Advertisment

ୟୁକ୍ରେନୀୟ ‘ଡାର୍ଟି ବମ୍’ର ଜବାବ ଦେବ କି ରୁଷ୍ ? ଚାଲିଛି ଜୋରଦାର ସମରାଭ୍ୟାସ

ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍‌ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍‌ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Russia Ukraine War

Putin watches Russian nuclear drills as Moscow fears nuke strike by Ukraine

ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍‌ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍‌ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି। ଏହି ବାର୍ଷିକ ସମରାଭ୍ୟାସକୁ ତଦାରଖ କରିଛନ୍ତି ନିଜେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜେ ପୁଟିନ୍‌ କଣ୍ଟ୍ରୋଲ ରୁମ୍‌ରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ଦେଖିଥିଲେ। 

Advertisment

ଏହି ସମରାଭ୍ୟାସରେ ଆଣବିକ ଆକ୍ରମଣ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଓ ଲଢ଼ୁଆ ବିମାନ ଭାଗ ନେଇଥିବା ବେଳେ ବିଭିନ୍ନ ପ୍ରାକ୍ଟିସ୍ ରେଞ୍ଜରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିଜାଇଲ୍ ଛଡ଼ାଯାଇଥିଲା। ରୁଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଯଦି ରୁଷ ଉପରେ ପରମାଣୁ ହମ୍‌ଲା ହୁଏ, ତେବେ ଏହାର ଜବାବ ମସ୍କୋ ପକ୍ଷରୁ କିପରି ଦିଆଯିବ ସେନେଇ ପ୍ରସ୍ତୁତ ଚାଲିଛି।

ଅଧିକ ପଢ଼ନ୍ତୁ: ଜଟିଳ ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି

ଏହି ସମରାଭ୍ୟାସ ବେଳେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ଗୁଡ଼ିକ ନିଜ ଲକ୍ଷ୍ୟଭେଦ କରିଛି ବୋଲି ଜଣାପଡ଼ିଛି। ମସ୍କୋ ପକ୍ଷରୁ ଏଭଳି ସମରାଭ୍ୟାସ ନେଇ ଆଗରୁ ସୂଚନା ଦିଆଯାଇଥିଲା ବୋଲି ଓ୍ୱାଶିଂଟନ୍ ଜଣାଇଛି। କିଛି ଦିନ ପୂର୍ବେ ମସ୍କୋ ଅଭିଯୋଗ କରିଥିଲା ଯେ, ରୁଷକୁ ବଦନାମ କରିବା ପାଇଁ ୟୁକ୍ରେନ୍ ଏକ ତେଜସ୍କ୍ରିୟ ବିକିରଣ ଯୁକ୍ତ ବୋମା ବା ଡାର୍ଟି ବମ୍ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଛି। ତେବେ ଏଭଳି ଅଭିଯୋଗକୁ ୟୁକ୍ରେନ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା। 

Advertisment

ସୂଚନାଥାଉ କି, କ୍ରିମିଆକୁ ସଂଯୋଗ କରୁଥିବା ବ୍ରିଜ୍ ଧ୍ୱଂସ ପରେ ରୁଷିଆର ଆକ୍ରମଣ ତୀବ୍ର ହୋଇଛି।

Vladimir Putin Russia-Ukraine Conflict Ukraine Russia War
Advertisment
Advertisment