Advertisment

କ୍ଷମତା ପାଇଁ ମ୍ୟୁଜିକ ଚେୟାର ଖେଳ; ୬ ବର୍ଷରେ ୫ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି ଦେଶ

ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ ।

author-image
Minati Mishra
ଅଦ୍ୟତନ ହୋଇଛି
5 PM in 6 years

5 PM in 6 years

ବ୍ରିଟେନରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ । ସବୁଠାରୁ ବଡ କଥା ହେଉଛି, ୪ର୍ଥ ବାରିର ପ୍ରଧାନମନ୍ତ୍ରୀ ମାତ୍ର ୨ ମାସରୁ କମ୍‌ ସମୟ ପାଇଁ ଆସିଥିଲେ ଲଣ୍ଡନର 10 Downing Streetକୁ।

Advertisment

ସେତିକି ନୁହେଁ, ଏହା ପୂର୍ବରୁ ଏ ଦେଶ ଦୁଇ ଥର ଦେଖିଛି ବର୍ଷକରେ ୩ ଜଣ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା। ୧୮୩୪ରେ ଶେଷ ଥର ପାଇଁ ଏମିତି ଘଟିଥିଲା। ପୁଣି ଏମିତି ବି ହୋଇଛି, ତିନି ଦଶନ୍ଧିରେ ମାତ୍ର ତିନିଜଣ ପ୍ରଧାନମନ୍ତ୍ରୀ ଶାସନଭାର ସମ୍ଭାଳିଛନ୍ତି । ୨୦୦୭ରେ ଲେବର ପାର୍ଟିର ଗୋର୍ଡନ ବ୍ରାଉନ ପ୍ରଧାନମନ୍ତ୍ରୀ ହୋଇଥିଲେ। ତା ପୂର୍ବରୁ ତିରିଶି ବର୍ଷରେ ମାତ୍ର ତିନି ଜଣ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଥିଲେ।

ବ୍ରାଉନଙ୍କ ପରେ କ୍ଷମତାକୁ ଆସିଥିଲା କଞ୍ଜରଭେଟିଭ ପାର୍ଟି। ଡାଭିଡ କାମେରନ ହୋଇଥିଲେ ପ୍ରଧାନମନ୍ତ୍ରୀ। ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ଦୀର୍ଘବର୍ଷ ଧରି ଶାସନ କରିଥିଲେ। ହେଲେ ତାଙ୍କ ପରେ ଆରମ୍ଭ ହୋଇଥିଲା ଏହି ମ୍ୟୁଜିକ ଚେୟାର ଖେଳ। ଦେଶରେ ଦେଖା ଦେଇଥିବା ଅନେକ ଆଭ୍ୟନ୍ତରୀଣ ସମସ୍ୟା ମାର୍ଗାରେଟ ଥାଚରଙ୍କ ନେତୃତ୍ୱ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା ଏବଂ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା।

Advertisment

ଜୁଲାଇ ୧୩, ୨୦୧୬ରେ କାମେରନ କ୍ଷମତାରୁ ଯିବା ପରେ କ୍ଷମତାକୁ ଆସିଥିଲେ ଥେରେସା ମେ। ସେ ୨୦୧୯ ଜୁଲାଇ ୧୪ରେ କ୍ଷମତାଚ୍ୟୁତ ହୋଇଥିଲେ ଏବଂ କ୍ଷମତାକୁ ଆସିଥିଲେ ବୋରିସ ଜନସନ। ସେ ୬ ସେପ୍ଟେମ୍ବର ୨୦୨୨ରେ କ୍ଷମତା ହରାଇବା ପରେ ଅଳ୍ପଦିନ ପାଇଁ ପ୍ରଧାମନ୍ତ୍ରୀ ହୋଇଥିଲେ ଲିଜ ଟ୍ରସ୍‌। ସେ ସେପ୍ଟେମ୍ବର ୬, ୨୦୨୨ରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ କ୍ଷମତାରେ ଥିଲେ। ଦୁଇ ମାସରୁ କମ ସମୟ କ୍ଷମତାରେ ରହିବା ପରେ ପୁଣି ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇଛନ୍ତି ରିଷି ସୁନକ। ଏବେ ରିଷି ସୁନକ କ୍ଷମତାକୁ ଆସିଛନ୍ତି। ତେବେ ସମୟ କହିବ, ସେ କିପରି ସାଂପ୍ରତିକ ସମସ୍ୟାକୁ ସାମ୍ନା କରୁଛନ୍ତି ଏବଂ କେତେଦିନ କ୍ଷମତାରେ ରହୁଛନ୍ତି।

ଅଧିକ ପଢ଼ନ୍ତୁ: କ’ଣ କରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକ୍‌ଙ୍କ ପତ୍ନୀ ଅକ୍ଷତା ?

UK PM Rishi Sunak United Kingdom
Advertisment
Advertisment