Advertisment

‘ ମୋ ଜନ୍ମଦିନରେ ପୁଟିନ ଉପହାର ଦେଲେ ୨୦ ଭୋଡ୍‌କା ଆଉ..’

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌।

author-image
Minati Mishra
ଅଦ୍ୟତନ ହୋଇଛି
putins birthday gift to ex italy pms

putins birthday gift to ex italy pms

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ ତାଙ୍କୁ ୨୦ ଭୋଡ୍‌କା ଏବଂ ସ୍ନେହପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ। ଏହି ଅଡିଓ ଜାରି ହେବା ପୂର୍ବରୁ ଇଟାଲିର ଲା ରିପବ୍ଲିକା ଏ ସମ୍ପର୍କରେ ଏକ ଖବର ପ୍ରକାଶ କରିଥିଲା। ହେଲେ ସିଲ୍‌ବିୟୋଙ୍କ ସମର୍ଥକମାନେ ଏହାକୁ ଖଣ୍ଡନ କରିଥିଲେ। ଏବେ ଏହି ଅଡିଓ ପ୍ରସାରିତ ହେବା ପରେ ସିଲ୍‌ବିୟୋଙ୍କ ସମର୍ଥକମାନେ ଚୁପ୍‌ ହୋଇ ଯାଇଛନ୍ତି।

Advertisment

ଗତମାସରେ ଇଟାଲିରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ସିଲ୍‌ବିୟୋ ବର୍ଲୁସ୍କୋନି ମେଣ୍ଟ ସହଯୋଗୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ନିର୍ବାଚନ ଜିତିଥିଲେ। ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏପରି ଏକ ଭାଇରାଲ ଅଡିଓ ତାଙ୍କ ପାଇଁ ଅଡୁଆ ହୋଇଛି।

ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅଡିଓ ଜାରି କରିବା ପୂର୍ବରୁ ବର୍ଲୁସ୍କୋନିଙ୍କ ସମର୍ଥକମାନେ ଏହି ଖବରକୁ ଖଣ୍ଡନ କରି ଆସୁଥିଲେ। ହେଲେ ଏହି ଅଡିଓ ସେମାନଙ୍କ ମୁହଁ ବନ୍ଦ କରି ଦେଇଛି। ତେବେ ପ୍ରକୃତ କଥା ହେଉଛି, ବର୍ଲୁସ୍କୋନି ମଙ୍ଗଳବାର ବିଳମ୍ବିତ ରାତିରେ ନଜ ଦଳ ସାଂସଦଙ୍କର ଏକ ବୈଠକ ଡାକିଥିଲେ। ବୈଠକରେ ରୁଷ ରାଷ୍ଟ୍ରପତିଙ୍କ ସହ ତାଙ୍କର ନିବିଡ ସମ୍ପର୍କର ବୟାନ କରିଥିଲେ। ସେ ପୁଟିନଙ୍କୁ ଜଣେ ଶାନ୍ତ ବ୍ୟକ୍ତି ବୋଲି କହିଥିଲେ। ତେବେ ଅଡିଓରେ ଏସବୁ କଥା ନାହିଁ। ଅନ୍ୟପକ୍ଷେ ବର୍ଲୁସ୍କୋନୀଙ୍କ ପ୍ରବକ୍ତା କହିଛନ୍ତି, ବଲୁସ୍କୋନୀ ତାଙ୍କର ପୁରୁଣା ସମ୍ପର୍କକୁ ନେଇ କଥା ହେଉଥିଲେ। ଏଥିରେ ନୂଆ କିଛି ନାହିଁ।

Advertisment
Russian President Vladimir Putin Birthday Gift
Advertisment
Advertisment