Advertisment

ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।

author-image
Chandan Shishu
ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼। କିନଜାଲ୍ ନାମକ ହାଇପରସୋନିକ୍ ମିଜାଇଲ ମାଡ କରାଇଛି ରୁଷ। ରୋମାନିଆ ସୀମାକୁ ଲାଗି ରହିଥିବା ୟୁକ୍ରେନର ଇଭାନୋ ଫ୍ରାଙ୍କିସ୍କ ଅଂଚଳରେ ଥିବା ଏକ ଭୂତଳ ଅସ୍ତ୍ରାଗାରରେ ଏହି ମିଜାଇଲ ମାଡ଼ ହୋଇଛି। ଡେଲିଆଟିନ୍ ଅଂଚଳରେ ରହିଥିଲା ଯୁକ୍ରେନର ଏହି ଭୂତଳ ଅସ୍ତ୍ରଭଣ୍ଡାର।

Advertisment

ୟୁକ୍ରେନ ଯୁଦ୍ଧରେ ପ୍ରଥମଥର ଲାଗି ଏଭଳି ଘାତକ ମିଜାଇଲ ମାଡ଼ କରିଥିବା କହିଛି ରୁଷ ପ୍ରତିରକ୍ଷା ବିଭାଗ।  ପୂର୍ବରୁ ଅନ୍ୟ କୌଣସି ଦେଶ ସହ ସଂଘର୍ଷବେଳେ ହାଇପରସୋନିକ୍ ମିଜାଇଲ ମାଡ଼ କରିଥିବା ସ୍ୱୀକାର କରିନଥିଲା ରୁଷ। ଆକ୍ରମଣରେ ୟୁକ୍ରେନ ପ୍ରତିରକ୍ଷା ବାହିନୀର ଭୂତଳ ଅସ୍ତ୍ରଭଣ୍ଡାର ନଷ୍ଟ ହୋଇଥିବା ସୂଚନା ମିଳିଛି।

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା। ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିବାର ଏହି ମିଜାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି। ୨୦୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ମିଜାଇଲକୁ ପ୍ରତିରକ୍ଷା ବାହିନୀରେ ସାମିଲ କରିଥିଲେ ରାଷ୍ଟ୍ରପତି ପୁତିନ।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment