିରତି ପାଇଁ ଖୁବଶୀଘ୍ର ପରସ୍ପର ସହ ଆଲୋଚନା କରିବେ । ଯଦିଓ କ୍ରେମଲିନ କହିଛି ଯେ, ‘‘ଯେକୌଣସି ଚୁକ୍ତି ପାଇଁ ସମୟ ଲାଗିବ ଏବଂ ଟ୍ରମ୍ପ ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ସେ ୟୁରୋପ ସହିତ ମିଶି ମସ୍କୋ ଉପରେ ନୂଆ ପ୍ରତିବନ୍ଧକ ଲଗାଇବେ ନାହିଁ ।’’

Advertisment

ଟ୍ରମ୍ପ ଏକ୍ସ ସାଇଟ ଟ୍ରୁଥରେ କହିଛନ୍ତି ଯେ, ‘‘ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦୁଇ ଘଣ୍ଟା ଧରି ଫୋନ ମାଧ୍ୟମରେ ଆଲୋଚନା ହୋଇଛି । ଋଷ ଓ ୟୁକ୍ରେନ ଖୁବ ଶୀଘ୍ର ଅସ୍ତ୍ର ବିରତି ପାଇଁ ଆଲୋଚନା କରିବେ । ବିଶେଷ କରି ଯୁଦ୍ଧର ଅନ୍ତ ଘଟାଇବା ପାଇଁ ପଦକ୍ଷେପ ନେବେ। ପ୍ରତ୍ୟେକ ସପ୍ତାହରେ ପ୍ରାୟ ୫୦୦୦ ପାଖାପାଖି ସୈନ୍ୟଙ୍କ ମୃତ୍ୟୁ ହେଉଛି ଏବଂ ବହୁ ସାଧାରଣ ଜନତାଙ୍କ ମଧ୍ୟ ଜୀବନହାନୀ ହେଉଛି । ଆମେ ଏହାକୁ ବନ୍ଦ କରିବାକୁ ଚାହୁଁଛୁ । ଏହା ପ୍ରକୃତରେ ରକ୍ତାକ୍ତ । ମୁଁ ସାଟେଲାଇଟ ଫଟୋ ଦେଖିଛି, ଯାହା ବହୁତ ଖରାପ ଓ ବହୁତ ଭୟଙ୍କର । ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ । ଏହା ଆମର ଯୁଦ୍ଧ ନଥିଲା । ଏ ମୁଁ ମଧ୍ୟ ନଥିଲି । ଆମେ ପୂର୍ବ ପ୍ରଶାସନ ଠାରୁ ଅଲଗା କରୁଛୁ । ସେମାନେ କେମିତି ଏସବୁ ହେବାକୁ ଦେଲେ? ଏମିତି ହେବାର ନଥିଲା ।’’

ଅଧିକ ପଢନ୍ତୁ: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ

ଟ୍ରମ୍ପ ୟୁକ୍ରେନ ସହିତ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ କହିଛନ୍ତି ଯେ, ‘‘ଋଷ ଏହି ରକ୍ତପାତ ଯୁଦ୍ଧ ବନ୍ଦ ହେବା ପରେ ଆମେରିକା ସହିତ ବାଣିଜ୍ୟ କରିବା ପାଇଁ ଆଗ୍ରହୀ ଅଛି । ଆମେରିକାରେ ଋଷ ପାଇଁ ବିପୁଳ ସୁଯୋଗ ଅଛି । ୟୁକ୍ରେନ ମଧ୍ୟ ଆମେରିକା ସହିତ ବାଣିଜ୍ୟ କରି ତା’ର ଲାଭ ଉଠାଇ ପାରିବ ।’’

Advertisment

ସେହିପରି ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି, ୟୁରୋପୀୟ କମିଶନ ରାଷ୍ଟ୍ରପତି ଉର୍ଷୁଲା ୱୋନ ଡେର ଲେୟେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଜର୍ମାାନ ଚାନ୍ସେଲର ଫ୍ରେଡରିକ୍ ମର୍ଜ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଷ୍ଟବଙ୍କ ସହ ମଧ୍ୟ କଥା ହୋଇଥିଲେ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ‘‘ଯୁଦ୍ଧର ଅନ୍ତ ପାଇଁ ସଠିକ୍ ସମୟ ଆସିଛି । ମସ୍କୋ ୟୁକ୍ରେନ ସହ ଶାନ୍ତି ଚୁକ୍ତି ପାଇଁ ଆଗ୍ରହୀ ଅଛି । ଆମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବରେ ସହମତ ଅଛୁ । ୟୁକ୍ରେନ ସହ ଶାନ୍ତି ଚୁକ୍ତି କରି କାମ କରିବା ପାଇଁ ଋଷ ପ୍ରସ୍ତାବ ଦେବ । ମୁଖ୍ୟ ପ୍ରସଙ୍ଗ ହେଉଛି ଜଡରୁ ଏହି ସଙ୍କଟର ସମାଧାନ କରିବା । ଆମକୁ ଶାନ୍ତି ସ୍ଥାପନା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଆପଣାଇବା ଉଚିତ୍ । କେବଳ ବୁଝାମଣା ପରେ ହିଁ ଯୁଦ୍ଧ ବନ୍ଦ ହୋଇପାରିବ ।’’

Advertisment

ଟ୍ରମ୍ପଙ୍କ ସହ ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ‘‘କିଭ୍ ଓ ଏହାର ସହଯୋଗୀମାନେ ଯୁଦ୍ଧ ବନ୍ଦ ପାଇଁ ଋଷ, ଯୁକ୍ତରାଷ୍ଟ୍ର ଆମେରିକା, ଇଉରୋପୀୟ ସଂଘ ଏବଂ ବ୍ରିଟେନ ସହିତ ଆଲୋଚନା କରିବାକୁ ବିଚାର କରୁଛି । ଆମେ ଯୁଦ୍ଧର ଅନ୍ତ ଚାହୁଁ । କିନ୍ତୁ ଋଷ ପ୍ରସ୍ତୁତ କି ନାହିଁ ଆମେ ନିଶ୍ଚିତ ନୁହେଁ । ବିନା ସର୍ତ୍ତରେ ଯୁଦ୍ଧର ଅନ୍ତ ପାଇଁ ଆମେ ପ୍ରସ୍ତୁତ ଅଛୁ ।’’

ଅଧିକ ପଢନ୍ତୁ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର

Russian President Vladimir Putin US President Donald Trump Ukraine President Volodymyr Zelenskyy Russia Ukran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ