Advertisment

ଟ୍ରେନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ମନା ! ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କେଉଁଠି ଏପରି ନିୟମ...

ଏକ ରେଲ୍‌ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍‌ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Railway firm begs passengers to stop watching obscene video on train

Railway firm begs passengers to stop watching obscene video on train

ଟ୍ରେନ୍‌ରେ ଯାତ୍ରା ବେଳେ ଯାତ୍ରୀମାନେ ସବୁବେଳେ ଧ୍ୟାନ ରଖିବା ଉଚିତ୍‌, ସେମାନଙ୍କ ପାଇଁ ଯେପରି ଅନ୍ୟମାନେ କୌଣସି ଅସୁବିଧାରେ ନପଡ଼ନ୍ତୁ। ଏପରିକି ଏମିତି କୌଣସି କାମ କରନ୍ତୁ ନାହିଁ, ଯେଉଁଥିପାଇଁ ଆପଣଙ୍କୁ ଲାଜ ଲାଗିବ। ହେଲେ ଇଂଲଣ୍ଡରେ ରହୁଥିବା ଲୋକମାନେ ହୁଏତ ଏହି କଥାକୁ ଏତେଟା ଗମ୍ଭୀରତାର ସହ ନେଉ ନଥିବା ମନେ ହେଉଛି। ଏଥିଯୋଗୁ ବ୍ରିଟେନର ଏକ ରେଲ୍‌ୱେ କମ୍ପାନୀକୁ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କରିବାକୁ ପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା।

Advertisment

ଅଧିକ ପଢ଼ନ୍ତୁ: ଟେଣ୍ଡର ବ୍ୟବସ୍ଥାରେ ପରିବର୍ତ୍ତନ; ଟ୍ରେନ୍‌କୁ ଆସିବନି ଖରାପ ଖାଦ୍ୟ, ମିଳିବନି ମଇଳା ବେଡସିଟ୍‌

ଡେଲି ଷ୍ଟାର ନ୍ୟୁଜ୍‌ ୱେବ୍‌ସାଇଟ୍‌ ରିପୋର୍ଟ ଅନୁସାରେ, ବ୍ରିଟେନର ଏକ ରେଲ୍‌ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ନର୍ଦନ ରେଲ୍‌(Northern Rail, England) ନାମକ ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍‌ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ। ଏଭଳି ଅଶ୍ଲୀଳ କଣ୍ଟେଣ୍ଟ ଯାହାକି ଆପତ୍ତିଜନକ ଏସବୁ ଟ୍ରେନ୍‌ରେ ଯାତ୍ରା ବେଳେ ନଦେଖିବା ପାଇଁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଏମିତି କିଛି ଦେଖିବାକୁ ଯାତ୍ରୀ ଚାହୁଁଛନ୍ତି, ତା’ହେଲେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଫଳରେ ଏକାକି ଘରେ ଏସବୁ ଦେଖି ପାରିବେ।

Advertisment

କାହିଁକି ଟ୍ରେନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବାକୁ ମନା କରାଯାଇଛି ? 

କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୁହାଯାଇଛି ଯେ, କର୍ମକ୍ଷେତ୍ରରେ ଏମିତି କଣ୍ଟେଣ୍ଟ ଯାହାକି ପ୍ରଯୁଜ୍ୟ ନୁହେଁ, ଏସବୁ ଶେୟାର କରନ୍ତୁ ନାହିଁ। ଏପରିକି ଅଶାଳୀନ କଥାବାର୍ତ୍ତା ଓ ଉସୁକାଇବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ ନକରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ଯାତ୍ରୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି ? ଏନେଇ ନର୍ଦନ ରେଲ୍‌ୱେ ମୁଖ୍ୟ ଅପରେଟିଂ ଅଫିସର କହିଛନ୍ତି, ଆମେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କୁ ଆମ ଷ୍ଟେସନକୁ ସ୍ୱାଗତ କରୁଛୁ। ଯେଉଁମାନେ କି ଆମ ଟ୍ରେନ୍‌ରେ ଯାତ୍ରା କରନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ଓ ସହଜ ଉପାୟରେ ଇଣ୍ଟରନେଟ୍‌ ସେବା ଯୋଗାଇବା ଆମର କାମ। ଯାତ୍ରୀମାନେ ମଧ୍ୟ ଏଭଳି ଆଶା ରଖିଥାନ୍ତି। ହେଲେ ଏହାର ଅର୍ଥ ଏହା ନୁହେଁ ଯେ, ସର୍ବସାଧାରଣ ସ୍ଥାନରେ ଅଶ୍ଲୀଳ ଭିଡିଓ ଦେଖିବା।

ମାଗଣାରେ ଯାତ୍ରୀଙ୍କୁ ମିଳିଥାଏ ୱାଇଫାଇ...

ନର୍ଦନ ରେଲ୍‌ୱେ ମୁଖ୍ୟ ଅପରେଟିଂ ଅଫିସର ଆହୁରି କହିଛନ୍ତି, ଯାତ୍ରୀମାନେ ଏହା ବୁଝିବା ଉଚିତ୍‌ ଏମିତି କିଛି କଣ୍ଟେଣ୍ଟ ଅଛି ଯାହା ମହିଳା ଓ ଶିଶୁଙ୍କ ଉପସ୍ଥିତିରେ ଦେଖିବା ଉଚିତ୍‌ ନୁହେଁ। ଯେଉଁସବୁ ଜିନିଷ କର୍ମକ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ, ଟ୍ରେନ୍‌ରେ ଯାତ୍ରା ବେଳେ ମଧ୍ୟ ଏହା ପ୍ରଯୁଜ୍ୟ ନୁହେଁ। ନର୍ଦନ କମ୍ପାନୀ ଓ ୱାଇଫାଇ କମ୍ପାନୀ ମିଶି ରେଲ୍‌ୱେ ଷ୍ଟେସନ ଓ ଟ୍ରେନ୍‌ରେ ଯାତ୍ରୀଙ୍କ ଲାଗି ମାଗଣା ୱାଇଫାଇର ବ୍ୟବସ୍ଥା କରିଛନ୍ତି।  

Train Railway
Advertisment
Advertisment