Advertisment

YouTuber Arrest Warrant: ଗୋଧି ଝୋଳ କରି ଫସିଲେ ୟୁଟ୍ୟୁବର

ବିଲୁପ୍ତ ପ୍ରଜାତି ଗୋଧିକୁ କାଟି ରୋଷେଇ କରି ଖାଇବା ବେଳର ଭିଡିଓ ୟୁଟ୍ୟୁବରେ ଅପଲୋଡ କରିବା ପରେ ବିବାଦରେ ଫସି ଯାଇଛନ୍ତି ୟୁଟୁବର। ସେ ଏହା ଦ୍ବାରା ବନ୍ୟଜନ୍ତୁ ସୁରକ୍ଷା ନିୟମକୁ ଉଲଂଘନ କରିଛନ୍ତି।

author-image
Chinmayee Sahoo
Baripada-Godhi-Curry

Baripada-Godhi-Curry

ରାତାରାତି ଫେମସ ହେବାର ଲୋଭରେ ସଂରକ୍ଷିତ ପ୍ରଜାତିକୁ ହତ୍ୟା କରି ଖାଇଗଲେ ୟୁଟୁବର। ତାର ମାଂସ ରୋଷେଇର ଭିଡ଼ିଓ କଲେ ଓ ସୋସିଆଲ ମିଡ଼ିଆରେ ଅପଲୋଡ ମଧ୍ୟ କରିଥିଲେ। ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ଜଣେ ୟୁଟୁବର ଏକ ଗୋଧିକୁ କାଟି ତାର ମାଂସ ଖାଇବା ଭିଡିଓକୁ ନେଇ ଚର୍ଚ୍ଚା। ଏହା ଆଦିବାସୀଙ୍କ ଖାଦ୍ୟ ବୋଲି କହିଛନ୍ତି ୟୁଟୁବର ଜଣକ।

Advertisment

ଯଦି ଜଣେ ସାଧାରଣ ଲୋକ ଛେଳି,କୁକୁଡ଼ା ଖାଇ ପାରୁଛି ତା ହେଲେ କାହିଁକି ଆମେ ଗୋଧି ଖାଇ ପାରିବା ନାହିଁ ବୋଲି ସେ ଭିଡ଼ିଓରେ କହୁଥିବା ଦେଖିବାକୁ ମିଳିଛି। ତେବେ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ବେଆଇନ୍। ତେଣୁକରି ସେ ୟୁଟୁବରଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁରୋଧ କରିଛନ୍ତି ବନ୍ୟପ୍ରାଣୀ ସଂରକ୍ଷକ। ଏପରି ଭିଡ଼ିଓ ବନ୍ୟଜନ୍ତୁ ହତ୍ୟାକୁ ପ୍ରମୋଟ କରୁଛି ବୋଲି ସେ କହିଛନ୍ତି ।

ଗୋଧି ଏକ ସରିସୃପ ପ୍ରଜାପତିର ବନ୍ୟଜନ୍ତୁ। ଯାହା କି ବିଲୁପ୍ତ ପ୍ରଜାପତିର। ତେଣୁ ଏହାର ସୁରକ୍ଷା ଏବଂ ସଂରକ୍ଷଣ ନିହାତି ଆବଶ୍ୟକ। ଏପରି ସ୍ଥଳେ ଗୋଧିକୁ କାଟି ଖାଇ ଧତବ୍ୟ ଅପରାଧ। ହେଲେ ସଚେତନତା ଅଭାବରୁ ଏମାନଙ୍କୁ ମାରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି କିଛି ଲୋକେ। ତେଣୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯିବା ଆବଶ୍ୟକ। ଆଉ ଏମାନଙ୍କୁ ମାରୁଥିବା ଲୋକଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନେବାକୁ ବନ୍ୟପ୍ରାଣୀ ସଂରକ୍ଷକ ମତ ରଖିଛନ୍ତି।

Advertisment

ତେବେ ଏହି ଘଟଣା ସମ୍ପର୍କରେ ବାରିପଦା ଆରସିସିଏଫଙ୍କୁ ପଚାରିବାରୁ, ସେ କହିଛନ୍ତି ଏ ନେଇ ସାଇବର ସେଲକୁ ଜଣାଦିଆଯାଇଛି। ସେ ଲୋକ କିଏ ଏବଂ କେଉଁ ପରିସ୍ଥିତିରେ ଏହିପରି ଭିଡିଓ ଅପଲୋଡ଼ କରାଯାଇଛି ସେ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ: ଅନଲାଇନ ଗେମ ଓ ଜୁଆ ଉପରେ ଲାଗିବ ରୋକ, ଆଗତ ହେଲା ଅନଲାଇନ ଗେମିଂ ବିଲ୍ ୨୦୨୫

Monitor Lizard Fight Odisha Youtuber
Advertisment
Advertisment