Advertisment

ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନ ଘୋଷଣା କଲା ଋଷିଆ

ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ।

author-image
Chandan Shishu
ଅଦ୍ୟତନ ହୋଇଛି
Russia-Ukraine crisis

Russia-Ukraine crisis

ୟୁକ୍ରେନ୍‌: ଋଷ ଓ ୟୁକ୍ରେନ୍ ବିବାଦ ଥମିବ କଣ ଅଧିକ ବଢ଼ିବା ନେଇ ଦେଖାଦେଇଛି ଆଶଙ୍କା। ରୁଷିଆ ରାଷ୍ଟ୍ରପତି ଭ୍ଲିଦିମିର ପୁଟିନ୍ ଗତକାଲି ଗଣମାଧ୍ୟମକୁ ଦେଇଥିବା ବୟାନ ପରେ ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରାଯାଉଛି। ୟୁକ୍ରେନ୍‌ର ବିବାଦୀୟ ଓ ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନ ଭାବେ ଘୋଷଣା କରିଛନ୍ତି ପୁଟିନ୍।

Advertisment

ଗତକାଲି ପୁଟିନ୍ ଜରୁରୀ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ। ବୈଠକ ପରେ ଭାବବିହ୍ୱଳ ହୋଇ, ଗଣମାଧ୍ୟମକୁ ଘଣ୍ଟାଏରୁ ଅଧିକ ସମୟ ଧରି ମନ୍ତବ୍ୟ ଦେଇଛନ୍ତି। ୟୁକ୍ରେନ୍‌ର ପୂର୍ବ ସୀମାରେ ଥିବା ଡୋନେସ୍କ ଓ ଲୁହାନସ୍କକୁ ସ୍ୱତନ୍ତ୍ର ଅଞ୍ଚଳ ଘୋଷଣା କରିବା ସମୟ ଆସି ସାରିଛି। ବହୁ ବର୍ଷ ଧରି ଏନେଇ ତର୍କ ବିତର୍କ ଚାଲିଛି। ଏହାକୁ ଶେଷ କରି ଏହି ଦୁଇ ଭୂଖଣ୍ଡକୁ ଅଲଗା ଅଲଗା ଭାବେ ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରାଯିବା ଜରୁରୀ।

ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ। ତାସହ ୟୁକ୍ରେନ୍‌ର ପୂର୍ବ ସୀମାରେ ମୁତୟନ ଥିବା ସୈନକୁ ତୁରନ୍ତ ହଟାଯାଉ। ଯଦି, ଏପରି ନହୁଏ ତେବେ ଆଗାମୀ ପରିସ୍ଥିତି ପାଇଁ ୟୁକ୍ରେନ୍ ସରକାର ଦାୟୀ ରହିବେ ବୋଲି ଖୋଲାଖୋଲି ରୁଷିଆ ରାଷ୍ଟ୍ରପତି କହିଛନ୍ତି। ପୁଣି ଥରେ ୟୁକ୍ରେନ୍‌ର ଗଠନ ରୁଷିଆ ଦ୍ୱାରା ହୋଇଥିବା ଦାବିକୁ ଦୋହରାଇଛନ୍ତି।

Advertisment

ପୁଟିନ୍‌ଙ୍କ ବୟାନ ପରେ ୟୁକ୍ରେନ୍, ୟୁରୋପ ଏବଂ ଆମେରିକା ସରକାରରେ ହଟ୍ଟଚମଟ ସୃଷ୍ଟି ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି-ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍‌ ସହ ଟେଲିଫୋନ୍‌ରେ ଆଲୋଚନା କରିଛନ୍ତିଷ। ୟୁକ୍ରେନ୍ ସୀମାରେ କଣ ସବୁ ହେଉଛି ତାଉପରେ ଆମେରିକା ସରକାର କଡ଼ା ନଜର ରଖିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ତାସହ ଜାତିସଂଘ ଆଜି ସୁରକ୍ଷା ପରିଷଦ ବୈଠକ ଡାକିଛି। ଯେଉଁଥିରେ ଭାରତ ନିଜ ଆଭିମୁଖ୍ୟ ରଖିପାରେ। 

Russia-Ukraine Conflict Russia Ukraine Crisis Ukraine Crisis
Advertisment
Advertisment